Indian Railway New Message: ବିଶୃଙ୍ଖଳିତ ଢଙ୍ଗରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ବାର୍ତ୍ତା ଦେଇଛି ରେଳବାଇ।
Trending Photos
Indian Railway Message to Passenger: ନୂଆ ବର୍ଷରୁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ବାର୍ତ୍ତା ଦେଇଛି ଭାରତୀୟ ରେଳବାଇ। ଏକ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟରେ ଟ୍ରେନ ଯୋଗେ ଯାତ୍ରା କରିବା ବେଳେ ଯାତ୍ରୀଙ୍କ ବସିବାକୁ ନେଇ ରେଳବାଇ ପକ୍ଷରୁ ଏପରି ବାର୍ତ୍ତା ଦିଆଯାଇଛି। ଯାତ୍ରା କରିବା ସମୟରେ କେଉଁଠି ଏବଂ କିପରି ବସିବା ଆବଶ୍ୟକ ସେ ସମ୍ପର୍କରେ ଯାତ୍ରୀଙ୍କୁ ସ୍ପଷ୍ଟ ଭାବରେ ଜଣାଇ ଦେଇଛି ରେଳବାଇ।
କୌଣସି ସ୍ଥାନକୁ ରେଳ ଯାତ୍ରା କରିବା ବେଳେ ଅନେକ ଯାତ୍ରୀ ସିଟ୍ ବଦଳରେ ଟ୍ରେନ ଦ୍ୱାର ମୁହଁରେ ବସିଥାନ୍ତି। ଯାହା ବେଶ ବିପଦଜନ୍ନକ ବୋଲି କୁହାଯାଏ। କାରଣ ଅନ୍ୟମନସ୍କ ହେବା କାରଣରୁ ଯାତ୍ରୀ ଅନେକ ସମୟରେ ଖସି ପଡ଼ିଥାନ୍ତି। ଏପରିକି ଏପରି ଅନେକ ଯାତ୍ରୀ ଅଛନ୍ତି ଯେଉଁମାନେ ଷ୍ଟଣ୍ଟ କରିବା ଶୈଳୀରେ ଟ୍ରେନ ଦ୍ୱାରରେ ଝୁଲି ହେବା ଭଳି ରହିଥାନ୍ତି। ଯାତ୍ରା କରିବା ବେଳେ ଏପରି କରାମତି କରିବା କାରଣରୁ ଯାତ୍ରୀ ଅନେକ ସମୟରେ ଆହତ ହେଉଥିବାର ଖବର ଆସିଥାଏ। ଯାତ୍ରା କରିବା ବେଳେ ଯାତ୍ରୀଙ୍କ ଦ୍ୱାରା କରାଯାଉଥିବା ସାମାନ୍ୟତମ ଭୁଲ ମଧ୍ୟ ସେମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଏବେ ରେଳବାଇ ମଧ୍ୟ ଏକ ମୀମ୍ ବ୍ୟବହାର କରି ଟ୍ରେନ ଦ୍ୱାର ମୁହଁରେ ବସୁଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ବାର୍ତ୍ତା ଦେଇଛି। ଟ୍ରେନ ଟ୍ରେନ ଦ୍ୱାର ମୁହଁରେ ନ ବସିବା ପାଇଁ ଯାତ୍ରୀଙ୍କୁ ଚେତାବନୀ ଦେଇଛି ରେଳବାଇ।
Be a #ResponsibleRailYatri and do not travel while sitting at the door. pic.twitter.com/XCsqwSUs5I
— Ministry of Railways (@RailMinIndia) January 3, 2024
ଯାତ୍ରୀଙ୍କ ବସିବା ସିଟ୍ ନୁହେଁ ଟ୍ରେନ ଦ୍ୱାର ମୁହଁ: ରେଳବାଇ
ରେଳ ମନ୍ତ୍ରଣାଳୟ ଏହାର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ ମାଧ୍ୟମରେ ଏକ ମଜାକିଆ ପୋଷ୍ଟ ସେୟାର କରିଛି। ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଜଣେ ଦାୟିତ୍ୱବାନ ଟ୍ରେନ୍ ଯାତ୍ରୀ ହୁଅ ଏବଂ ଦ୍ୱାର ମୁହଁରେ ବସି ଯାତ୍ରା କରିବାର ବିରତ ରୁହ। ରେଳବାଇ ଏହି ପୋଷ୍ଟ ସହ ଏକ ଫଟୋଗ୍ରାଫ୍ ସେୟାର କରିଥିଲା। ଯେଉଁଥିରେ ଏକ ଯାତ୍ରୀ ଏକ ଟ୍ରେନ ଦ୍ୱାର ମୁହଁରେ ବସିଥିବାର ନଜର ଆସିଥିଲେ। ଏହି ଫଟୋ ଉପରେ ଧ୍ୟାନ କେନ୍ଦ୍ରୀତ କରି କୁହାଯାଇଛି ଯେ ଟ୍ରେନ ମଧ୍ୟରେ ବସିବାର ଶୈଳୀ ଅତ୍ୟନ୍ତ ସାଧାରଣ। ଏହି ପୋଷ୍ଟ ମାଧ୍ୟମରେ ରେଳବାଇ କିଛି ଯାତ୍ରୀଙ୍କ ଅସାବଧାନତାକୁ ହାସ୍ୟାସ୍ପଦ ଢଙ୍ଗରେ ତାଗିଦ୍ କରୁଛି। ଏଭଳି ଯାତ୍ରୀଙ୍କୁ ରେଳବାଇ କହିବାକୁ ଚାହୁଁଛି ଯେ ଟ୍ରେନ ଦ୍ୱାର ମୁହଁ ବସିବା ସ୍ଥାନ ନୁହେଁ। ଟ୍ରେନ ଦ୍ୱାର ମୁହଁରେ ବସିରହିବା ବିପଜ୍ଜନକ। ଏହି ପୋଷ୍ଟ ଦାୟିତ୍ୱପୂର୍ଣ୍ଣ ଯାତ୍ରା ବିଷୟରେ ସଚେତନତା ବିସ୍ତାର କରିବା ଲାଗି ଉଦ୍ଦିଷ୍ଟ।