Black Colour: କ'ଣ ସବୁବେଳେ ଅଶୁଭ ହୋଇଥାଏ କଳା ରଙ୍ଗ? କ'ଣ ରହିଛି ଏହାର ଗୁରୁତ୍ୱ? ଜାଣନ୍ତୁ
Advertisement

Black Colour: କ'ଣ ସବୁବେଳେ ଅଶୁଭ ହୋଇଥାଏ କଳା ରଙ୍ଗ? କ'ଣ ରହିଛି ଏହାର ଗୁରୁତ୍ୱ? ଜାଣନ୍ତୁ

Religious Status on Black Colour: କଳା ରଙ୍ଗକୁ ନେଇ ହିନ୍ଦୁ ଧର୍ମରେ ମିଶ୍ରିତ ଧାର୍ମିକ ମାନ୍ୟତା ରହିଛି। କେତେକ କ୍ଷେତ୍ରରେ ଏହାକୁ ଅଶୁଭ ବୋଲି ଗ୍ରହଣ କରାଯାଏ। ଅନ୍ୟପଟେ କେତେକ କ୍ଷେତ୍ରରେ କଳା ରଙ୍ଗର ଧାର୍ମିକ ମାନ୍ୟତା ମଧ୍ୟ ରହିଛି। 

Black Colour: କ'ଣ ସବୁବେଳେ ଅଶୁଭ ହୋଇଥାଏ କଳା ରଙ୍ଗ? କ'ଣ ରହିଛି ଏହାର ଗୁରୁତ୍ୱ? ଜାଣନ୍ତୁ

Black Colour Importance in Hindu Religion: ହିନ୍ଦୁ ଧର୍ମରେ କଳା ରଙ୍ଗକୁ ସାଧାରଣତ ଅଶୁଭ ପ୍ରତୀକ ଭାବେ ବିବେଚନା କରାଯାଏ। କୌଣସି ପ୍ରକାର ଧାର୍ମିକ କର୍ମକାଣ୍ଡ, ପୂଜାପାଠ ଏବଂ ବିବାହ କାର୍ଯ୍ୟରେ କଳା ରଙ୍ଗର ପୋଷାକ କିମ୍ବା କୌଣସି ସାମଗ୍ରୀର ବ୍ୟବହାରକୁ ନିଷେଧ କରାଯାଇଥାଏ। କଳା ରଙ୍ଗ ଶୋକର ପ୍ରତୀକ ଭାବରେ ବିବେଚନା କରାଯାଏ। ମନ୍ଦ ନଜର ଏବଂ କୁପ୍ରଭାବ କବଳରୁ ରକ୍ଷା ପାଇବା ପାଇଁ ଆମେ କଳା ସୂତା ବ୍ୟବହାର କରିଥାଉ। ହେଲେ ହିନ୍ଦୁ ଧର୍ମରେ କଳା ରଙ୍ଗର କ'ଣ ବିଶେଷ ଗୁରୁତ୍ୱ ରହିଛି ତାହା ଶାସ୍ତ୍ରରେ କୁହାଯାଇଛି।

କର୍ମଫଳ ଦାତା ତଥା ନ୍ୟାୟ ଦେବତା ଶନି ଦେବଙ୍କ ରଙ୍ଗ କଳା। କଳା ରଙ୍ଗ ମଧ୍ୟ ଦର୍ଶାଇଥାଏ ଯେ ସେ କାହା ପ୍ରତି ପକ୍ଷପାତ କରିନଥାଏ। ସମସ୍ତଙ୍କୁ ସମାନ ବ୍ୟବହାର କରିଥାଏ। ନବ ଗ୍ରହ ମଧ୍ୟରେ ପୂଜା କରାଯାଉଥିବା ଶନି ଦେବ କୌଣସି ନକାରାତ୍ମକ ଶକ୍ତି ନଷ୍ଟ କରି ସତ୍ୟର ଆଲୋକ ପ୍ରଦାନ କରିଥାନ୍ତି। ଯଦି ରାଶିଫଳରେ ଶନି ଦଶା ରହିଛି ତାହେଲେ କଳା କୁକୁରକୁ ରୁଟି ଖାଇବାକୁ ପରାମର୍ଶ ଦିଆଯାଏ। ସେଥିପାଇଁ ଶାସ୍ତ୍ରରେ କଳା ରଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

କଳା ରଙ୍ଗର ମହତ୍ତ୍ୱ ଶକ୍ତିର ଦେବୀ ମାଆ କାଳୀଙ୍କୁ ଦର୍ଶାଇଥାଏ0। ନବଦୁର୍ଗଙ୍କ ୯ ରୂପ ମଧ୍ୟରୁ ସପ୍ତମ ରୂପ ହେଉଛନ୍ତି ମାଆ କାଳୀ। ମାଆ କାଳୀ ଏତେ ଶକ୍ତିଶାଳୀ ଯେ ତାଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ ଭଗବାନ ଶିବଙ୍କୁ ତାଙ୍କ ପାଦ ତଳେ ଆସିବାକୁ ପଡିଥିଲା। ବିଶ୍ୱାସ କରାଯାଏ ଯେ ସେହି ଦିନ ଠାରୁ କାଳୀ ମାଆଙ୍କ ପ୍ରଭାବ ହେତୁ ସମଗ୍ର ବିଶ୍ୱ ଅମାବାସ୍ୟାର ଅନ୍ଧକାର ରାତି ପରି ଅନ୍ଧକାରରେ ଆଚ୍ଛାଦିତ ହୋଇଥିଲା। କାରଣ ମାଆ କାଳୀ ସମସ୍ତ ରଙ୍ଗକୁ ହରଣ କରି ନେଇଥାନ୍ତି। 

ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କ ଅନେକ ରୂପ ରହିଛି। ଭଗବାନ ବିଷ୍ଣୁଙ୍କ ବିଭିନ୍ନ ପ୍ରତିମା ଏବଂ ପ୍ରତିଛବି ଆପଣ ଦେଖିଥିବେ। ହେଲେ କଳା ରଙ୍ଗର ଶାଲିଗ୍ରାମ ପଥର  ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଜନ୍ମାଷ୍ଟମୀ ସମୟରେ ଶାଲିଗ୍ରାମ ପଥର ମଧ୍ୟ ଅଭିଷେକ କରାଯାଏ। ଧାର୍ମିକ କାରଣରୁ ଶଲିଗ୍ରାମ ପଥର ମଧ୍ୟ ଘରେ ରଖାଯାଇଥାଏ। ଯାହା ଘରର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। 

ଦେବଙ୍କ ଦେବ ମହାଦେବଙ୍କ ରଙ୍ଗ ମଧ୍ୟ କଳା। ସାଧାରଣତଃ ଶିବ ମନ୍ଦିରରେ ଅବସ୍ଥିତ ଶିବଲିଙ୍ଗର ରଙ୍ଗ ମଧ୍ୟ କଳା ହୋଇଥାଏ। ହିନ୍ଦୁ ଶାସ୍ତ୍ର ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଲିଙ୍ଗ ଉପରେ ଜଳାଭିଷେକ କଲେ ମନୋସ୍କାମାନ ପୂରଣ ହୋଇଥାଏ।

ସତର୍କତା: ଉପରୋକ୍ତ ତଥ୍ୟ ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। Zee Odisha ଏହାକୁ ନିଶ୍ଚିତ କରେ ନାହିଁ।