Sambalpur Curfew: ୧୦ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା, ଆହୁରୀ କୋହଳ ହେଲା କର୍ଫ୍ୟୁ କଟକଣା
Advertisement

Sambalpur Curfew: ୧୦ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା, ଆହୁରୀ କୋହଳ ହେଲା କର୍ଫ୍ୟୁ କଟକଣା

Sambalpur Violence: ସମ୍ବଲପୁର ସହରରେ ଆଜି ସକାଳ ୬ଟାରେ ସ୍ବାଭାବିକ ହୋଇଛି ଇଣ୍ଟରନେଟ୍ ସେବା । ଫଳରେ ଦୀର୍ଘ ୧୦ ଦିନ ପରେ ଇଣ୍ଟରନେଟ୍ ସେବା ପାଇଛନ୍ତି ଲୋକେ ।  ସ୍ଥିତିକୁ ନଜରରେ ରଖି ଶନିବାର ସନ୍ଧ୍ୟାରେ ୬ଟାରେ ସରୁଥିବା କଟାକଣାକୁ ଆଜି ସକାଳ ୬ଟା ଯାଏଁ ବଢାଯାଇଥିଲା । 

ସୌ(ସୋସିଆଲ ମିଡିଆ)

Sambalpur Violence: ସମ୍ବଲପୁର (Sambalpur) ସହରରେ ସୁଧୁରୁଛି ସ୍ଥିତି । ଆଜି ସକାଳ ୬ଟାରେ ସ୍ବାଭାବିକ ହୋଇଛି ଇଣ୍ଟରନେଟ୍ (Internet) ସେବା । ଫଳରେ ଦୀର୍ଘ ୧୦ ଦିନ ପରେ ଇଣ୍ଟରନେଟ୍ ସେବା ପାଇଛନ୍ତି ଲୋକେ ।  ସ୍ଥିତିକୁ ନଜରରେ ରଖି ଶନିବାର ସନ୍ଧ୍ୟାରେ ୬ଟାରେ ସରୁଥିବା କଟାକଣାକୁ ଆଜି ସକାଳ ୬ଟା ଯାଏଁ ବଢାଯାଇଥିଲା । ଏହା ସହ ସହରରେ ଆହୁରୀ କୋହଳ ହୋଇଛି କର୍ଫ୍ୟୁ (curfew)। ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ଏକ ଘଣ୍ଟା ଅଧିକ କର୍ଫ୍ୟୁ କୋହଳ ନେଇ ଜିଲ୍ଲାପାଳ ଅନନ୍ୟା ଦାସ (Collector Ananya Das) ସୂଚନା ଦେଇଛନ୍ତି । ପୂର୍ବରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଅର୍ଥାତ୍ ୧୨ ଘଣ୍ଟା ପାଇଁ କର୍ଫ୍ୟୁ (curfew) କୋହଳ କରାଯାଇଥିଲା । ସୂଚନା ଅନୁଯାୟୀ, ଗୁରୁବାର ଦିନ ବିଭିନ୍ନ ଶାନ୍ତି କମିଟି ସହ ପର୍ଯ୍ୟାୟକ୍ରମେ ପ୍ରଶାସନ ଆଲୋଚନା କରିଥିଲା। ସହରରେ ଆଶିଂକ ଉପଲବ୍ଧ ଥିବା ଇଣ୍ଟରନେଟ୍ ସେବାର (Internet services) ଯେପରି ଅପବ୍ୟବହାର ନହୁଏ ସେଥିଲାଗି ପ୍ରଶାସନ ପକ୍ଷରୁ ତୀକ୍ଷ ନଜର ରଖାଯାଇଥିଲା । ଯିଏ ଏହାର  ଅପବ୍ୟବହାର କରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

ସୂଚନା ଅନୁଯାୟୀ, ଗତ ୧୩ ତାରିଖରୁ ସହରରେ ଇଣ୍ଟନେଟ୍ ସେବା ବନ୍ଦ (Internet services suspended) ରହିଥିଲା। ଫଳରେ ଅନେକ ସମସ୍ୟା ଭୋଗୁଥିଲେ ଲୋକେ । ସହରରେ ଗୁରୁବାର ଦିନ ୧୦ଟାରୁ ସଂନ୍ଧ୍ୟା ୫ଟା ଯାଏଁ ଲିଜ ଲାଇନ ଓ ବ୍ରଡ଼ବ୍ୟାଣ୍ତ ସେବା ଚାଲୁ କରାଯାଇଥିଲା । ଯେଉଁ ମାନଙ୍କ ନିକଟରେ ବ୍ରଡ଼ବ୍ୟାଣ୍ତ (Broadband) ବା ଲିଜ ଲାଇନ ସୁବିଧା ଥିଲା ସେମାନେ ଇଣ୍ଟରନେଟ୍ (Internet) ସେବା ପାଇପାରିଥିଲେ। ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡିକରେ ସୁବିଧା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଫଳରେ ଲୋକେ ଅଫିସ କାମ କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ମୋବାଇଲ ଇଣ୍ଟରନେଟ୍ (Mobile internet) ସେବାକୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ପ୍ରକାଶ ଥାଉ କି, ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ (Hanuman Jayanti) ବାଇକ ରାଲି ବେଳେ ସମ୍ବଲପୁର (Sambalpur) ସହରରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୋଲିସ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

ଏହା ମଧ୍ଯ ପଢନ୍ତୁ-Weather Update: କାଳବୈଶାଖୀ ପ୍ରଭାବରେ ଭିଜୁଛି ରାଜ୍ୟ! ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଏହି ଘଟଣା ପରଠାରୁ ସମ୍ବଲପୁରରେ ( Sambalpur) ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୋକାନ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ଦୃଷ୍ଟିରେ ସମ୍ବଲପୁରରେ ଇଣ୍ଟରନେଟ୍ ସେବାକୁ  (Internet service suspended) ବନ୍ଦ କରିଦିଆଯାଇଥିଲା। ଏଣେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ଦିନ ଇଦ୍ (Eid al fitr) ଅବସରରେ ସହରରେ ଥିବା ୧୩ଟି ମସଜିଦ୍ ଭିତରେ ସୀମିତ ନମାଜ (Namaz) ପାଠ କରିବା ପାଇଁ ପ୍ରଶାସନର ପ୍ରସ୍ତାବକୁ ମୁସଲମାନ ସଂପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଥିଲା। ଫଳରେ ସହରରେ ଶାନ୍ତିଶୃଙ୍ଖଳାର ଇଦ ( Eid) ପର୍ବ ପାଳିତ ହୋଇଛି। ସମ୍ବଲପୁରରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜି ନଥିବା କୁହାଯାଉଛି।