Indian Railways: ଘରକୁ ଯିବା ପାଇଁ ରେଲୱେ ବାଣ୍ଟୁଛି କନଫର୍ମ ଟିକେଟ, ଜାଣନ୍ତୁ କିପରି କରିବେ ବୁକିଂ
Advertisement

Indian Railways: ଘରକୁ ଯିବା ପାଇଁ ରେଲୱେ ବାଣ୍ଟୁଛି କନଫର୍ମ ଟିକେଟ, ଜାଣନ୍ତୁ କିପରି କରିବେ ବୁକିଂ

Confirm Train Ticket: ଯଦି ଆପଣ ହୋଲି ଅବସରରେ ଟ୍ରେନ ଯୋଗେ ଘରକୁ ଯିବା ପାଇଁ ଚାହିୁଁଛନ୍ତି, ତାହେଲେ ଆପଣ କିପରି ସହଜରେ ନିଶ୍ଚିତ ହୋଇଥିବା ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ ସେ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ। 

Indian Railways: ଘରକୁ ଯିବା ପାଇଁ ରେଲୱେ ବାଣ୍ଟୁଛି କନଫର୍ମ ଟିକେଟ, ଜାଣନ୍ତୁ କିପରି କରିବେ ବୁକିଂ

Indian Railways Confirm Train Ticket: ଆସନ୍ତା ୮ ତାରିଖ ବୁଧବାର ପାଳିତ ହେବାକୁ ଯାଉଛି ରଙ୍ଗର ପର୍ବ ହୋଲି। ହେଲେ ଏହା ପୂର୍ବରୁ ଭାରତୀୟ ରେଳବାଇ ପକ୍ଷରୁ ଆସିଛି ଏକ ବଡ଼ ଖବର। ପର୍ବପର୍ବାଣୀ ସମୟରେ ଘରକୁ ଯିବା ପାଇଁ ଅପେକ୍ଷା କରି ବସିଥାନ୍ତି ଅନେକ ଲୋକ। ହେଲେ ଏଭଳି ପରିସ୍ଥିତିରେ ଟିକେଟ ମିଳିବା କଷ୍ଟକର ହୋଇପଡ଼େ। ଖାସ କରି ନିଶ୍ଚିତ ଟ୍ରେନ ଟିକେଟ ପାଇବା ବହୁତ କଷ୍ଟକର ହୋଇପଡେ। ଟ୍ରେନ ଟିକେଟ ବୁକିଂ ନ ହୋଇ ପାରିବା କାରଣରୁ ଅନେକ ଅନେକ ରେଳ ଯାତ୍ରା କରି ଘରକୁ ଯାଇ ପାରନ୍ତି ନାହିଁ।

ହେଲେ ଯଦି ଆପଣ ହୋଲି ଅବସରରେ ଟ୍ରେନ ଯୋଗେ ଘରକୁ ଯିବା ପାଇଁ ଚାହିୁଁଛନ୍ତି, ତାହେଲେ ଆପଣ କିପରି ସହଜରେ ନିଶ୍ଚିତ ହୋଇଥିବା ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ ସେ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ। ବେଶ ସହଜ ପ୍ରଣାଳୀ ସାହାଯ୍ୟରେ ଆପଣ କିଛି ମିନିଟ ମଧ୍ୟରେ ଘରେ ବସି ନିଶ୍ଚିତ ହୋଇଥିବା ଟ୍ରେନ ଟିକେଟ୍ ବୁକ୍ କରିପାରିବେ। ଟ୍ରେନ ଟିକେଟ ବୁକିଂ କରିବା ପାଇଁ ଆପଣଙ୍କୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯିବାକୁ ପଡିବ ନାହିଁ।

କିପରି ବୁକିଂ କରିବେ ତତ୍କାଳ ଟିକେଟ

  • ଆପଣଙ୍କୁ IRCTC ୱେବସାଇଟ୍ ପରିଦର୍ଶନ କରି ଏକ ଆକାଉଣ୍ଟ୍ ଖୋଲିବାକୁ ପଡିବ।
  • ଏହା ପରେ ଆପଣ “ମୋର ଯାତ୍ରା ଯୋଜନା” ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ଟ୍ରେନ୍ ସମ୍ବନ୍ଧୀୟ ବିବରଣୀ ପୂରଣ କରନ୍ତୁ।
  • ଏହା ପରେ ସବିଶେଷ ତଥ୍ୟ ପୁରଣ କରି ଟିକେଟ୍ ବୁକ୍ କରନ୍ତୁ।
  • ଆପଣଙ୍କ ମୋବାଇଲ୍ ନମ୍ବର ଦ୍ୱାରା ପ୍ରାପ୍ତ OTP ପୂରଣ କରନ୍ତୁ।
  • ଆପଣ ଆପଣଙ୍କ ଟିକେଟ ମୂଲ୍ୟ ପ୍ରଦାନ କରିବା ମାତ୍ରେ ଆପଣଙ୍କ ସିଟ୍ ବୁକିଂ ନିଶ୍ଚିତ ହୋଇଯିବ।
  • ଏହା ପରେ ଆପଣଙ୍କ ବ୍ୟବହାର ଲାଗି ଉପରୋକ୍ତ ଇ-ଟିକେଟ୍ ପ୍ରିଣ୍ଟ ଆଉଟ ବାହାର କରିପାରିବେ। 

ଆପଣ କନଫର୍ମ ଟିକେଟ ଆପ୍ ସହାୟତାରେ ନିଶ୍ଚିତ ହୋଇଥିବା ଟ୍ରେନ ଟିକେଟ ବୁକ କରିପାରିବେ। ନିଶ୍ଚିତ ହୋଇଥିବା ଟ୍ରେନ ଟିକେଟ ବୁକ କରିବା ପାଇଁ ଆପଣଙ୍କୁ କନଫର୍ମ ଟିକେଟ୍ ଆପ୍ ଡାଉନଲୋଡ୍ କରିବାକୁ ହେବ। ଆପ୍ ଡାଉନଲୋଡ କରିସାରିବା ପରେ ଆପଣ ଆପ୍  ଲଗ୍ଇନ୍ କରି ଆପଣଙ୍କ ବ୍ୟକ୍ତିଗତ ବିବରଣୀ ପୂରଣ କରି ଆପଣ ଟିକେଟ୍ ବୁକ୍ କରିପାରିବେ। ଥରେ ଲଗଇନ୍ କରିବା ସମୟରେ ଆପଣ, ଆପଣଙ୍କର ସମସ୍ତ ବିବରଣୀ ପୂରଣ କରିବା ପରେ ଆପଣଙ୍କୁ ପୁନର୍ବାର ଟିକେଟ୍ ବୁକ୍ କରିବା ସମୟରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପଡିବ ନାହିଁ। ଏହା ଆପଣଙ୍କର ବହୁତ ସମୟ ସଞ୍ଚୟ କରିବ। ଆପଣ ଆପଣଙ୍କ ଟିକେଟ ମୂଲ୍ୟ ପ୍ରଦାନ କରିବା ମାତ୍ରେ ଆପଣଙ୍କ ସିଟ୍ ନିଶ୍ଚିତ ହୋଇଯିବ।

ଆପଣ ଆଇଆସିଟିସି ମୋବାଇଲ୍ ଆପ୍ (IRCTC Mobile App) ମାଧ୍ୟମରେ ମଧ୍ୟ ଆପଣଙ୍କର ଟିକେଟ୍ ବୁକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ୧ କିମ୍ବା ୨  ମିନିଟ୍ ପୂର୍ବରୁ ଲଗଇନ୍ କରିବାକୁ ପଡିବ। ଯେତେବେଳେ ତତ୍କାଳ ଟିକେଟ୍ ବୁକିଂ ଆରମ୍ଭ ହୋଇଥାଏ। ସେତେବେଳେ ଆପଣଙ୍କୁ ଟ୍ରେନ୍ ଚୟନ କରି ଆପଣଙ୍କୁ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ପ୍ରଦାନ କରିବାକୁ ହେବ। ଟ୍ରେନ ଟିକେଟ ବୁକିଂ କରିବା ସମୟରେ ଆପଣଙ୍କୁ ୟୁପିଆଇ ମାଧ୍ୟମରେ ଆବଶ୍ୟକୀ ଦେୟ ଦେବାକୁ ହେବ। କାରଣ ୟୁପିଆଇ ଦେୟ ଦ୍ୱାରା ସମୟ କମ ଲାଗିଥାଏ ଏବଂ ଆପଣଙ୍କ ତତ୍କାଳ ଟିକେଟ୍ ତୁରନ୍ତ ବୁକ୍ ହୋଇଯାଇଥାଏ। ଯଦି ଆପଣ ୟୁପିଆଇ ଦେୟ ପ୍ରଦାନ କରନ୍ତି। ତାହେଲେ ଆପଣଙ୍କ ତତ୍କାଳ ଟିକେଟ ପାଇବା ସମ୍ଭାବନା ବଢିଯାଏ।

ଆପଣ ଆପଣଙ୍କର ଟିକେଟ୍ ବୁକିଂ କରିବା ପୂର୍ବରୁ, ମାଷ୍ଟର ତାଲିକାରେ ଆପଣଙ୍କର ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ। ଯାହାଫଳରେ ଟ୍ରେନ ଟିକେଟ ବୁକିଂ ସମୟରେ ଆପଣଙ୍କର ସମୟ ସଞ୍ଚୟ ହେବ। ଯଦି ଆପଣ ପୂର୍ବରୁ ମାଷ୍ଟର ତାଲିକା ପ୍ରସ୍ତୁତ କରିସାରିଛନ୍ତି, ତାହେଲେ ନାମ ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ପ୍ରଦତ୍ତ ବିବରଣୀ ନିମ୍ନରେ ଦେଖାଯିବ।