Israel-Hamas War: ଇସ୍ରାଏଲ-ହାମାସ ଯୁଦ୍ଧକୁ ପୁରିଲା ୧୦୦ ଦିନ; କିପରି ରହିଛି ଗାଜା ସ୍ଥିତି?
Advertisement
Article Detail0/zeeodisha/odisha2061327

Israel-Hamas War: ଇସ୍ରାଏଲ-ହାମାସ ଯୁଦ୍ଧକୁ ପୁରିଲା ୧୦୦ ଦିନ; କିପରି ରହିଛି ଗାଜା ସ୍ଥିତି?

Israel-Hamas War Latest Status: ଇସ୍ରାଏଲ-ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୦୨୪ ଜାନୁଆରୀ ୧୪ ତାରିଖ ରବିବାର ୧୦୦ ଦିନ ପୂରଣ ହୋଇସାରିଛି।  

 

Israel-Hamas War: ଇସ୍ରାଏଲ-ହାମାସ ଯୁଦ୍ଧକୁ ପୁରିଲା ୧୦୦ ଦିନ; କିପରି ରହିଛି ଗାଜା ସ୍ଥିତି?

Israel-Hamas War Latest Update: ୨୦୨୪ ଜାନୁଆରୀ ୧୪ ତାରିଖ ରବିବାର ଇସ୍ରାଏଲ-ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦୦ ଦିନ ପୂରଣ ହୋଇଛି। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଆତଙ୍କବାଦୀ ଗୋଷ୍ଠୀ  ହାମାସ ପକ୍ଷରୁ ଇସ୍ରାଏଲ ଉପରେ ସବୁଠାରୁ ବଡ଼ ଆକ୍ରମଣ ହୋଇଥିଲା। ଯାହା ପରେ ଇସ୍ରାଏଲ୍ ସେନା ପାଲେଷ୍ଟାଇନ ଗାଜା ଅଞ୍ଚଳରେ ସକ୍ରିୟ ରହିଥିବା ହମାସ ସଙ୍ଗଠନକୁ ଧ୍ୱଂସ କରିବାକୁ ଶପଥ ନେଇଥିଲା। ହେଲେ ହମାସ  ବିରୋଧରେ ଇସ୍ରାଏଲ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ କାରଣରୁ ପାଲେଷ୍ଟାଇନ ଗାଜା ଅଞ୍ଚଳର ବାସିନ୍ଦା ସର୍ବାଧିକ କ୍ଷତି ସହିଛନ୍ତି। ଅଲ ଜଜୀରା ରିପୋର୍ଟ ଅନୁଯାୟୀ ବିଗତ ୧୦୦ ଦିନ ମଧ୍ୟରେ ଇସ୍ରାଏଲ ପକ୍ଷରୁ ହେଉଥିବା ଲଗାତାର ବୋମାମାଡ଼ ଏବଂ ସ୍ଥଳ ଭାଗରେ କରାଯାଉଥିବା ଅଭିଯାନ କାରଣରୁ ପ୍ରାୟ ୨୪ ୦୦୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇସାରିଛି। ଯାହା ଗାଜା ଅଞ୍ଚଳରେ ବସବାସ କରୁଥିବା ମୋଟ ଜନସଂଖ୍ୟାର ଏକ ପ୍ରତିଶତ ବୋଲି କୁହାଯାଉଛି। ପାଲେଷ୍ଟାଇନ ଗାଜା ଅଞ୍ଚଳର ମୋଟ ଜନସଂଖ୍ୟା ହେଉଛି ୨୩ ଲକ୍ଷ। 

ଇସ୍ରାଏଲ ଆକ୍ରମଣ କାରଣରୁ ଗାଜା ଅଞ୍ଚଳର ବାସିନ୍ଦା ଭୟରେ କମ୍ପି ଉଠୁଛନ୍ତି। ମୋଟ ଜନସଂଖ୍ୟାର ଅଧିକାଂଶ ଭାଗ ଦକ୍ଷିଣ ଗାଜା ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇ ସାରିଛନ୍ତି। ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନ କାରଣରୁ ଉତ୍ତର ଗାଜା ଅଞ୍ଚଳ ସର୍ବାଧିକ କ୍ଷତି ସହିଛି। ସ୍ଥିତି ଏପରି ହୋଇଛି ଖାଦ୍ୟ ସମେତ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାର ଅଭାବ କାରଣରୁ ଗାଜା ବାସିନ୍ଦା ଦୁର୍ଭିକ୍ଷ ଅନାହାର ଭଳି ସମସ୍ୟାର ସାମ୍ନା କରିବାକୁ ଯାଉଛନ୍ତି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ପାଲେଷ୍ଟାଇନ ରେଡ କ୍ରେସେଣ୍ଟ ସୋସାଇଟି ଏବଂ ସେଭ୍ ଦି ଚାଇଲ୍ଡ ଅନୁଯାୟୀ ଗାଜା ଅଞ୍ଚଳରେ ପ୍ରାୟ ୬୦ ହଜାର ଲୋକ ଇସ୍ରାଏଲ-ହାମାସ ଯୁଦ୍ଧ କାରଣରୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅତି କମରେ ୮୬୬୩ ଶିଶୁ ଏବଂ ୬୩୨୭ ମହିଳା ରହିଥିବାର ଜଣାପଡ଼ିଛି। ଯୁଦ୍ଧ କାରଣରୁ ଘରଦ୍ୱାର ଛାଡ଼ି ଖୋଲା ସ୍ଥାନରେ ଲଗାଯାଇଥିବା ତମ୍ବୁ ଶିବିରରେ ବସବାସ କରୁଛନ୍ତି ପାଲେଷ୍ଟାଇନ ନାଗରିକ। ଗାଜା ଅଞ୍ଚଳରେ ଇସ୍ରାଏଲ ସେନାର ସାମରିକ ଅବରୋଧ ପରେ ପାଲେଷ୍ଟାଇନ ବାସିନ୍ଦାଙ୍କ ଲମ୍ବା ଧାଡି଼ ଖାଦ୍ୟ ବଣ୍ଟନ ସ୍ଥଳରେ ଦେଖିବାକୁ ମିଳୁଛି।

ଗାଜା ଅଞ୍ଚଳରେ ସୃଷ୍ଟି ହୋଇପାରେ ଅନାହାର ପରିସ୍ଥିତି
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୧୦ ଜଣଙ୍କ ମଧ୍ୟରୁ ୯ ଜଣ ୨୪ ଘଣ୍ଟା କିମ୍ବା ଏହା ଠାରୁ ଅଧିକ ସମୟ ବିନା ଖାଦ୍ୟରେ ରହୁଛନ୍ତି। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ହମାସ ସଙ୍ଗଠନକୁ ମାଟିରେ ମିଶାଇ ଦେବାକୁ ଶପଥ ନେଇଛି। ଏହି ଆକ୍ରମଣରେ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଶହରୁ ଅଧିକ ଲୋକ ହାମାସ ଦ୍ୱାରା ବନ୍ଧକ ହୋଇଥିଲେ।

ସମ୍ପୂର୍ଣ୍ଣ ବିଜୟ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ: ଇସ୍ରାଏଲ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର ଏକ ଟେଲିଭିଜନ ସମ୍ବୋଧନରେ କହିଛନ୍ତି ଯେ ହମାସ ବିରୋଧରେ ଚାଲିଥିବା ଯୁଦ୍ଧ ସମ୍ପୂର୍ଣ୍ଣ ବିଜୟ ପର୍ଯ୍ୟନ୍ତ ଜାରି ରହିବ। ପ୍ରଧାନମନ୍ତ୍ରୀ ନେତ୍ୟାନ୍ୟାହୁ କହିଛନ୍ତି ଯେ ଆମେ ଯୁଦ୍ଧ ଜାରି ରଖିଛୁ। ଯେପର୍ଯ୍ୟନ୍ତ ଆମେ ଆମର ସମସ୍ତ ଲକ୍ଷ୍ୟ ହାସଲ କରି ନାହୁଁ ସେ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବି। ହାମାସ ଗୋଷ୍ଠୀକୁ ଧ୍ୱଂସ କରିବା ଏବଂ ସମସ୍ତ ବନ୍ଧକଙ୍କ ଫେରାଇ ନ ଆଣିବା ପର୍ଯ୍ୟନ୍ତ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଯୁଦ୍ଧ ଜାରି ରଖିବାକୁ ଇସ୍ରାଏଲ୍ ନିଷ୍ପତ୍ତି ନେଇଛି। 

ଆହୁରି କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ଯୁଦ୍ଧ?
ଇସ୍ରାଏଲ୍ ଏହାର ଲକ୍ଷ୍ୟରେ କେତେ ସଫଳ ହୋଇଛି ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି। ବ୍ରିଟିଶ ଗଣମାଧ୍ୟମ "ଦି ଗାର୍ଡିଆନ୍‌" ରିପୋର୍ଟ ଅନୁଯାୟୀ ଇସ୍ରାଏଲ ବିଶ୍ଳେଷକ ଏବଂ ସାମରିକ ଅଧିକାରୀ କହିଛନ୍ତି ଯେ ହମାସ ବିରୋଧି ଯୁଦ୍ଧ ଅନେକ ମାସ ଏପରିକି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଜାରି ରହିପାରେ।