Instagram Threads: ଧୁମ୍ ମଚେଇଚି ଇନଷ୍ଟାଗ୍ରାମ ଥ୍ରେଡ୍ସ, ଲଞ୍ଚ ହେବା ମାତ୍ରେ ଇନଷ୍ଟଲ କଲେ ୧୦ ମିଲିୟନ୍ ୟୁଜର୍ସ, ଜାଣନ୍ତୁ ଏହା ବିଷୟରେ ସବୁକିଛି
Advertisement

Instagram Threads: ଧୁମ୍ ମଚେଇଚି ଇନଷ୍ଟାଗ୍ରାମ ଥ୍ରେଡ୍ସ, ଲଞ୍ଚ ହେବା ମାତ୍ରେ ଇନଷ୍ଟଲ କଲେ ୧୦ ମିଲିୟନ୍ ୟୁଜର୍ସ, ଜାଣନ୍ତୁ ଏହା ବିଷୟରେ ସବୁକିଛି

What Is Instagram Threads: ମେଟା ଏହାର ନୂତନ ଆପ୍ ଥ୍ରେଡ୍ସ ଲଞ୍ଚ କରିଛି, ଯାହା ଇନଷ୍ଟାଗ୍ରାମର ଦଳ ଦ୍ୱାରା ବିକଶିତ ହୋଇଛି । ଏହି ଆପ୍ ବିଷୟରେ ଆଲୋଚନା ଦୀର୍ଘ ସମୟ ଧରି ଚାଲିଥିଲା ​। ଏହି ଆପ୍ ଟେକ୍ସଟ, ଫଟୋ ଓ ଭିଡିଓ ସେୟାର କରିବାର ସୁବିଧା ପ୍ରଦାନ କରେ । ଏହାର ଲଞ୍ଚ ହେବାର ଅଳ୍ପ ସମୟ ମଧ୍ୟରେ, ୧୦ ମିଲିୟନ୍ ୟୁଜର୍ସ ଇନଷ୍ଟଲ କରିଛନ୍ତି । ଆସନ୍ତୁ ଜାଣିବା ଏହି ଆପ୍ ବିଷୟରେ  ସବୁକିଛି ।

ସାଙ୍କେତିକ ଫଟୋ

Instagram Threads: ଟ୍ୱିଟର ସହିତ ଟକ୍କର ଦେବା ପାଇଁ ମେଟା (ପୂର୍ବରୁ ଫେସବୁକ୍) ବର୍ତ୍ତମାନ ମୈଦାନକୁ ଓହ୍ଲାଇଛି । କମ୍ପାନୀ ଯେଉଁ K9 ଆପ୍ ବିଷୟରେ ଚର୍ଚ୍ଚା କରୁଥିଲା, ତାହାକୁ ଲଞ୍ଚ କରାଯାଇଛି । ଆମେ ଥ୍ରେଡ୍ସ ବିଷୟରେ କହୁଛୁ, ଯାହା ମେଟାର ନୂଆ ଆପ୍ । ଏହି ଆପ୍ ଇନଷ୍ଟାଗ୍ରାମ ଉପରେ ଆଧାରିତ । ଟେକ୍ସଟ୍ ସେୟାର୍ ପାଇଁ କମ୍ପାନୀ ଏହାକୁ ଲଞ୍ଚ କରିଛି । ଏହାର ଲଞ୍ଚ ହେବାର ଅଳ୍ପ ସମୟ ମଧ୍ୟରେ, ଏହି ଆପକୁ ୧ କୋଟିରୁ ଅଧିକ ଲୋକ ସାଇନ୍ ଅପ୍ କରିଛନ୍ତି । ଅର୍ଥାତ୍ ଉପଭୋକ୍ତାଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିଛି । ମାର୍କ ଜୁକରବର୍ଗ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । କମ୍ପାନୀ ଏହି ଆପକୁ ଏକ ଟେକ୍ସଟ୍ ସେୟାରିଂ ଓ ପବ୍ଲିକ୍ କନଭରସେସନ ଆପ୍ ବୋଲି କହୁଛି ।

ଯଦି ଏଲୋନ୍ ମସ୍କର ଟ୍ୱିଟର ସହିତ ତୁଳନା କରାଯାଏ, ତେବେ ଏହି ଆପ୍ ସମ୍ପୂର୍ଣ୍ଣ ଭିନ୍ନ । ଏହି ଆପ୍ ଟ୍ୱିଟରର ପୁରୁଣା ସଂସ୍କରଣ ପରି, ଯେଉଁଥିରେ ଆପଣ ନିଜ ଭାବନାକୁ ଟେକ୍ସଟ ଆକାରରେ ସେୟାର କରିପାରିବେ । ଏଥି ସହିତ, ଟ୍ୱିଟର ଏକ ମାଇକ୍ରୋବ୍ଲଗିଂ ସାଇଟରୁ ଏକ ଭିଡିଓ-ଟେକ୍ସଟ୍ ଆଧାରିତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ତିଆରି କରୁଛି । ଆସନ୍ତୁ ଜାଣିବା ଇନଷ୍ଟାଗ୍ରାମ ଥ୍ରେଡ୍ସ ଆପ୍ ବିଷୟରେ ।

1. Instagram Threads କ’ଣ?
ଟୁଇଟର ସହିତ ସିଧାସଳଖ ଟକ୍କର ଦେବାପାଇଁ ଇନଷ୍ଟାଗ୍ରାମର ଟିମ୍ ଦ୍ୱାରା ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଟେକ୍ସଟ୍ ଆଧାରିତ ବାର୍ତ୍ତାଳାପ ପାଇଁ ଏହି ଆପ୍ ଲଞ୍ଚ କରାଯାଇଛି ।

2. ଭିଡିଓ ଓ ଫଟୋ ମଧ୍ୟ ସେୟାର କରିବାକୁ ସମର୍ଥ ହେବେ କି ଆପଣ?
ଆପଣ ଥ୍ରେଡ୍ସ ପ୍ଲାଟଫର୍ମରେ ୫୦୦ ଅକ୍ଷରର ଟେକ୍ସଟ୍ ସହିତ ଭିଡିଓ ଓ ଫଟୋ ସେୟାର କରିବାକୁ ସକ୍ଷମ ହେବେ । ଆପଣ ଏହା ଉପରେ ୫ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ସେୟାର କରିପାରିବେ । ଏହା ସହିତ, ଲିଙ୍କ୍ ସେୟାର କରିବାକୁ ଏକ ସୁବିଧା ମଧ୍ୟ ରହିଛି ।

3. କେଉଁଠାରୁ ଡାଉନଲୋଡ୍ କରିପାରିବେ ଏହି ଆପ୍?
ଗୁଗୁଲ୍ ପ୍ଲେ ଷ୍ଟୋର (Google Play Store) ଓ ଆପଲ୍ ଆପ୍ ଷ୍ଟୋରରୁ (Apple App Store) ଆପଣ ଏହି ଆପ୍ ଡାଉନଲୋଡ୍ କରିପାରିବେ । ଏହି ଆପ୍ ଉଭୟ ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ ।

4. ଏହା କେଉଁ କେଉଁ ଜାଗାରେ ରହିଛି ଉପଲବ୍ଧ?
୧୦୦ ରୁ ଅଧିକ ଦେଶରେ ଥ୍ରେଡ୍ ଆପ୍ ଲଞ୍ଚ କରାଯାଇଛି । ଭାରତ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି । ତେବେ ଏହା ପ୍ରଥମେ ୟୁରୋପୀୟ ୟୁନିଅନରେ ଉପଲବ୍ଧ ହେବ ନାହିଁ ।

5. କିପରି କରିବେ ସାଇନ୍ ଅପ୍?
ଥ୍ରେଡ୍ସରେ ସାଇନ୍ ଅପ୍ କରିବା ବହୁତ ସରଳ । ଏଥିପାଇଁ ଆପଣଙ୍କୁ ଏକ ନୂତନ ଆକାଉଣ୍ଟ ଖୋଲିବାର ଆବଶ୍ୟକତା ନାହିଁ । ବରଂ, ଆପଣ କେବଳ ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାର କରି ସାଇନ୍ ଇନ୍ କରିପାରିବେ । ଯଦି ଇନଷ୍ଟାଗ୍ରାମ ଆପଣଙ୍କ ଫୋନରେ ପୂର୍ବରୁ ଇନଷ୍ଟଲ୍ ହୋଇ ରହିଛି, ତେବେ ଆପଣଙ୍କୁ ସାଇନ୍ ଅପ୍ ପାଇଁ ପାସୱାର୍ଡ ମଧ୍ୟ ଏଣ୍ଟ୍ରି କରିବାକୁ ପଡିବ ନାହିଁ ।

6. କିପରି କରିପାରିବେ ଲୋକମାନଙ୍କୁ ଫଲୋ ? 
ଲଗଇନ୍ ପରେ, ଆପଣ ଇନଷ୍ଟାଗ୍ରାମରେ ଅନୁସରଣ କରୁଥିବା ସମସ୍ତ ଲୋକଙ୍କ ଆକାଉଣ୍ଟ ଦେଖି ପାରିବେ । ଆପଣ ଏଥିରୁ କାହାକୁ ମଧ୍ୟ ଫଲୋ କରିପାରିବେ । ଏହା ବ୍ୟତୀତ, ଆପଣ ଆପଣଙ୍କ ପ୍ରୋଫାଇଲକୁ ଏଠାରେ ପବ୍ଲିକ ଓ ପ୍ରାଇଭେଟ ଭାବରେ ସେଟ୍ କରିବାର ବିକଳ୍ପ ମଧ୍ୟ ପାଇବ ।

7. ଥ୍ରେଡ୍ସରେ କିପରି ପୋଷ୍ଟ କରିବେ?
ଥ୍ରେଡ୍ସରେ ପୋଷ୍ଟ କରିବା ବହୁତ ସରଳ । ଏହାର ନାମ ଯେପରି, କାମ ମଧ୍ୟ ସେପରି । ଆପଣ ନିଶ୍ଚିତ ଭାବରେ ଏହା ଉପରେ ଏକ ନୋଟପ୍ୟାଡର ଚିହ୍ନ ଦେଖିବାକୁ ପାଇବେ । ଏହାକୁ ଭିଜିଟ କରି ଆପଣ ଆପଣଙ୍କ ଟେକ୍ସଟ ଏସଏମଏସ କିମ୍ବା ଚିନ୍ତାଧାରା ଲେଖି ପୋଷ୍ଟ କରିପାରିବେ । କହିରଖୁଛୁ ଯେ ଆପଣ କେବଳ ୫୦୦ ଅକ୍ଷର ପର୍ଯ୍ୟନ୍ତ ପୋଷ୍ଟ ଲେଖିପାରିବେ ।

ଏହା ବି ପଢ଼ନ୍ତୁ: Happy Birthday MS Dhoni: ଏମଏସ ଧୋନିଙ୍କ ଜନ୍ମ ଦିନରେ ଜାଣନ୍ତୁ ତାଙ୍କର ଏହି ଚମତ୍କାର ରେକର୍ଡ, ଯାହାକୁ ଭାଙ୍ଗିବା ସହଜ ନୁହେଁ ଅସମ୍ଭବ

ଏହା ବି ପଢ଼ନ୍ତୁ: West Indies cricket: ଲୀନ ହେବାକୁ ଲାଗିଛି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍; ତେନ୍ଦୁଲକରଙ୍କ ଠାରୁ ମାଗିଥିଲେ ୧୦-୧୫ଟି ବ୍ୟାଟ୍; ଏହି ଖେଳାଳି କରିଛନ୍ତି ସାହାଯ୍ୟ