ସିଦ୍ଧାନ୍ତଙ୍କୁ ଅପମାନ ! ଦୁର୍ଘଟଣାରେ ସାହାଯ୍ୟ ପରେ ସୋସିଆଲ ମିଡିଆରେ ଟ୍ରୋଲ
Advertisement
Article Detail0/zeeodisha/odisha1766104

ସିଦ୍ଧାନ୍ତଙ୍କୁ ଅପମାନ ! ଦୁର୍ଘଟଣାରେ ସାହାଯ୍ୟ ପରେ ସୋସିଆଲ ମିଡିଆରେ ଟ୍ରୋଲ

Siddhant Mohapatra: ଗତକାଲି ରାସ୍ତାରେ ଏକ ଦୁର୍ଘଟଣା ଘଟିଥିବା ସମୟରେ ସିଦ୍ଧାନ୍ତ ମହାପାତ୍ର ସାହାଯ୍ୟର ହାତ ବଢାଇଥିଲେ । କିନ୍ତୁ ସୋସିଆଲ ମିଡିଆରେ ସିଦ୍ଧାନ୍ତଙ୍କ ସାହାଯ୍ୟ କରିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ଲୋକେ ।

ସିଦ୍ଧାନ୍ତଙ୍କୁ ଅପମାନ ! ଦୁର୍ଘଟଣାରେ ସାହାଯ୍ୟ ପରେ ସୋସିଆଲ ମିଡିଆରେ ଟ୍ରୋଲ

Actor Siddhant mohapatra: ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ସାରା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚା । କାରଣ ସୋମବାର ଦିନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ସମୟରେ ଏକ ଦୁର୍ଘଟଣା (Accident case)ର ଶିକାର ହୋଇଥିଲେ ଜଣେ ବ୍ୟକ୍ତି । ସେହି ରାସ୍ତାରେ ଆସୁଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଦୁର୍ଘଟଣା ଘଟିବା ସମ୍ପର୍କରେ ଜାଣିବା ମାତ୍ରେ ନିଜ କାରରୁ ଓହ୍ଲାଇ ଦୁର୍ଘଟଣାସ୍ଥଳକୁ ଯାଇଥିଲେ ସିଦ୍ଧାନ୍ତ । ସଙ୍ଗେ ସଙ୍ଗେ ଆମ୍ୱୁଲାନ୍ସ (Ambulance)କୁ କଲ କରି ଡାକିବା ସହ ନିଜ ପକ୍ଷେ ଯେତିକି ସମ୍ଭବ ସାହାଯ୍ୟ କରିଥିଲେ । ଏପରିକି ଆମ୍ୱୁଲାନ୍ସ କିପରି ହସ୍ପିଟାଲରେ ପହଞ୍ଚିବ ଓ ଆହତଙ୍କ ଘରକୁ କିପରି ଖବର ଯିବ ସେନେଇ ତତ୍ପର ହୋଇ ଉଠିଥିଲେ ସିଦ୍ଧାନ୍ତ । ଜଣେ ସୁପରଷ୍ଟାରଙ୍କ ଏପରି ମନୋଭାବ ଦେଖି କିଛି ବ୍ୟକ୍ତି ନିଜ ମୋବାଇଲ୍ କ୍ୟାମେରାରେ ସବୁ ଦୃଶ୍ୟ ରେକର୍ଡ ମଧ୍ୟ କରିଥିଲେ । ଏହି ଘଟଣା ସମଗ୍ର ଗଣମାଧ୍ୟମରେ ଗତକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ତେବେ ଦୁର୍ଘଟଣା ଘଟିବା, ସିଦ୍ଧାନ୍ତ ସାହାଯ୍ୟ କରିବା ଓ ସିଦ୍ଧାନ୍ତ ଖବରକୁ ସମସ୍ତ ଗଣମାଧ୍ୟମ ଦମଦାର ଭାବରେ ପ୍ରସାରଣ କରିବା ଘଟଣାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଚର୍ଚ୍ଚା ଆଲୋଚନା । ସୋସିଆଲ ମିଡିଆ ୟୁଜର ଦେବୀ ଶଙ୍କର ଦାସ ନିଜ ଫେସବୁକ୍ ପେଜରେ ସିଦ୍ଧାନ୍ତଙ୍କ କାମକୁ ନେଇ ଫଟୋ ସହ ଏକ ଲମ୍ୱା ପୋଷ୍ଟ୍ ସେୟାର କରିଛନ୍ତି ।

fallback

ସେ ଲେଖିଛନ୍ତି ଯେ, ଏଇ ଲୋକର ଚେହେରା ଓ ଭାବଭଙ୍ଗୀ ଉପରେ ଆଦୌ ଭରସା କରାଯାଇନପାରେ । ଏ ଲୋକ ବିଶ୍ବାସଯୋଗ୍ୟ ନୁହେଁ । ଓଡ଼ିଆ ଫିଲ୍ମ ଗଡ଼ବଡ଼ ରିଲିଜ ହେବାର କିଛି ଦିନ ଆଗର କଥା । ଏଣ୍ଟରଟେନମେଣ୍ଟ ରିପୋର୍ଟିଂ ମୋ ଭାଗ ଓ ଭାଗ୍ୟରେ ମିଳିଥାଏ । ସୂଚନା ପାଇବା ପରେ ମୁଁ କଟକ ନୂଆପାଟନା ସାର୍ଥକ ଷ୍ଟୁଡିଓରେ ମୋ ଗାଡି ଓ କ୍ୟାମେରା ୟୁନିଟ ସହ ପହଞ୍ଚିଲି । ପ୍ରଥମେ କଳାକାର କରୁଥିବା କାମର ଭିଡିଓ ରେକର୍ଡ ସରିଲା । ମଝିରେ ଲଂଚ୍ ବ୍ରେକ୍ ହେଲା । ଆମେ ଅପେକ୍ଷା କଲୁ । ମୋର ଷ୍ଟ୍ରିକ୍ଟ ନିୟମ ମୋ କ୍ୟାମେରାମ୍ୟାନ ମୋ ଗାଡ଼ିର ଡ୍ରାଇଭର ଓ ମୁଁ କୌଣସି ଫିଲ୍ମ ୟୁନିଟରେ ଖାଇବୁ ନାହିଁ କାରଣ ମୁଁ ଜାଣେ ଫିଲ୍ମ କାମ ବେଳେ ହାତଗଣତି ମିଲ୍ ଆସେ । ମୁଁ ଚାହୁଁନଥିଲି ଆମ ଯୋଗୁଁ ମିଲ୍ ସର୍ଟ ପଡୁ  ଓ କେହି ଭୋକରେ ରହିଯାଉ । ହଁ ଫାପୁନ ଭାଇ (ଅନୁଭବ ମହାନ୍ତି) ଅତ୍ୟନ୍ତ ଘନିଷ୍ଠ ଓ ଆପଣାର ହୋଇଥିବାରୁ ତାଙ୍କ ଅନୁରୋଧ ନ ଏଡ଼ାଇ ହାତ ଧରି ଚାଲୁ ଥାଆରେ ଥରେ ଖାଇଥିଲି ସେଟରେ । ପ୍ରସଙ୍ଗକୁ ଆସିବା । ସେଦିନ ଗଡ଼ବଡ଼ ରେକର୍ଡ ପରେ ଯେବେ ଏ ତଥାକଥିତ ମହାପୁରୁଷଙ୍କୁ ପଚାରିଲି, ଆପଣ ଦିନେ କେନ୍ଦୁଝରର ଫ୍ରେଣ୍ଡସ କ୍ଲବରେ କ୍ରିକେଟ ଖେଳୁଥିଲେ କେମିତି ଥିଲା ସେ ଦିନର କାହାଣୀ ? ଏବେ ଫଟୋରେ ମହନୀୟତା ଦେଖାଉଥିବା ଏ ପୂର୍ବ ସାଂସଦ ଜଣକ ସେଦିନ ମୁହଁ ଛିଂଚାଡି କହିଥିଲେ ହଁ ବାପା କେନ୍ଦୁଝରରେ ଡାକ୍ତର ଭାବେ ଟ୍ରାନ୍ସଫର ହେଇଥିଲେ ସେଠି କିଛି ଦିନ ଥିଲୁ । ଆମେ ତ ଗଂଜାମର ଲୋକ ବିଶେଷ କରି । ଏ ଲୋକ ବୁଲାଦ୍ବାର ସାହିରେ ରହୁଥିଲେ ଢେର ବର୍ଷ ପାଇଁ ଓ ଯଦି ତାଙ୍କର ସାଂସଦ ସତ୍ୟପାଠ ଦେଖିବ ତେବେ ଡିଡି କଲେଜ ବା କରଞ୍ଜିଆ କଲେଜର କ୍ଲୁ ନିଶ୍ଚୟ ମିଳିବ । ସୁପରଷ୍ଟାର ଆଜ୍ଞା ସାରା ଓଡ଼ିଶାର । ଆପଣଙ୍କୁ ଲାଜ ଲାଗିଲାନି ସେଦିନ ଯେଉଁ କେନ୍ଦୁଝର ମାଟିରେ ଜୀବନର ବର୍ଣ୍ଣବୋଧ ଶିଖିଲେ ସେ ମାଟିକୁ ଆଦର ଦେଇପାରିଲେନି । ରିପୋର୍ଟର କେନ୍ଦୁଝରିଆ ଥିଲା । ସାମାନ୍ୟ ସ୍ମୃତି ଫେରାଇ ଆଣିଥାନ୍ତେ ରିପୋର୍ଟର ଖୁସି ହେଇଯାଇଥାନ୍ତା । ଏ ଦିଗରେ ଅନୁଭବ ମହାନ୍ତି ବାସ୍ତବିକ ଜଣେ ସୁପରଷ୍ଟାର । ଅନୁଭବ ମହାନ୍ତି ସେମିତି ସମ୍ବେଦନଶୀଳ ଯଦି ଗୋଟିଏ ହାତ କଟକ ଚଣ୍ଡୀ ଆଡ଼କୁ ବଢେଇଥିବ ଅନ୍ୟ ହାତଟିରେ ମାଆ ତାରିଣୀ ପାଇଁ ନଡ଼ିଆ ଥିବ । ଏ ବହୁରୂପୀ ସୁପରଷ୍ଟାରକୁ ଭଲରେ ଚିହ୍ନନ୍ତୁ । ଏ ନୁହେଁ କାହାର । ରାସ୍ତା ଉପରେ ଅଭିନୟ ।।

କେବଳ ସେତିକି ନୁହେଁ । ଅନ୍ୟ ଜଣେ ସୋସିଆଲ ମିଡିଆ ୟୁଜର ସତ୍ୟଜିତ ବିମଲ ମିଶ୍ର ଲେଖିଛନ୍ତି ଯେ, 

fallback

ସିଦ୍ଧାନ୍ତ ବାବୁ, ରାସ୍ତାରେ ବି Role??? ଆପଣ ନିଶ୍ଚିତ ଡାକ୍ତର role କରୁଥିଲେ।  ଜୀବନକୁ ଏମିତି film କରନ୍ତୁନି।  ଯୋଉ ଡାକ୍ତର ଜଣକ treatment କଲେ, ତାଙ୍କ ନାଁ କେହି କହିଲେନି। ଚିକିତ୍ସା ଅବହେଳା news ବାହାରିଲେ ଡାକ୍ତରଙ୍କ ନାଁ ବାହାରିବ। ଜୀବନ ବଞ୍ଚେଇଲା ବେଳକୁ ସିଦ୍ଧାନ୍ତ ବଞ୍ଚେଇଲେ। Wah!!!ଆଉ ବି ଟିକେ ଶୁଣନ୍ତୁ। ଏକଥା ଆଦୌ କହିବାକୁ ଚାହୁଁନି। ଲେଖିଲା ବେଳକୁ ମତେ ବି ଖରାପ ଲାଗୁଛି। ପ୍ରତ୍ୟେକ ଦିନ, I repeat ପ୍ରତ୍ୟେକ ଦିନ ଆମେ ହସ୍ପିଟାଲକୁ ହାତଭାଗା/ହରଭାଗିନୀମାନଙ୍କୁ hospital କୁ ଆଣୁ। ଆଜି ବି ଆଣିଛୁ। ଦିନଟିଏ ବି କହିନୁ । ଆଜି ଆପଣଙ୍କ ଡାକ୍ତର Role ଦେଖି କହିବାକୁ ବାଧ୍ୟ ହେଲି। ମନେ ରଖିଥା, ଏଇଟା ଓଡିଶା, ଏଠି ଛଳନା ଚାଲିବନି।

ସୋସିଆଲ ମିଡିଆରେ ଦୁଇଜଣ ବ୍ୟକ୍ତିଙ୍କ ଏପରି ପୋଷ୍ଟରେ ଅନେକ ବ୍ୟକ୍ତି କମେଣ୍ଟ ମାଧ୍ୟମରେ ନିଜସ୍ୱ ମତାମତ ରଖିଥିଲେ । କିଛି ବ୍ୟକ୍ତି ସିଦ୍ଧାନ୍ତଙ୍କ ସପକ୍ଷରେ କହିଥିବାବେଳେ ଆଉ କିଛି ବ୍ୟକ୍ତି ଯୁକ୍ତି ବାଢିଥିଲେ । ଜଣେ ବ୍ୟକ୍ତି ଲେଖିଥିଲେ ଯେ, ସେ ଯାହା ବି ହେଉ ନା କାହିଁକି ସିଦ୍ଧାନ୍ତଙ୍କ ପଦକ୍ଷପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । କାରଣ ସେ ଯଦି ସଠିକ୍ ସମୟରେ ଏସବୁ କରିନଥାନ୍ତେ ହୁଏତ କିଛି ବି ହୋଇଯାଇଥାନ୍ତା । ତେଣୁ ଏପରି କାମ ପାଇଁ ସିଦ୍ଧାନ୍ତଙ୍କୁ ଧନ୍ୟବାଦ ।