କେବଳ Jio ୟୁଜର୍ସମାନେ ହିଁ ଚଲାଇ ପାରିବେ ଅସଲ 5G ଇଣ୍ଟରନେଟ୍! ଏହା ପଛରେ ରହିଛି ଏକ ଖାସ୍ ଟେକ୍ନୋଲୋଜିର ହାତ
Advertisement

କେବଳ Jio ୟୁଜର୍ସମାନେ ହିଁ ଚଲାଇ ପାରିବେ ଅସଲ 5G ଇଣ୍ଟରନେଟ୍! ଏହା ପଛରେ ରହିଛି ଏକ ଖାସ୍ ଟେକ୍ନୋଲୋଜିର ହାତ

Jio 5G: ଜିଓ 5G ର ଇଣ୍ଟରନେଟ୍ ସ୍ପିଡ୍ ଦ୍ରୁତତମ ହେବା ସହିତ ଅନ୍ୟ ନେଟୱାର୍କ ତୁଳନାରେ ଏହାର କଲିଂ ମଧ୍ୟ ପରବର୍ତ୍ତୀ ସ୍ତରର ହେବ । ଏପରି ହେବା ପଛରେ ଏକ ବିଶେଷ କାରଣ ଅଛି । ଆଜ୍ଞା ହଁ, ଯଦି ଆପଣ Jio 5G ସେବାକୁ ଚୟନ କରିବାକୁ ଯାଉଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାର ବିଶେଷତା କ’ଣ ରହିଛି?

କେବଳ Jio ୟୁଜର୍ସମାନେ ହିଁ ଚଲାଇ ପାରିବେ ଅସଲ 5G ଇଣ୍ଟରନେଟ୍! ଏହା ପଛରେ ରହିଛି ଏକ ଖାସ୍ ଟେକ୍ନୋଲୋଜିର ହାତ

Jio 5G: ଭାରତରେ 5G ସେବା ଆରମ୍ଭ ହୋଇସାରିଛି । କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ ଗ୍ରାହକଙ୍କୁ ଏହି ସେବା ଯୋଗାଇବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ଦେଶର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ସେବା ଉପଲବ୍ଧ ଅଛି । କିନ୍ତୁ ଆପଣ ଗୋଟିଏ କଥା ଜାଣିଛନ୍ତି କି ଜିଓର 5G ସେବା (Jio 5G Service) ଭାରତରେ ସବୁଠାରୁ ଦ୍ରୁତ ହେବାକୁ ଯାଉଛି । ଏହାର ଅର୍ଥ ହେଉଛି ଯେ ଜିଓ 5G ର ଇଣ୍ଟରନେଟ୍ ସ୍ପିଡ୍ ଦ୍ରୁତତମ ହେବା ସହିତ ଅନ୍ୟ ନେଟୱାର୍କ ତୁଳନାରେ ଏହାର କଲିଂ ମଧ୍ୟ ପରବର୍ତ୍ତୀ ସ୍ତରର ହେବ । ଏପରି ହେବା ପଛରେ ଏକ ବିଶେଷ କାରଣ ଅଛି । ଆଜ୍ଞା ହଁ, ଯଦି ଆପଣ Jio 5G ସେବାକୁ ଚୟନ କରିବାକୁ ଯାଉଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାର ବିଶେଷତା କ’ଣ ରହିଛି?

ବାସ୍ତବରେ Jio 5G ସେବା ଆରମ୍ଭ କରିବା ପାଇଁ ଏକ ଷ୍ଟାଣ୍ଡ ଅଲୋନ୍ ନେଟୱାର୍କ (Stand Alone Network) ପ୍ରସ୍ତୁତ କରିଛି । ଅଧିକ ଟେକ୍ନୋଲୋଜିର ଭାଷା ବ୍ୟବହାର ନକରି ଆପଣଙ୍କୁ କହି ରଖୁଛୁ ଯେ ଷ୍ଟାଣ୍ଡ ଅଲୋନ୍ ନେଟୱାର୍କ (Stand Alone Network) ସମ୍ପୂର୍ଣ୍ଣ ରୂପେ ନୂତନ ପ୍ଲାଟଫର୍ମ, ଯାହା ସାହାଯ୍ୟରେ 5G ସେବା ସୂଚାରୁ ରୂପେ ଚାଲିବ । ଏହି ନେଟୱାର୍କ ପ୍ରସ୍ତୁତ କରିବା ପାଇଁ 4G ପ୍ଲାଟଫର୍ମ ବ୍ୟବହୃତ ହୋଇନାହିଁ । ଏଭଳି ପରିସ୍ଥିତିରେ ଏହା ହାଇ ସ୍ପିଡ୍ ଇଣ୍ଟରନେଟ୍ ଯୋଗାଇବା ସହିତ କଲର ଗୁଣବତ୍ତା ମଧ୍ୟ ଭଲ ହେବ । 

ପ୍ରକୃତ ଅର୍ଥରେ 5G ନେଟୱାର୍କ ହେଉଛି ଏକ ଷ୍ଟାଣ୍ଡ ଅଲୋନ୍ ନେଟୱାର୍କ ଯାହା ଭାରତରେ ଜିଓ ଦ୍ୱାରା ପ୍ରଦାନ କରାଯିବ । କିଛି ଲୋକ ଏହାକୁ ପ୍ରକୃତ 5G ଭାବରେ ମଧ୍ୟ ଜାଣନ୍ତି । ଜିଓ ହେଉଛି ଏକମାତ୍ର କମ୍ପାନୀ ଯିଏ ଷ୍ଟାଣ୍ଡ ଅଲୋନ୍ ପ୍ଲାଟଫର୍ମରେ କାମ କରି 5G ସେବା ପ୍ରଦାନ କରିବ । ଜିଓ (Reliance Jio) ହେଉଛି ଭାରତର ଏକମାତ୍ର ନେଟୱାର୍କ ଯିଏ ଷ୍ଟାଣ୍ଡ ଅଲୋନ୍ 5G ସପୋର୍ଟ ସହିତ ଆସିବ । ତେଣୁ ଏହାର ସେବା ଦ୍ରୁତତମ ଓ ସର୍ବୋତ୍ତମ ହେବ । ଏହା ବ୍ୟତୀତ ବଜାରରେ ଥିବା ଅନ୍ୟ କମ୍ପାନୀଗୁଡିକ ଅଣ-ଷ୍ଟାଣ୍ଡାଲୋନ 5G ନେଟୱାର୍କ ଯୋଗାଉଛନ୍ତି, ଯେଉଁଥିରେ 5G ସେବା ଯୋଗାଉଥିବା ଭିତ୍ତିଭୂମି ସଂପୂର୍ଣ୍ଣ ଭାବେ 4G ନେଟୱାର୍କ ଉପରେ ଆଧାରିତ ।

ଅଧିକ ପଢ଼ନ୍ତୁ:-ବଡ଼ ଖବର! ପ୍ରୋଭିଡେଣ୍ଟ ଫଣ୍ଡକୁ ନେଇ ଜାରି ହେଲା ନୂଆ ନିୟମ, କର୍ମଚାରୀମାନଙ୍କୁ ମିଳିବ ଲାଭ

ଅଧିକ ପଢ଼ନ୍ତୁ:-ନିଜ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ତୁଳନା କରିବା ଉପରେ ପ୍ରଥମ ଥର ପାଇଁ କ'ଣ କହିଲେ ଏବି ଡି ଭିଲିୟର୍ସ, ଜାଣନ୍ତୁ...

ଅଧିକ ପଢ଼ନ୍ତୁ:-ଏହି ଦଳ ପାଇଁ ବରଦାନ ପାଲଟିଲା ଭାରତର ବିଜୟ, ପରବର୍ତ୍ତୀ ବିଶ୍ୱକପରେ ମିଳିଲା ସିଧାସଳଖ ଏଣ୍ଟ୍ରି

 

 ତେଣୁ ଏହା ସ୍ପଷ୍ଟ ଯେ ଏହାର ଗୁଣବତ୍ତା ଷ୍ଟାଣ୍ଡା ଅଲୋନ 5G ନେଟୱାର୍କ ଅପେକ୍ଷା କମ୍ ଭଲ ହେବ । ବାସ୍ତବରେ ଏକ ସ୍ୱତନ୍ତ୍ର 5G ନେଟୱାର୍କ ସ୍ଥାପନ କରିବାର ମୂଲ୍ୟ ବହୁତ ଅଧିକ ଓ ଏହି କାରଣରୁ ଅନ୍ୟ କମ୍ପାନୀଗୁଡିକ ପୁରୁଣା ଭିତ୍ତିଭୂମି ଉପରେ 5G ସେବା ଯୋଗାଇବାକୁ ମନସ୍ଥ କରିଛନ୍ତି । କିନ୍ତୁ ଗ୍ରାହକଙ୍କୁ ପ୍ରକୃତ 5G ଅଭିଜ୍ଞତା ପ୍ରଦାନ କରିବାକୁ ଜିଓ ପ୍ରତିବଦ୍ଧ । ଏହି କାରଣରୁ ଏହାକୁ ନେଇ ବଜାରରେ ଆଲୋଚନା ମଧ୍ୟ ତୀବ୍ର ହୋଇଛି ।