Budget 2024: 'ଆୟୁଷ୍ମାନ ଭାରତରେ ସାମିଲ ହେବେ ସବୁ ଆଶା ଓ ଅଙ୍ଗନବାଡି କର୍ମୀ', ମିଳିବ କଣ ସବୁ ସୁବିଧା?
Advertisement
Article Detail0/zeeodisha/odisha2089193

Budget 2024: 'ଆୟୁଷ୍ମାନ ଭାରତରେ ସାମିଲ ହେବେ ସବୁ ଆଶା ଓ ଅଙ୍ଗନବାଡି କର୍ମୀ', ମିଳିବ କଣ ସବୁ ସୁବିଧା?

Budget 2024: ଭାରତୀୟ ଅର୍ଥନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୧୪ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି କ୍ଷମତା ଗ୍ରହଣ କଲେ, ସେତେବେଳେ ଅନେକ ଆହ୍ୱାନ ଆସିଥିଲା। ସେହିପରି 'ଆୟୁଷ୍ମାନ ଭାରତରେ ସବୁ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବା ନେଇ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

 

Budget 2024: 'ଆୟୁଷ୍ମାନ ଭାରତରେ ସାମିଲ ହେବେ ସବୁ ଆଶା ଓ ଅଙ୍ଗନବାଡି କର୍ମୀ', ମିଳିବ କଣ ସବୁ ସୁବିଧା?

Budget 2024: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବହୁମୁଖୀ ଦାରିଦ୍ର୍ୟରୁ ୨୫ କୋଟି ଲୋକଙ୍କୁ ବାହାର କରିବାରେ ମୋଦି ସରକାର (Modi Government) ସଫଳ ହୋଇଛନ୍ତି। ସରକାର ଅନ୍ତର୍ଭୂକ୍ତ ବିକାଶ ଉପରେ ଧ୍ୟାନ ଦେଇଛନ୍ତି ଏବଂ ଗରିବ, ମହିଳା, ଯୁବକ ଏବଂ କୃଷକଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ୪ କୋଟି ଚାଷୀଙ୍କୁ ଫସଲ ବୀମା ଯୋଜନାର ସୁବିଧା ଦିଆଯାଇଛି ଏବଂ ୭୮ ଲକ୍ଷ ବିକ୍ରେତାଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାନିଧି ଯୋଜନା ଅଧୀନରେ ସହାୟତା କରାଯାଇଛି। ଜନଧନ ଯୋଜନା ମାଧ୍ୟମରେ ୩୪ ଲକ୍ଷ କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି।

ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି ବୋଲି ଲୋକସଭାରେ ଅଭିଭାଷଣ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍‌ ପ୍ରତିଷ୍ଠା ହୋଇଛି । ୧୩ଟି ଏମ୍‌ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିକଟ ଅତୀତରେ ଭାରତୀୟ ଅର୍ଥନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୧୪ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି କ୍ଷମତା ଗ୍ରହଣ କଲେ, ସେତେବେଳେ ଅନେକ ଆହ୍ୱାନ ଆସିଥିଲା। ସେହିପରି 'ଆୟୁଷ୍ମାନ ଭାରତରେ ସବୁ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବା ନେଇ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। 

ଅନ୍ୟପଟେ ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଗରିବ କଲ୍ୟାଣ ଦେଶର କଲ୍ୟାଣ । ୨୫ କୋଟି ଲୋକଙ୍କ ଦାରିଦ୍ୟ ଦୂର ହୋଇଛି । ସମସ୍ତଙ୍କୁ ଶସକ୍ତ କରିବାର ପ୍ରୟାସ ଜାରି ରହିଛି । ଗରିବଙ୍କୁ ପାଣି ଘର ଯୋଗାଇ ଦିଆଯାଇଛି । ସମସ୍ତେ ଶସକ୍ତ ହେଲେ ଦେଶ ଆଗକୁ ବଢିବ । ଭ୍ରଷ୍ଟାଚାର ଓ ପରିବାର ବାଦକୁ ହଟାଯାଇଛି । ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭର କରିବାର ପ୍ରୟାସ ଜାରି ରହିଛି । ଅର୍ଥ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆସିଛି । ଗତ ୧୦ ବର୍ଷରେ ଅର୍ଥ ବ୍ୟବସ୍ଥାରେ ଭଲ ପରିବର୍ତ୍ତନ ହୋଇଛି । ଦେଶର ସବୁ ବର୍ଗର ଲୋକଙ୍କ ବିକାଶ ହେଉଛି । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି । ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଅନ୍ୟପଟେ ପ୍ରତିରକ୍ଷା ଉଦ୍ଦେଶ୍ୟରେ ଗଭୀର-ବୈଷୟିକ ଜ୍ଞାନକୌଶଳକୁ ମଜବୁତ କରିବା ଏବଂ ଆତ୍ମନିର୍ଭରଶୀଳତାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୂତନ ଯୋଜନା ଆରମ୍ଭ କରାଯିବ ବୋଲି ଫାଇନାନ୍ସ ମିନିଷ୍ଟର ସୀତାରମଣ କହିଛନ୍ତି।

Also Read: 

Budget 2024: '୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ'