Saleh al-Arouri: କିଏ ଏହି ସାଲେହ ଅଲ-ଅରୌରୀ? ଯାହାକୁ ଘରେ ପଶି ମାରିଥିଲା ଇସ୍ରାଏଲ?
Advertisement
Article Detail0/zeeodisha/odisha2156755

Saleh al-Arouri: କିଏ ଏହି ସାଲେହ ଅଲ-ଅରୌରୀ? ଯାହାକୁ ଘରେ ପଶି ମାରିଥିଲା ଇସ୍ରାଏଲ?

Hamas Deputy Chief Saleh Al Arouri: ଲେବାନନ ରାଜଧାନୀ ବେରୁତ ଠାରେ ହୋଇଥିବା ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିଲା ହମାସ ପଲିଟବ୍ୟୁରୋ ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀ।

Saleh al-Arouri: କିଏ ଏହି ସାଲେହ ଅଲ-ଅରୌରୀ? ଯାହାକୁ ଘରେ ପଶି ମାରିଥିଲା ଇସ୍ରାଏଲ?

Saleh al-Arouri Death: ଗତ ଜାନୁଆରୀ ମାସରେ ଇସ୍ରାଏଲ ପକ୍ଷରୁ ଆକାଶ ମାର୍ଗରେ ହୋଇଥିବା ଏକ ଜବରଦସ୍ତ ଆକ୍ରମଣରେ କମ୍ପି ଉଠିଥିଲା ଲେବାନନ୍। ଯେଉଁଥିରେ ବରିଷ୍ଠ ହମାସ ନେତା ସଙ୍ଗଠନର ରାଜନୈତିକ ବ୍ୟୁରୋ ଡେପୁଟି ଚେୟାରମ୍ୟାନ୍ ସାଲେହ ଅଲ-ଅରୌରୀ ପ୍ରାଣ ହରାଇଥିଲା। ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସାଲେହ ଅଲ-ଅରୌରୀ ବିଷୟରେ ସୋମବାର ଏକ ଭିଡିଓ ଜାରି କରି କହିଥିଲେ ସୋନେ ହମାସ ସଙ୍ଗଠନର ଚତୁର୍ଥ ବଡ଼ ନେତାଙ୍କୁ ହତ୍ୟା କରିଥିଲେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ସୈନ୍ୟବାହିନୀ ବାକି ହମାସ ନେତାଙ୍କୁ ମଧ୍ୟ ସମୂଳେ ନାଶ କରିବ। ଯେପର୍ଯ୍ୟନ୍ତ ଇସ୍ରାଏଲ ହାମାସ ସଙ୍ଗଠନକୁ ମାଟିରେ ମିଶାଇ ଦେଇନାହିଁ ସେ ପର୍ଯ୍ୟନ୍ତ ଗାଜା ଉପରେ ଆକ୍ରମଣ ଜାରି ରହିବ।

କିଏ ଏହି ସାଲେହ ଅଲ-ଅରୌରୀ?
ଗତ ଜାନୁଆରୀ ମାସରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ବରିଷ୍ଠ ହମାସ ନେତା ସଙ୍ଗଠନର ରାଜନୈତିକ ବ୍ୟୁରୋ ଡେପୁଟି ଚେୟାରମ୍ୟାନ୍ ସାଲେହ ଅଲ-ଅରୌରୀ ପ୍ରାଣ ହରାଇଥିଲା। ହମାସ ନେତା ସାଲେହ ଅଲ-ଅରୌରୀ ଲେବାନନ ରାଜଧାନୀ ବେରୁତ ସ୍ଥିତ ଦକ୍ଷିଣ ଉପକଣ୍ଠରେ ଅବସ୍ଥିତ ଦାହିୟାହ ଠାରେ ଟଳି ପଡ଼ିଥିଲା। ଲେବାନନ ଠାରେ ସକ୍ରିୟ ରହିଥିବା ଦାହିୟାହ ଅଞ୍ଚଳ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲା ଗଡ଼ ଭାବେ ପରିଚିତ। ହମାସ ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀ ହେଉଛି ହମାସ ପଲିଟବ୍ୟୁରୋ ଡେପୁଟି ଚିଫ୍। ଯିଏ ଏହାର ସାମରିକ ଶାଖା କାସିମ୍ ବ୍ରିଗେଡ୍ ପ୍ରତିଷ୍ଠା କରିଥିଲେ। ୧୯୬୬ ମସିହା ପାଲେଷ୍ଟେଇନ ୱେଷ୍ଟବ୍ୟାଙ୍କ ଅଞ୍ଚଳର ରାମାଲ୍ଲା ଠାରେ ଜନ୍ମଗ୍ରହଣ କରିଥିଲେ।

Also Read: Israel-Hamas War: ଇସ୍ରାଏଲ୍ ଡ୍ରୋନ ଆକ୍ରମଣରେ କମ୍ପିଉଠିଲା ଲେବାନନ; ଟଳିପଡ଼ିଲା ହମାସ ଡେପୁଟି ଚିଫ୍

ଇସ୍ରାଏଲ କାରଗାରରେ ୧୫ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଦୀର୍ଘ ଦିନ ହେବ ଲେବାନନ ଠାରେ ନିର୍ବାସିତ ଜୀବନଯାପନ କରୁଥିଲା ହମାସ ନେତା ସାଲେହ ଅଲ-ଅରୌରୀ। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ସୈନ୍ୟ ବାହିନୀ ରାମାଲ୍ଲା ଠାରେ ହମାସ ଡେପୁଟି ଚିଫ୍ ଘରକୁ ଭାଙ୍ଗି ଦେଇଥିଲା। ଗତ ୨୦୧୫ ବର୍ଷରେ ହମାସ ନେତା ସାଲେହ ଅଲ-ଅରୌରୀ ଆମେରିକା ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଥିଲା। ସାଲେହ ଅଲ-ଅରୌରୀ ବିଷୟରେ ସୂଚନା ପାଇବା ପାଇଁ ୫ ମିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ପୁରସ୍କାର ରାଶି ଘୋଷଣା କରିଥିଲେ।

ସାଲେହ ଅଲ-ଅରୌରୀ ହତ୍ୟା ଘଟଣାରେ କ'ଣ କହିଲା ହମାସ 
ଇସ୍ରାଏଲ ଦ୍ୱାରା ହୋଇଥିବା ହୋଇଥିବା ଡ୍ରୋନ ଆକ୍ରମଣରେ ସାଲେହ ଅଲ-ଅରୌରୀ ପ୍ରାଣ ହରାଇଥିବା ନେଇ ନିଶ୍ଚିତ କରିଥିଲା ହମାସ। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା ଯେ କହିଛନ୍ତି ଯେ ଏହି ଆକ୍ରମଣରେ କାସିମ ବ୍ରିଗେଡ ଅଧିକାରୀ ସମୀର ଫିଣ୍ଡି ଆବୁ ଆମେର ଏବଂ ଆଜ୍ଜମ ଅଲ-ଅକରା ଅବୁ ଅମ୍ମାର ମଧ୍ୟ ଟଳି ପଡ଼ିଥିଲା। ଇସ୍ରାଏଲ ଡ୍ରୋନ ଆକ୍ରମଣ ପରେ ହାମାସ ମୁଖ୍ୟ ଇସମାଇଲ ହାନିୟା ଏହାକୁ ବିରୋଧ କରି କହିଥିଲେ ଯେ ସାଲେହ ଅଲ-ଅରୌରୀଙ୍କ ହତ୍ୟା ଏକ ଆତଙ୍କବାଦୀ କାର୍ଯ୍ୟ। ଯାହା ଲେବାନୋନ ସାର୍ବଭୌମତ୍ୱର ଉଲ୍ଲଂଘନ ଏବଂ ପାଲେଷ୍ଟାଇନ ନାଗରିକଙ୍କ ପ୍ରତି ଇସ୍ରାଏଲ ଦ୍ୱାରା କରାଯାଉଥିବା ଶତ୍ରୁତାର ବିସ୍ତାର।