FIFA World Cup 2022: ମ୍ୟାଚ ହାରିବା ପରେ ଦର୍ଶକଙ୍କ ହୃଦୟ ଜିତିଲେ ଜାପାନ ଫୁଟବଲ ଟିମ ମ୍ୟାନେଜର
Advertisement

FIFA World Cup 2022: ମ୍ୟାଚ ହାରିବା ପରେ ଦର୍ଶକଙ୍କ ହୃଦୟ ଜିତିଲେ ଜାପାନ ଫୁଟବଲ ଟିମ ମ୍ୟାନେଜର

FIFA  World Cup  News: ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସଦ୍ୟ ତାଙ୍କର ସୋସିଆଲ ମିଡ଼ିଆ ପୋଷ୍ଟରେ ଜାପାନ ଫୁଟବଲ୍ ଟିମ୍ ମ୍ୟାନେଜର ହାଜିମ ମୋରିୟାସୁଙ୍କ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ମ୍ୟାନେଜର ମୋରିୟାସୁଙ୍କୁ ପ୍ରଶଂସକଙ୍କ ନିକଟରେ ନତମସ୍ତକ ହୋଇଥିବା ଦେଖିବାକୁ ମିଳିଛି। 

FIFA  World Cup 2022: ମ୍ୟାଚ ହାରିବା ପରେ ଦର୍ଶକଙ୍କ ହୃଦୟ ଜିତିଲେ ଜାପାନ ଫୁଟବଲ ଟିମ ମ୍ୟାନେଜର

Japan Football Team Manager: ମ୍ୟାଚ ହାରିବା ପରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଜାପାନ ଫୁଟବଲ ଟିମ ମ୍ୟାନେଜର। ଫିଫା ବିଶ୍ୱକପ୍ ମ୍ୟାଚ ଦେଖିବାକୁ ମିଳିଛି ଏଭଳି ଘଟଣା। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ଏ ସମ୍ପର୍କରେ ଜଣାଇଛନ୍ତି। ସୋସିଆଲ ମିଡିଆ ଜଗତେରେ ବେଶ ସକ୍ରିୟ ରହିଥାନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍। ସାରା ବିଶ୍ୱରେ ଘଟୁଥିବା ଘଟଣା ଉପରେ ନିଜର ମତାମତ ରଖିଥାନ୍ତି। 

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସଦ୍ୟ ତାଙ୍କର ସୋସିଆଲ ମିଡ଼ିଆ ପୋଷ୍ଟରେ ଜାପାନ ଫୁଟବଲ୍ ଟିମ୍ ମ୍ୟାନେଜର ହାଜିମ ମୋରିୟାସୁଙ୍କ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ମ୍ୟାନେଜର ମୋରିୟାସୁଙ୍କୁ ପ୍ରଶଂସକଙ୍କ ନିକଟରେ ନତମସ୍ତକ ହୋଇଥିବା ଦେଖିବାକୁ ମିଳିଛି। ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପେନାଲିଟି ସୁଟ ଆଉଟ ବଳରେ କ୍ରୋଏସିଆ ୩-୧ ଗୋଲ ବ୍ୟବଧାନରେ ଜାପାନକୁ ପରାସ୍ତ କରିଛି। ଜାପାନ ମ୍ୟାଚ ହାରିବା ପରେ ମଧ୍ୟ ମ୍ୟାନେଜର ହାଜିମ ମୋରିୟାସୁ ପ୍ରଶଂସକଙ୍କ ନିକଟରେ ନତମସ୍ତକ ହୋଇଥିବା ଦେଖିବାକୁ ମିଳିଥିଲା। 

ଜାପାନ ଫୁଟବଲ୍ ଟିମ୍ ମ୍ୟାନେଜର ହାଜିମ ମୋରିୟାସୁଙ୍କ ଫଟୋ ଟ୍ୱିଟ କରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କହିଛନ୍ତି, "ଏହାକୁ ବର୍ଣ୍ଣନା କରିବାକୁ କେବଳ ଦୁଇଟି ଶବ୍ଦ ରହିଛି। ତାହା ହେଉଛି ସମ୍ମାନ ଏବଂ ଅନୁଗ୍ରହ। ଜାପାନ ଟିମ୍ ମ୍ୟାନେଜର ହାଜିମ ମୋରିୟାସୁ ପ୍ରଶଂସକଙ୍କ ନିକଟରେ ପ୍ରଣାମ କରୁଛନ୍ତି। " 

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ମଙ୍ଗଳବାର ସକାଳେ ଏହି ଫଟୋ ଟ୍ୱିଟ୍ କରିତିଲେ। ସେବେଠାରୁ ଏହାକୁ ୨୦ ହଜାରରୁ ଅଧିକ ଲାଇକ୍ ମିଳିସାରିଛି। ଟ୍ୱିଟର ୟୁଜର ଏହି ଟ୍ୱିଟ୍ ଉପରେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଜଣେ ୟୁଜର ଲେଖିଛନ୍ତି, ବହୁତ ନମ୍ର ମନୋଭାବ। ଅନ୍ୟ ଜଣେ ୟୁଜର କହିଛନ୍ତି, "ଏହି ବ୍ୟକ୍ତି, ତାଙ୍କ ଦଳ, ଦେଶ ତଥା ସେମାନଙ୍କର ଅଖଣ୍ଡତା ଏବଂ ନମ୍ରତାର ସଂସ୍କୃତି ପ୍ରତି ସମ୍ମାନ, ସମ୍ମାନ ଆଉ ଅଧିକ ସମ୍ମାନ। " ଆଉ ଜଣେ ଟ୍ୱିଟର ୟୁଜର କହିଛନ୍ତି, "ଜାପାନ ସାମାନ୍ୟ ତ୍ରୁଟି ପାଇଁ ମ୍ୟାଚ୍ ହାରିଛି। ହେଲେ ଜାପାନ ଫୁଟବଲ୍ ମାନଚିତ୍ରରେ ଏସିଆର ମୂଲ୍ୟ ବଢାଇ ଦେଇଛି।"

ଯଦି ଜାପାନ- କ୍ରୋଏସିଆ ମ୍ୟାଚ କଥା କୁହାଯାଏ, ତାହେଲେ ଏହି ମୁକାବିଲାରେ ପେନାଲିଟି ସୁଟ ଆଉଟ ବଳରେ କ୍ରୋଏସିଆ ଜାପାନକୁ ପରାସ୍ତ କରିଛି। ଉଭୟ ଦଳ ଏହି ମ୍ୟାଚରେ ୧-୧ ଗୋଲ ସ୍କୋର କରିବାରେ ସଫଳ ହୋଇଥିବାବେଳେ ଟାଇବ୍ରେକର ଭାବେ ଆୟୋଜକମାନେ ଏକ ପେନାଲ୍ଟି କର୍ଣ୍ଣର ବାହାର କରିବାକୁ ଚେଷ୍ଟା କରିଥିଲେ। କ୍ରୋଏସିଆ ପକ୍ଷରୁ  ମାରିଓ ପାସାଲିକ୍ ବିଜୟୀ ପେନାଲ୍ଟି କର୍ନର କରିଥିଲେ। ଜାପାନ ବିପକ୍ଷ ମୁକାବିଲାରେ ମ୍ୟା କ୍ରୋଏସିଆ ତିନୋଟି ଗୋଲ କରିବାରେ ସଫଳ ହୋଇଥିଲା। ଅନ୍ୟପଟେ ଜାପାନ କେବଳ ଗୋଟିଏ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ଏହି ପରାଜୟ ଜାପାନ ଏହାର ଫୁଟବଲ ଇତିହାସରେ ପ୍ରଥମ ଥର ପାଇଁ Last Eight ରେ ପହଞ୍ଚିବା ପାଇଁ ଏକ ପ୍ରୟାସକୁ ବିଫଳ କରିଦେଇଛି। ଅନ୍ୟପକ୍ଷରେ କ୍ରୋଏସିଆ ବର୍ତ୍ତମାନ Last Eight ରେ  ବ୍ରାଜିଲକୁ ଭେଟିବ।