Jharsuguda Bypoll: ବିଜେଡି ଗଡ଼ ଜଗିବାକୁ ୧୨ ନେତାଙ୍କୁ ଦାୟିତ୍ବ
Advertisement
Article Detail0/zeeodisha/odisha1643118

Jharsuguda Bypoll: ବିଜେଡି ଗଡ଼ ଜଗିବାକୁ ୧୨ ନେତାଙ୍କୁ ଦାୟିତ୍ବ

Jharsuguda Bypoll News In Odia: ଝାରସୁଗୁଡା ଉପନିର୍ବାଚନ (Jharsuguda Bypoll) ପାଇଁ ବାଜିଛି ବିଗୁଲ । ଝାରସୁଗୁଡା ଉପନିର୍ବାଚନ (Jharsuguda Bypoll) ପାଇଁ ପୁଣି ୧୨ ଜଣ ବରିଷ୍ଠ ନେତାଙ୍କୁ ଦାୟତ୍ବ ଦେଇଛି ବିଜେଡି । ଆଜି ବିଜେଡି ବ୍ଲକ ଓ ମ୍ୟୁନିସିପାଲଟି ପାଇଁ ପର୍ଯ୍ଯବେକ୍ଷକଙ୍କ ନାଁ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ (CM Naveen Patnaik) ନିର୍ଦ୍ଦେଶ କ୍ରମେ ୧୨ ନେତାଙ୍କୁ (12 Senior Leaders) ଝାରସୁଗୁଡ଼ାର ବ୍ଲକ ଓ ମ୍ୟୁନିସିପାଲଟି ପର୍ଯ୍ଯବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Jharsuguda Bypoll News In Odia: ଝାରସୁଗୁଡା ଉପନିର୍ବାଚନ (Jharsuguda Bypoll) ପାଇଁ ବାଜିଛି ବିଗୁଲ । ଝାରସୁଗୁଡା ଉପନିର୍ବାଚନ (Jharsuguda Bypoll) ପାଇଁ ପୁଣି ୧୨ ଜଣ ବରିଷ୍ଠ ନେତାଙ୍କୁ ଦାୟତ୍ବ ଦେଇଛି ବିଜେଡି । ଆଜି ବିଜେଡି ବ୍ଲକ ଓ ମ୍ୟୁନିସିପାଲଟି ପାଇଁ ପର୍ଯ୍ଯବେକ୍ଷକଙ୍କ ନାଁ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ (CM Naveen Patnaik) ନିର୍ଦ୍ଦେଶ କ୍ରମେ ୧୨ ନେତାଙ୍କୁ (12 Senior Leaders) ଝାରସୁଗୁଡ଼ାର ବ୍ଲକ ଓ ମ୍ୟୁନିସିପାଲଟି ପର୍ଯ୍ଯବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।  ଏନେଇ ସୂଚନା ଦେଇଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (BJD Organisational Secretary Pranab Prakash Das)।

କିରମିରା ବ୍ଲକ ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁଙ୍କୁ ଦାୟିତ୍ବ ଦିଆଯାଇଛି। କୋଲାବିରା ବ୍ଲକ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ସରୋଜ ମେହେରଙ୍କୁ ଦାୟିତ୍ବ ମିଳିଛି। ଝାରସୁଗୁଡ଼ା ବ୍ଲକ ପାଇଁ ବିଧାୟକ ପଦ୍ମନାଭ ବେହେରା ଓ ଡ. ଅରୁଣ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି। ସେହପରି ଲାଇକେରା ବ୍ଲକ ପାଇଁ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ବ ମିଳିଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା ମ୍ୟୁନିସପାଲଟି ଦାୟିତ୍ବ ପାଇଁ ୪ ଜଣଙ୍କ ନାଁ ଘୋଷଣା କରାଯାଇଛି। ଉକ୍ତ ୪ଜଣ ହଲେ ବିଧାୟକ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁଙ୍କୁ ଦାୟିତ୍ବ ଦିଆଯାଇଛି।ଏ-ହା ପୂର୍ବରୁ ବିଜେଡି ଝାରସୁଗୁଡା ଉପନିର୍ବାଚନ (Jharsuguda Bypoll)ପାଇଁ  ୩ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ଯ ଓ ସାରଦା ପ୍ରସାଦ ନାୟକଙ୍କୁ ନିଯୁକ୍ତ କରି ସାରିଛି।

fallback

Also Read : Ram Charan: ସ୍ତ୍ରୀଙ୍କ ପାଇଁ ଅଭିନୟ ଛାଡ଼ିବେ ରାମଚରଣ! ଜାଣନ୍ତୁ କାରଣ

Also Read : ShahRukh Khan: କିଙ୍ଗ ଖାନଙ୍କୁ ଆଉ ଏକ ସଫଳତା, ଜିତିଲେ ୨୦୨୩ ଟାଇମ୍ସ ୧୦୦ ରିଡର ପୋଲ

Also Read : Salman Khan: ହତ୍ୟା ଧମକରେ ଡ଼ରି ବୁଲେଟ ପ୍ରୁଫ କାର୍ କିଣିଲେ ସଲୁମିଆଁ, ଦାମ୍ ଜାଣିଲେ ମୁଣ୍ଡରେ ଦେବେ ହାତ...

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି।  ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି।  ଆସନ୍ତା ଏପ୍ରିଲ ୧୩ ତାରିଖରେ ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ (Odisha Ex Minister Naba Das) ଗୁଳି କରି ହତ୍ୟା କରାଯାଇଥିଲା । ଝାରସୁଗୁଡା ନିର୍ବାଚନ ମଣ୍ତଳୀର ବିଧାୟକ ଥିଲେ ନବ ଦାସ । ତାଙ୍କ ମୃତ୍ୟୁ ପରଠାରୁ ଝାରସୁଗୁଡା ନିର୍ବାଚନ ମଣ୍ତଳୀ ସେବେଠାରୁ ସେ ଆସନ ଖାଲି ପଡିଛି । ଏ-ନେଇ ସେଠାରେ ପୁଣି ଉପନିର୍ବାଚନ ହେବାକୁ ଯାଉଛି । ବିଜେଡି ସ୍ବର୍ଗତ ନବ ଦାସଙ୍କ ଝିଅକୁ ସେଠାରୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି । ବିଜେଡି ନିଜ ଗଡ ରକ୍ଷା କରିବା ପାଇଁ ଏବେଠୁ ପ୍ରସ୍ତୁତ କରିଛି ରଣନୀତି । ଭୋଟ୍ ହାତେଇବା ପାଇଁ ଝାରସୁଗୁଡ଼ାରେ ଡ଼େରା ପକାଇଲେଣି ତିନି ଦଳର ନେତା ।

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଏସଆଇ ଗୋପାଳ ବର୍ତ୍ତମାନ ଚୌଦ୍ବାର ଜେଲର ତିନି ନମ୍ବର ସେଲରେ ରହିଛି । ହେଲେ ହତ୍ୟାକାଣ୍ଡର କାରଣ ଏବେ ବି ରହସ୍ୟ ଘେରରେ । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ । ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହା ବ୍ୟକ୍ତିଗତ ଶତ୍ରୁତା ଥିଲା ନାଁ ସୁପାରି କିଲିଂ ? ହତ୍ୟାକାଣ୍ଡ ପଛରେ ବ୍ୟବସାୟିକା ନା ରାଜନୈତିକ ଲିଙ୍କ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହତ୍ୟାକାଣ୍ଡର କାରଣ ଖୋଜିବାକୁ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଦେଶର ପ୍ରମୁଖ ସଂସ୍ଥାକୁ ନିୟୋଜିତ କରି ସତ କାଢିବାକୁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ । ବିଧାନସଭରେ ଗୋପାଳ ଦାସ ଚାକିରୀ କାଳରେ ପାଇଥିବା ପୁରସ୍କାର ଓ ପଦୋନ୍ନତି ବାବଦରେ ଗୃହରାଷ୍ଟ୍ର ମନ୍ତ୍ରୀ ବିବୃତି ଦେଇଛନ୍ତି । ଏ-କ ଲିଖିତ ପ୍ରଶ୍ନର ଉତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ କହିଥିଲେ ଗୋପାଳ ଦାସକୁ ଚାକିରୀ କାଳ ଭିତରେ ଥରେ ପଦୋନ୍ନତି ଓ ୧୮ ଥର ପୁରସ୍କାର ଦିଆଯାଇଛି । ଗୋପାଳଙ୍କୁ ୧୮ ଥର ଜି.ଏସ୍ ମାର୍କ, ୯ ଥର ମନି ରିୱାର୍ଡ ଏବଂ ୧୮ ଥର ପ୍ରଶଂସା ପତ୍ର ମିଳିଛି । ଅର୍ଥାତ ଥରେ ପଦୋନ୍ନତି ଓ ୪୫ ଥର ପୁରସ୍କୃତ ହୋଇଛି ଗୋପାଳ ।

ନିକଟରେ ଗୋପାଳକୁ ନେଇ ମଧ୍ୟ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ଗୋପାଳ ଦାସ ପାଗଳ ନୁହେଁ ବୋଲି ରାୟରେ ସ୍ପଷ୍ଟ କରିଥିଲେ ଝାରସୁଗଡ଼ା ଅତିରିକ୍ତ ଜିଲ୍ଲା କୋର୍ଟ। ଗୋପାଳକୁ ୩ ସପ୍ତାହ ଧରି ନିଜ ହେପାଜତକ ନେବା ପାଇଁ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ ଅବସରରେ କୋର୍ଟ ରାୟରେ ଏହା ସ୍ପଷ୍ଟ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତଥା ଡିଏମ୍‌ଇଟିଙ୍କ ନିର୍ଦ୍ଦେଶ ଅନୁସାରେ ଗଠନ ହୋଇଥିବା ୪ ଜଣିଆ ମେଡିକାଲ ବୋର୍ଡ ଅଭିଯୁକ୍ତ ଗୋପାଳର ମନସ୍ତତ୍ତ୍ୱ ପରୀକ୍ଷଣ କରିଥିଲେ। ମେଡିକାଲ ବୋର୍ଡ ଟେଷ୍ଟ ରିପୋର୍ଟ ଆଧାରରେ ରାୟ ଦେଇଥିଲେ କୋର୍ଟ। ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ, ପରିସ୍ଥିତି ଦେଖି ଗୋପାଳର ଆଚରଣ ଓ କଥାବାର୍ତ୍ତା ଠିକ ଥିଲା। ସେ ଆଖିରେ ଆଖି ମିଶାଇ କଥା ହେଉଥିଲା। ଆଚରଣରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉନଥିଲା। ତା’ର ସ୍ମୃତିଶକ୍ତି ଠିକ ରହିଥିଲା। ବିଚାର କ୍ଷମତା ଓ ଚିନ୍ତନ ଶକ୍ତି ମଧ୍ୟ ଠିକ୍ ଥିଲା। ମେଡିକାଲ ରିପୋର୍ଟ ଅନୁସାରେ ଅଭିଯୁକ୍ତର ଅସ୍ୱାଭାବିକତା ନଥିଲା। ସେ ପୂରା ଫିଟ୍ ଥିଲା। ଏହିସବୁ ଦୃଷ୍ଟିରୁ ମେଡିକାଲ୍ ବୋର୍ଡ କେଉଁଠି ବି ଅଭିଯୁକ୍ତର କୌଣସି ମାନସିକ ରୋଗରେ ପୀଡ଼ିତ ବୋଲି ଠାବ କରିପାରିଲେ ନାହିଁ ବୋଲି ଦର୍ଶାଇଛନ୍ତି।