Israel Govt: ଯୁଦ୍ଧ ବେଳେ ଆନ୍ତର୍ଜାତୀୟ ଚ୍ୟାନେଲ ବିରୋଧରେ ବଡ଼ ପଦକ୍ଷେପ ନେଲା ଇସ୍ରାଏଲ
Advertisement
Article Detail0/zeeodisha/odisha2189419

Israel Govt: ଯୁଦ୍ଧ ବେଳେ ଆନ୍ତର୍ଜାତୀୟ ଚ୍ୟାନେଲ ବିରୋଧରେ ବଡ଼ ପଦକ୍ଷେପ ନେଲା ଇସ୍ରାଏଲ

Israel PM Benjamin Netanyahu: ହମାସ ବିରୋଧି ଯୁଦ୍ଧ ବେଳେ ଏକ ଆନ୍ତର୍ଜାତୀୟ ଚ୍ୟାନେଲ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଇସ୍ରାଏଲ ସରକାର।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ

Israel Bans Al Jazeera Channel: ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବଡ଼ ପଦକ୍ଷେପ ନେଇଛି ଇସ୍ରାଏଲ। କତାର ଭିତ୍ତିକ ଆନ୍ତର୍ଜାତୀୟ ଗଣମାଧ୍ୟମ ଅଲ ଜଜୀରା ଚ୍ୟାନେଲ ପ୍ରସାରଣ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇଛି ଇସ୍ରାଏଲ। ଏ ସମ୍ପର୍କରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜଣାଇ ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ତୁରନ୍ତ ପ୍ରଭାବରେ ଅଲ ଜଜୀରା ନ୍ୟୁଜ୍ ଚ୍ୟାନେଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଉଛି। 

ସୋମବାର ଇସ୍ରାଏଲ ସଂସଦ "ନିସେଟ" (Israeli Parliament Knesset) ଏ ସମ୍ପର୍କିତ ଆଇନ ପ୍ରଣୟନ କରିବା ପରେ ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କଥିତ "ଆତଙ୍କବାଦୀ ଚ୍ୟାନେଲ" (ଅଲ ଜଜୀରା) ପ୍ରସାରଣ ବନ୍ଦ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ଆଇନ ପ୍ରଣୟନ ହୋଇସାରିବା ପରେ ଇସ୍ରାଏଲ ସରକାରଙ୍କ ଦ୍ୱାରା ଦେଶରେ କତାର ଭିତ୍ତିକ ଆନ୍ତର୍ଜାତୀୟ ଗଣମାଧ୍ୟମ ପ୍ରସାରଣ ବନ୍ଦ କରିବା ପାଇଁ ରାସ୍ତା ସଫା ହୋଇଯାଇଥିଲା।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କତାର ଭିତ୍ତିକ ଆନ୍ତର୍ଜାତୀୟ ଗଣମାଧ୍ୟମ ଅଲ ଜଜୀରା ଚ୍ୟାନେଲ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଲ ଜଜୀରା ଚ୍ୟାନେଲ ଦେଶର ସୁରକ୍ଷାକୁ କ୍ଷତି ପହଞ୍ଚାଇବା, ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣରେ ଅଂଶଗ୍ରହଣ କରିବା ଏବଂ ଇସ୍ରାଏଲ ବିରୋଧରେ ହିଂସା ସୃଷ୍ଟି କରୁଥିଲା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏ ସମ୍ପର୍କରେ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ମଧ୍ୟ କରିଛନ୍ତି। କଥିତ ଆତଙ୍କବାଦୀ ଚ୍ୟାନେଲ ଅଲ ଜଜୀରା ପ୍ରସାରଣ ଆଉ ଦେଶରେ ହେବ ନାହିଁ। ଏହି ଚ୍ୟାନେଲ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ନୂତନ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ମୋର ସଂକଳ୍ପ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ବର୍ତ୍ତମାନ ଦେଶରେ ଏହି ଆତଙ୍କବାଦୀ ଚ୍ୟାନେଲ ପ୍ରସାରଣ ଉପରେ ରୋକ ଲଗାଇବାର ସମୟ ଆସିଯାଇଛି। ଏଣିକି ଆତଙ୍କବାଦୀ ଚ୍ୟାନେଲ ଅଲ-ଜଜୀରା ପ୍ରସାରଣ ଆୁ ଦେଶରେ ହେବ ନାହିଁ। ଏହାର କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ମୁଁ ନୂତନ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଚ୍ଛା କରୁଛି। ଦେଶର ଯୋଗାଯୋଗ ମନ୍ତ୍ରୀ ଶ୍ଲୋମୋ କରାଇଙ୍କ ଦ୍ୱାରା ପ୍ରସ୍ତାବିତ ହୋଇଥିବା ଆଇନକୁ ମୁଁ ସ୍ୱାଗତ କରୁଛି। ସରକାର ତୁରନ୍ତ ପ୍ରଭାବରେ ଅଲ ଜଜୀରା ନ୍ୟୁଜ୍ ଚ୍ୟାନେଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ସୋମବାର ଇସ୍ରାଏଲ ସଂସଦ ଏକ ଆଇନ ପ୍ରଣୟନ କରିବା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆତଙ୍କବାଦୀ ଚ୍ୟାନେଲ ପ୍ରସାରଣକୁ ବନ୍ଦ କରିବାକୁ ଶପଥ ନେଇଥିଲେ। 

ଗତ ସୋମବାର ଇସ୍ରାଏଲ ସଂସଦ "ନିସେଟ" ଅଲ ଜଜୀରା ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ରୋକ ଲଗାଉଥିବା ଏକ ଆଇନକୁ ଅନୁମୋଦନ କରିଥିଲା। ଏହି ନିୟମ ଇସ୍ରାଏଲ୍ ସରକାରଙ୍କୁ ଅଲ ଜଜୀରା ନ୍ୟୁଜ ଆଞ୍ଚଳିକ ବ୍ୟୁରୋ ବନ୍ଦ କରିବାକୁ ଏବଂ ଏହାର ଉପକରଣ ଜବତ କରିବାକୁ ଅନୁମତି ଦେଇଛି। ଏହି ନିୟମ ସ୍ଥାନୀୟ କେବୁଲ ଏବଂ ସାଟେଲାଇଟ୍ ଟିଭି ପ୍ରଦାନକାରୀଙ୍କୁ ଅଲ ଜଜୀରା ଚ୍ୟାନେଲ ପ୍ରସାରଣ କରିବାକୁ ବାରଣ କରିଥାଏ। ଦେଶରେ ଅଲ ଜଜୀରା ନ୍ୟୁଜ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇକୁ ମଧ୍ୟ ଇସ୍ରାଏଲ ସରକାର ଅନୁମତି ଦେଇଛନ୍ତି। ଏହି ନିଷେଧାଦେଶ ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ଲାଗୁ ରହିପାରେ। ଯାହାକୁ ପରେ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଏହି କାରଣରୁ ଆସନ୍ତା ଜୁଲାଇ ମାସ ଶେଷ କିମ୍ବା ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧି ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଅଲ ଜଜୀରା ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ଲାଗିଥିବା ନିଷେଧାଦେଶ ବଳବତ୍ତର ରହିପାରେ।