Jaya kishori: ଜାଣନ୍ତୁ କେବେ ଓ କେଉଁଠି ହେବ ଜୟା କିଶୋରୀଙ୍କ ବାହାଘର! କ’ଣ ରହିଛି ସର୍ତ୍ତ?
Advertisement

Jaya kishori: ଜାଣନ୍ତୁ କେବେ ଓ କେଉଁଠି ହେବ ଜୟା କିଶୋରୀଙ୍କ ବାହାଘର! କ’ଣ ରହିଛି ସର୍ତ୍ତ?

Jaya kishori: ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ କେବେ ବାହା ହେବେ ଏହାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ତେବେ ବାହାଘରକୁ ନେଇ ଏକ ବୟାନ ଦେଇଛନ୍ତି ଏହି ଜୟା କିଶୋରୀ ।

ସୌ(ସୋସିଆଲ ମିଡିଆ)

Jaya kishori: ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ (Jaya Kishori) ଙ୍କୁ କିଏ ନ ଜାଣନ୍ତି । ତାଙ୍କର ପ୍ରେରଣାଦାୟୀ ବଚନ ଓ ଶ୍ରୀମଦ୍ ଭଗବଦ୍ ଗୀତା ପାଠ ଯୋଗୁଁ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ତେବେ ଆଜିକାଲି ବହୁ ସମୟରେ ଲାଇମଲାଇଟରେ ରହୁଥିବା ଜୟା କିଶୋରୀ ବାହାଘରକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ପ୍ରବଚିକାଙ୍କ ବାହାଘରକୁ ନେଇ ଆସିଥିବା ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଜୟା କିଶୋରୀ ନିଜେ ଏନେଇ ସୂଚନା ଦେଇଛନ୍ତି ।

ନିକଟରେ ନିଜ ବାହାଘରକୁ ନେଇ ଜୟା କିଶୋରୀ ଦେଇଥିବା ବୟାନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଁଆ ପରି ବ୍ୟାପିବାରେ ଲାଗିଛି। ବାସ୍ତବରେ, ଜୟା କିଶୋରୀ ଏକ କାର୍ଯ୍ୟକ୍ରମରେ ନିଜ ବାହାଘର ପ୍ରଶ୍ନ ଉପରେ ନୀରବତା ଭଙ୍ଗ କରି ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଜୟା କିଶୋରୀ କହିଥିଲେ ଯେ, ସେ ନିଶ୍ଚିତ ବାହା ହେବେ ହେଲେ ଏଥିପାଇଁ ବହୁତ ସମୟ ଅଛି । ସେ ଆହୁରୀ ମଧ୍ଯ କହିଛନ୍ତି ଯେ, ତାଙ୍କୁ ଆହୁରୀ ଅନେକ କାମ କରିବାର ଅଛି । ବିବାହ ଲାଗି ଆହୁରୀ ବହୁତ ସମୟ ରହିଛି । ସମୟ ଆସିଲେ ସେ ନିଜେ ବିବାଘର ନେଇ ସୂଚନା ଦେବେ । ଏହାସହ ସେ କହିଥିଲେ କି, ଘରୋଇ ଜୀବନ ପ୍ରତି ସେ ଅତ୍ୟନ୍ତ ସକାରାତ୍ମକ ଭାବନା ରଖନ୍ତି । ସେ ଆଉ ମଧ୍ଯ କହିଥିଲେ ଯେ, ସେ କୌଣସି ସାଧୁ ସନ୍ଥ ହେବେ ନାହିଁ । ତେବେ ଜୟା କିଶୋରୀ ବିବାହ ସମ୍ବନ୍ଧିତ ତାଙ୍କର କିଛି ସର୍ତ୍ତ ବିଷୟରେ କହିଥିଲେ । ସେ କହିଛନ୍ତି, ସେ କୋଲକତାରେ ହିଁ ବିବାହ କରିବେ । ଏହାର କାରଣ ସେ ନିଜ ପରିବାର ଓ ପିତାମାତାଙ୍କଠାରୁ ଦୂରରେ ରହିପାରିବେ ନାହିଁ । ଯଦି ତାଙ୍କ ବିବାହ କୋଲକାତା ବାହାରେ ହୁଏ, ତା’ହେଲେ ତାଙ୍କ ପିତାମାତା ମଧ୍ୟ ତାଙ୍କ ସହିତ ରହିବେ ।

ପ୍ରକାଶଥାଉ କି, ଜୟା କିଶୋରୀ (Jaya Kishori) ପଢ଼ିବାକୁ ବହୁତ ଭଲ ପାଆନ୍ତି । ଏହି କାରଣରୁ ଜୟା କିଶୋରୀ (Jaya Kishori) ସମାଜର ପ୍ରତ୍ୟେକ ବିଷୟ ଉପରେ ନିଜର ମତକୁ ସୁନ୍ଦର ଭାବରେ ପରିପ୍ରକାଶ କରିଥାଆନ୍ତି । ତାଙ୍କର ପ୍ରେରଣାଦାୟୀ ବଚନ ନିରାଶ ଲୋକଙ୍କୁ ଉତ୍ସାହିତ କରିଥାଏ । ସେ ପ୍ରଥମ ଥର ପାଇଁ ୭ ବର୍ଷ ବୟସରେ କୋଲକାତାର ବସନ୍ତ ମହୋତ୍ସବରେ ସୁନ୍ଦରକାଣ୍ଡ ପାଠ କରିଥିଲେ । ସେବେଠାରୁ ତାଙ୍କର ସଫଳତାର ଯୁଗ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ସେ ଭଗବାନ କୃଷ୍ଣଙ୍କୁ ବହୁତ ଭଲ ପାଆନ୍ତି ଓ ସେ ତାଙ୍କର ପ୍ରିୟ ଭକ୍ତ ଅଟନ୍ତି। ଜୟା କିଶୋରି ସୋସିଆଲ ମିଡିଆରେ ମଧ୍ଯ ବେଶ ଚର୍ଚ୍ଚିତ । ସୋସିଆଲ ମିଡ଼ିଆରେ ତାଙ୍କୁ ବହୁ ଲୋକେ ଅନୁସରଣ କରିଥାଆନ୍ତି ।

Also Read-ଜୟା କିଶୋରୀ ଗୋଟିଏ ପ୍ରବଚନ ପାଇଁ ନିଅନ୍ତି କେତେ ଟଙ୍କା? ଫି ଓ ମୋଟ ସମ୍ପତ୍ତି ବିଷୟରେ ଜାଣିଲେ ହୋଇଯିବେ ଚକିତ