PM Kisan ର ୧୪ ତମ କିସ୍ତି ଆସିବା ପୂର୍ବରୁ ମିଳିଲା ଖୁସି ଖବର, ସରକାର ଚାଷୀଙ୍କୁ ମାଗଣାରେ ଦେବେ ଏହି ଜିନିଷ
Advertisement

PM Kisan ର ୧୪ ତମ କିସ୍ତି ଆସିବା ପୂର୍ବରୁ ମିଳିଲା ଖୁସି ଖବର, ସରକାର ଚାଷୀଙ୍କୁ ମାଗଣାରେ ଦେବେ ଏହି ଜିନିଷ

Millet Cultivation: ସବୁଠାରୁ ମହତ୍ୱକାଂକ୍ଷୀ ଯୋଜନାକୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ରୂପେ ଚଳାଉଛନ୍ତି । ବର୍ତ୍ତମାନ ଜାମ୍ମୁ କାଶ୍ମୀର ପ୍ରଶାସନ କେନ୍ଦ୍ର ଶାସିତ ଅଞ୍ଚଳରେ ୮,୦୦୦ ହେକ୍ଟର ଜମିରେ ପାରମ୍ପାରିକ ମିଲେଟ ଫସଲର ଚାଷକୁ ପୁନର୍ଜୀବିତ କରିବାର ଲକ୍ଷ୍ୟ ସ୍ଥିର କରିଛି ।

PM Kisan ର ୧୪ ତମ କିସ୍ତି ଆସିବା ପୂର୍ବରୁ ମିଳିଲା ଖୁସି ଖବର, ସରକାର ଚାଷୀଙ୍କୁ ମାଗଣାରେ ଦେବେ ଏହି ଜିନିଷ

Millet Cultivation: ଯଦି ଆପଣ ମଧ୍ୟ ପିଏମ କିସାନ ସମ୍ମାନ ନିଧି (PM Kisan Samman Nidhi) ପାଇଁ ଯୋଗ୍ୟ ଅଟନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । କୃଷକମାନ (Farmers) ଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ସବୁଠାରୁ ମହତ୍ୱକାଂକ୍ଷୀ ଯୋଜନାକୁ କେନ୍ଦ୍ର ସରକାର (Central Government) ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM Kisan) ରୂପେ ଚଳାଉଛନ୍ତି । ବର୍ତ୍ତମାନ ଜାମ୍ମୁ କାଶ୍ମୀର (Jammu and Kashmir) ପ୍ରଶାସନ କେନ୍ଦ୍ର ଶାସିତ ଅଞ୍ଚଳରେ ୮,୦୦୦ ହେକ୍ଟର ଜମିରେ ପାରମ୍ପାରିକ ମିଲେଟ ଫସଲର ଚାଷ (Millet Cultivation) କୁ ପୁନର୍ଜୀବିତ କରିବାର ଲକ୍ଷ୍ୟ ସ୍ଥିର କରିଛି ।

ଏହି ପ୍ରକ୍ରିୟା ଜାମ୍ମୁ ଅଞ୍ଚଳର ୧୦ଟି ଜିଲ୍ଲାର ଚାଷୀଙ୍କୁ ଶତପ୍ରତିଶତ ସବସିଡି ସହିତ ୭ ପ୍ରକାରର ମୋଟା ଶସ୍ୟର ମଞ୍ଜି ଯୋଗାଇ ଆରମ୍ଭ କରାଯିବ । ଚଳିତ ବର୍ଷ ଫେବୃଆରୀରେ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟା ଶସ୍ୟର ଉତ୍ପାଦନ ତଥା ବ୍ୟବହାର ବୃଦ୍ଧି ବ୍ୟତୀତ ପୁଷ୍ଟିକର-ଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନ ୧୫ କୋଟି ଟଙ୍କା ପ୍ରକଳ୍ପ ଅନୁମୋଦନ କରିଥିଲା । ଅଧିକାରୀମାନେ କହିଛନ୍ତି ଯେ, ପ୍ରାୟ ୮,୦୦୦ ହେକ୍ଟର ଜମିରେ ପାରମ୍ପାରିକ ମିଲେଟ ଚାଷ (Millet Cultivation) କୁ ପୁନର୍ଜୀବିତ କରିବା ଓ ହେକ୍ଟର ପିଛା ୧୦ରୁ ୨୦ କ୍ୱିଣ୍ଟାଲରୁ ଉତ୍ପାଦନ ବୃଦ୍ଧି କରିବାକୁ ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି ।

କୃଷି ଉତ୍ପାଦନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ତିନି ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ମୋଟା ଶସ୍ୟ ଚାଷକୁ ପ୍ରୋତ୍ସାହିତ କରିବା । ଏହାସହ ସେଗୁଡ଼ିକର ମୂଲ୍ୟ ବୃଦ୍ଧି ଓ କୃଷକମାନଙ୍କ ପାଇଁ ଉଦ୍ୟୋଗୀ ସୁଯୋଗ ସୃଷ୍ଟି କରିବା । ଏହି ପ୍ରକଳ୍ପର ଏକ ଅଂଶ ଭାବରେ କୃଷି ବିଭାଗ ୧୪୦୦ ହେକ୍ଟର ଜମିରେ ମିଲେଟ ବୃଦ୍ଧି ପାଇଁ କୃଷକମାନଙ୍କୁ ୧୦୦ ପ୍ରତିଶତ ସବସିଡି ଯୋଗାଇ ଦିଆଯାଉଛି ।

କୃଷି (ଇନପୁଟ୍) ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏଏସ୍ ରୀନ୍ କହିଛନ୍ତି ଯେ, "ଜମ୍ମୁ ଡିଭିଜନର ୧୦ଟି ଜିଲ୍ଲାରେ ମୋଟା ଶସ୍ୟ ଉତ୍ପାଦନ ପାଇଁ କୃଷି ବିଭାଗ ୧,୪୦୦ ହେକ୍ଟର ଜମି ବଣ୍ଟନ କରିଛି । ଆମର ୭ଟି ବିଭିନ୍ନ ପ୍ରକାରର ମିଲେଟ୍ ଅଛି । ପ୍ରାୟ ୧୦୦ ପ୍ରତିଶତ ସବସିଡିରେ କୃଷକମାନଙ୍କ ପାଇଁ ବିହନ ଉପଲବ୍ଧ ହେବାକୁ ଯାଉଛି । ରୀନ୍ କହିଛନ୍ତି ଯେ ଯଦି ଜଣେ କୃଷକ ମିନି ପ୍ରକ୍ରିୟାକରଣ କାରଖାନା ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ସରକାର ୪ରୁ ୫.୨୫ ଲକ୍ଷ ଟଙ୍କା ସବସିଡି ପ୍ରଦାନ କରୁଛନ୍ତି ।

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏସିଆ କପ୍ ଓ ODI ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨ ଦିନ ପରେ ଆସିବ ବଡ଼ ଖୁସି ଖବର; ପୁଣି ଏତେ ବଢ଼ିଯିବ ଦରମା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆର ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର! ଚୟନକର୍ତ୍ତା ଦଳରୁ କଲେ ବାହାର

ଏଏସ ରୀନ କହିଛନ୍ତି ଯେ, "ଆମେ ମୋଟା ଶସ୍ୟ ସହିତ ରେଷ୍ଟୁରାଣ୍ଟକୁ ପ୍ରୋତ୍ସାହିତ କରୁଛୁ । କଠିନ ଶସ୍ୟ ଭିତ୍ତିକ ଖାଦ୍ୟ ପ୍ରଚଳନ ପାଇଁ ସେମାନଙ୍କୁ ୨ ଲକ୍ଷ ଟଙ୍କା ସବସିଡି ପ୍ରଦାନ କରାଯାଉଛି । ଜଳବାୟୁ ପରିବର୍ତ୍ତନ ପ୍ରତି ସହନଶୀଳତା ଯୋଗୁଁ ମିଲେଟଗୁଡିକ 'ଚମତ୍କାର ଶସ୍ୟ' ବା 'ଭବିଷ୍ୟତର ଫସଲ' ଭାବରେ ଜଣାଶୁଣା ।