କ’ଣ ପାଇଁ କେବେ ମଧ୍ୟ ଖୋଲେ ନାହିଁ କୁତବ ମୀନାରର ଦ୍ୱାର ?
Advertisement

କ’ଣ ପାଇଁ କେବେ ମଧ୍ୟ ଖୋଲେ ନାହିଁ କୁତବ ମୀନାରର ଦ୍ୱାର ?

କୁତବ ମୀନାର ଭାରତର  ପ୍ରାରମ୍ଭିକ ମୁସଲିମ୍ ସ୍ଥାପତ୍ୟ ମଧ୍ୟରୁ ଗୋଟିଏ । ଦିଲ୍ଲୀର ମହରୌଲି ଜିଲ୍ଲାରେ ଥିବା ଏହି ମୀନାର ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି । ଇଟାରେ ତିଆରି ଏହା ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ଅଟ୍ଟାଳିକା । ଏହି ମୀନାରୁ ୨୭ଟି ମନ୍ଦିର ଭାଙ୍ଗି ସେଥିରୁ ସଂଗୃହିତ ଇଟାରେ ତିଆରି କରାଯାଇଥିଲା । 

SOCIAL MEDIA

କୁତବ ମୀନାର ଭାରତର  ପ୍ରାରମ୍ଭିକ ମୁସଲିମ୍ ସ୍ଥାପତ୍ୟ ମଧ୍ୟରୁ ଗୋଟିଏ । ଦିଲ୍ଲୀର ମହରୌଲି ଜିଲ୍ଲାରେ ଥିବା ଏହି ମୀନାର ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି । ଇଟାରେ ତିଆରି ଏହା ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ଅଟ୍ଟାଳିକା । ଏହି ମୀନାରୁ ୨୭ଟି ମନ୍ଦିର ଭାଙ୍ଗି ସେଥିରୁ ସଂଗୃହିତ ଇଟାରେ ତିଆରି କରାଯାଇଥିଲା । ଦାସ ବଂଶର ପ୍ରଥମ ଶାସକ ଇଲତୁତମିସ ଏହାକୁ ହିନ୍ଦୁଙ୍କ ଉପରେ ଇସଲାମର ବିଜୟ ଦର୍ଶାଇବାକୁ ତିଆରି କରିଥିଲା । ତେବେ ଏହା ପାଖରେ ଗୋଟିଏ ଏଭଳି ସ୍ତମ୍ଭ ରହିଛି ଯାହା ଆଜି ମଧ୍ୟ ବୈଜ୍ଞାନିକଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ । ଏହି ସ୍ତମ୍ଭକୁ କିର୍ତ୍ତି ସ୍ତମ୍ଭ ବୋଲି କୁହାଯାଏ । ମାନ୍ୟତା ଅଛି ଯେ,ଏହି ସ୍ତମ୍ଭ ନିକଟରେ ଯଦି କୌଣସି ମାନସିକ କରାଯିବ ତେବେ ତାହା ନିଶ୍ଚିତ ପୁରଣ ହେବ । କୁତବମୀନାର ଓ ଏହାର ଆଖପାଖରେ ଥିବା ସ୍ମାରକ ସହିତ ଜଡ଼ିତ କିଛି ତଥ୍ୟ ବାବଦରେ ଆସନ୍ତୁ ଜାଣିବା ।

ମାନସିକ ପୁରଣକାରୀ କିର୍ତ୍ତି ସ୍ତମ୍ଭ

ଫିଲ୍ମ ଚିନି କମ୍’ର ଅନ୍ତିମ ଦୃଶ୍ୟରେ ଅମିତାଭ ବଚ୍ଚନ କିର୍ତ୍ତି ସ୍ତମ୍ଭ ଆଗରେ ଛିଡା ହୋଇ ମାନସିକ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଫିଲ୍ମରେ ଦେଖାଯାଇଛି ଯେ,ଯଦି କୌଣସି ବ୍ୟକ୍ତି ସ୍ତମ୍ଭକୁ କୁଣ୍ଢାଇ ପାରିବ ତେବେ ତାଙ୍କ ମାନସିକ ପୁରଣ ହେବ । ତେବେ ଏହା ଏତ ସହଜ ନୁହେଁ କାରଣ ଆପଣଙ୍କୁ ସାମ୍ନା ପଟୁ ନୁହେଁ ପିଠି ପଟୁ ସ୍ତମ୍ଭକୁ ନିଜ ବାହୁବନ୍ଧନରେ ନେବାକୁ ପଡ଼ିବ  । ତେବେ ଯାଇ ମାନସିକ ପୁରଣ ହେବ ।

ମଧ୍ୟପ୍ରଦେଶରେ ତିଆରି ହୋଇଥିଲା

ଚନ୍ଦ୍ରଗୁପ୍ତ ଦ୍ୱିତୀୟଙ୍କ ଅମଳରେ ଏହି କିର୍ତ୍ତିସ୍ତମ୍ଭ ତିଆରି ହୋଇଥିଲା । ମଧ୍ୟପ୍ରଦେଶରେ ଏହାର ନିର୍ମାଣ ହୋଇଥିଲା । ବିଷ୍ଣୁ ମନ୍ଦିନରେ ଧ୍ୱଜ ଉତ୍ତୋଳନ ପାଇଁ ଏହି ସ୍ତମ୍ଭ ତିଆରି ହୋଇଥିଲା । ତେବେ କୌଣସି କାରଣରୁ ଏହାକୁ ଦିଲ୍ଲୀରେ ସ୍ଥାପିତ କରାଯାଇଥିଲା । ୧୬ ଶହ ବର୍ଷରୁ ଛିଡା ହୋଇଥିବା ଏହି ସ୍ତମ୍ଭ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରେ । କାରଣ ଏତେ ବର୍ଷ ହେଲେ ମଧ୍ୟ ଖୋଲାରେ ଥିବା ଏହି ସ୍ତମ୍ଭରେ କଳଙ୍କି ଲାଗିନାହିଁ । ଯାହା ଭାରତର ଧାତୁ ବିଜ୍ଞାନ କେତେ ଉନ୍ନତ ଥିଲା ତାହା କୁହେ । ଏହି ସ୍ତମ୍ଭର ଡାୟାମିଟର ୪୮ ସେଣ୍ଟିମିଟର ଅଟେ ।

କୁତବମିନାରର ଦ୍ୱାର କାହିଁକି ବନ୍ଦ ?

କୁତବମିନାରେ ଗୋଟିଏ ଦ୍ୱାର ରହିଛି । ଆଗରୁ ଏହି ଦ୍ୱାର ପର୍ଯ୍ୟଟକଙ୍କ ପାଇଁ ଖୋଲା ରହୁଥିଲା । ପର୍ଯ୍ୟଟକ ଦ୍ୱାର ଦେଇ କୁତବମିନାର ଉପରକୁ ଯାଉଥିଲେ । କିନ୍ତୁ ଏକ ଦୁର୍ଘଟଣା ପରଠାରୁ ଦ୍ୱାରକୁ ବନ୍ଦ କରି ଦିଆଯାଇଛି । ଏହା ସହିତ କୁତବମିନାର ପାଖକୁ ଯିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି ।