ଜବଲପୁର ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଅକାଳରେ ଚାଲିଗଲା ୧୦ ଜୀବନ
Advertisement
Article Detail0/zeeodisha/odisha1283670

ଜବଲପୁର ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଅକାଳରେ ଚାଲିଗଲା ୧୦ ଜୀବନ

ଅଗ୍ନିକାଣ୍ଡରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ତିନି ଜଣ ପୋଡ଼ି ଗୁରୁତର ହୋଇଯାଇଛନ୍ତି।

ଜବଲପୁର ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଅକାଳରେ ଚାଲିଗଲା ୧୦ ଜୀବନ

ଜବଲପୁର: ମଧ୍ୟପ୍ରଦେଶର (Madhyapradesh) ଜବଲପୁରର (Jabalpur) ଏକ ଘରୋଇ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡରେ (Fire) ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ଡାକ୍ତରଖାନାର (Hospital) କର୍ମଚାରୀ। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ୬ରୁ ଅଧିକ ଦମକଳ ଗାଡ଼ି ପ୍ରୟାସ ଜାରି ରଖିଛନ୍ତି।  କ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଜବଲପୁରର ପୋଲିସ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ ବହୁଗୁଣା କହିଛନ୍ତି କି ଅଗ୍ନିକାଣ୍ଡରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ତିନି ଜଣ ପୋଡ଼ି ଗୁରୁତର ହୋଇଯାଇଛନ୍ତି। ଯାହାର ଅବସ୍ଥା ଗୁରୁତର ରହିଛି। ଏହା ସହିତ ଅର୍ଦ୍ଧ ଡଜନରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ କରାଯାଉଛି।