Tiger Population in World: ବିଶ୍ୱର କେଉଁ ଦେଶରେ ଅଛନ୍ତି ସବୁଠୁ ଅଧିକ ବାଘ? ଜାଣନ୍ତୁ
Advertisement
Article Detail0/zeeodisha/odisha1802787

Tiger Population in World: ବିଶ୍ୱର କେଉଁ ଦେଶରେ ଅଛନ୍ତି ସବୁଠୁ ଅଧିକ ବାଘ? ଜାଣନ୍ତୁ

Tiger Population by Country: ଗତକାଲି (ଜୁଲାଇ ୨୯)  ସମଗ୍ର ବିଶ୍ୱରେ ପାଳିତ ହୋଇଛି ଆନ୍ତର୍ଜାତୀୟ ବାଘ ଦିବସ। ହେଲେ ଏହି ଅବସରରେ ଭାରତ ଲାଗି ଆସିଛି ଏକ ଖୁସି କରିଦେବା ଭଳି ଖବର।

Tiger Population in World: ବିଶ୍ୱର କେଉଁ ଦେଶରେ ଅଛନ୍ତି ସବୁଠୁ ଅଧିକ ବାଘ? ଜାଣନ୍ତୁ

International Tiger Day 2023: ଗତକାଲି (ଜୁଲାଇ ୨୯)  ସମଗ୍ର ବିଶ୍ୱରେ ପାଳିତ ହୋଇଛି ଆନ୍ତର୍ଜାତୀୟ ବାଘ ଦିବସ। ଯାହା ଗତ ୨୦୧୦ ବର୍ଷରୁ ଋଷିଆର ସେଣ୍ଟ ପିଟର୍ସବର୍ଗ ସହରରୁ ଆରମ୍ଭ ହୋଇଥିଲା। ଯେଉଁଠାରେ ଅନେକ ଦେଶ ବାଘକୁ ବଞ୍ଚାଇବା ପାଇଁ ଏକ ବିଶ୍ୱସ୍ତରୀୟ ଲକ୍ଷ୍ୟ ସ୍ଥିର କରିଥିଲେ। ସମଗ୍ର ବିଶ୍ୱରେ ବାଘଙ୍କୁ ବଞ୍ଚାଇବା କ୍ଷେତ୍ରରେ ଭାରତ ଏକ ବଡ଼ ଅବଦାନ ରଖିଛି। ବର୍ତ୍ତମାନ ସମଗ୍ର ବିଶ୍ୱରେ ସର୍ବାଧିକ ସଂଖ୍ୟକ ବାଘ ଭାରତରେ ଦେଖିବାକୁ ମିଳୁଛି।

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ (Union Forest and Environment Minister) ଭୁପେନ୍ଦ୍ର ଯାଦବ (Union Minister Bhupender Yadav) ଜୁଲାଇ ୨୯ ତାରିଖ ଶନିବାର ଆନ୍ତର୍ଜାତୀୟ ବାଘ ଦିବସ (International Tiger Day) ଅବସରରେ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି ଯେ ଭାରତରେ ୩ ହଜାରରୁ ଅଧିକ ବାଘଙ୍କ ସଂଖ୍ୟା (Tiger Population in India) ବ୍ୟାଘ୍ର ପ୍ରକଳ୍ପର (Project Tiger in India) ସଫଳତାର କାହାଣୀ କହୁଛି। ଏହି ଅବସରରେ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଦେଶରେ ୩୧ ଶହରୁ ଅଧିକ ବାଘ ରହିଥିବା ବେଳେ ବ୍ୟାଘ୍ର ପ୍ରକଳ୍ପ ସଫଳ ହେବାରେ ଏକ ମାଇଲଖୁଣ୍ଟ ହାସଲ କରିଛି। ଆନ୍ତର୍ଜାତୀୟ ବାଘ ଦିବସ ଅବସରରରେ ଆସନ୍ତୁ ପରିବେଶର ସୁରକ୍ଷା ପାଇଁ ସଂକଳ୍ପ ନେବା।

ବ୍ୟାଘ୍ର ପ୍ରକଳ୍ପକୁ ସଫଳତାର ଶ୍ରେୟ ଦେଲେ ଜଙ୍ଗଲ ମନ୍ତ୍ରୀ
ପରିବେଶ ମନ୍ତ୍ରୀଙ୍କ ଟ୍ୱିଟ ଉପରେ ଜବାବ ଦେଇ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ପ୍ରକୃତରେ ଏହା ଏକ ବଡ଼ ସଫଳତା। ଆମ ଦେଶରେ ୩୧ ଶହରୁ ଅଧିକ ବାଘ ସହିତ ବ୍ୟାଘ୍ର ପ୍ରକଳ୍ପ ଆମର ବନ୍ୟଜନ୍ତୁ ପ୍ରତିପୋଷଣ ତଥା ସଂରକ୍ଷଣ ପାଇଁ ଆମର ନିରନ୍ତର ପ୍ରୟାସର ଏକ ଉଜ୍ଜ୍ୱଳ ଉଦାହରଣ। ଆନ୍ତର୍ଜାତୀୟ ବାଘ ଦିବସ ଅବସରରେ, ଆମେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରୁଛୁ। 

Also Read: ଭାରତର ସଫଳତା: ବାଘ ସଂଖ୍ୟା ବୃଦ୍ଧିରେ ନୂତନ ଗିନିଜ୍ ରେକର୍ଡ ସ୍ଥାପନ

 

ଦେଶର କେଉଁ ରାଜ୍ୟରେ ଅଛନ୍ତି ସର୍ବାଧିକ ସଂଖ୍ୟକ ବାଘ?
ଗତ ବର୍ଷ ହୋଇଥିବା ବାଘ ଜନଗଣନା ଅନୁସାରେ (Tiger Census India 2022) ଦେଶରେ ମୋଟ ୩୧୬୭ ବାଘ ଅଛନ୍ତି। ଯାହା ବିଶ୍ୱ ବାଘ ଜନସଂଖ୍ୟାର ପ୍ରାୟ ୭୫ ପ୍ରତିଶତ। ମଧ୍ୟ ପ୍ରଦେଶରେ ବାଘର ଜନସଂଖ୍ୟା ସର୍ବାଧିକ। ଯେଉଁଠାରେ ବର୍ତ୍ତମାନ ୭୮୫ ବାଘ ଅଛନ୍ତି। ଏହା ପରେ କର୍ଣ୍ଣାଟକ ସଂଖ୍ୟା ଆସେ ଯେଉଁଠାରେ ବାଘ ସଂଖ୍ୟା ୫୬୩ ରହିଛି। ଏହି ତାଲିକାରେ ଉତ୍ତରାଖଣ୍ଡ ଚତୁର୍ଥ ସ୍ଥାନରେ ଅଛି ଯେଉଁଠାରେ ୫୬୦ ବାଘ ଅଛନ୍ତି ଏବଂ ମହାରାଷ୍ଟ୍ର ପଞ୍ଚମ ସ୍ଥାନରେ ରହିଛି। ଯେଉଁଠାରେ ୪୪୪ ବାଘ ଅଛନ୍ତି।

Also Read: Tiger Death: ମରୁଛନ୍ତି ବାଘ, ଆସୁଛନ୍ତି ଚିତା; ବଦଳିଯିବକି ଜୈବ ବିବିଧତା?

 

କେଉଁ ବାଘ ସଂରକ୍ଷଣରେ ଅଛନ୍ତି ସର୍ବାଧିକ ସଂଖ୍ୟକ ବାଘ?
ଯଦି ବାଘ ସଂରକ୍ଷଣ କଥା କୁହାଯାଏ ତାହେଲେ ଉତ୍ତରାଖଣ୍ଡର ଜିମ କର୍ବେଟ ଠାରେ ସର୍ବାଧିକ ସଂଖ୍ୟକ ବାଘ ଅଛନ୍ତି। ଏଠାରେ ପ୍ରାୟ ୨୬୦ ବାଘ ଅଛନ୍ତି। ସେହିପରି ବାନ୍ଦିପୁରରେ ୧୫୦, ନାଗରହୋଲରେ ୧୪୧, ବାନ୍ଧବଗଡରେ ୧୩୫, ଦୁଧୱାରେ ୧୩୫, ମୁଦୁମଲାଇରେ ୧୧୪, କାହ୍ନାରେ ୧୦୫, କାଜିରଙ୍ଗାରେ ୧୦୪, ସୁନ୍ଦରବନରେ ୧୦୦ ତାଡୋବାରେ ୯୭, ସତ୍ୟମଙ୍ଗଲମରେ ୮୫, ପେଞ୍ଚରେ ୭୭ ବାଘ ଅଛନ୍ତି। ଏହି ତଥ୍ୟ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଛି।