Indian Railway: କେବେ ଭାବିଛନ୍ତି କାହିଁକି ଟ୍ରେନରେ ଜେନେରାଲ୍ କୋଚକୁ ସର୍ବଦା ଆରମ୍ଭ କିମ୍ବା ଶେଷରେ ରଖାଯାଏ?
Advertisement

Indian Railway: କେବେ ଭାବିଛନ୍ତି କାହିଁକି ଟ୍ରେନରେ ଜେନେରାଲ୍ କୋଚକୁ ସର୍ବଦା ଆରମ୍ଭ କିମ୍ବା ଶେଷରେ ରଖାଯାଏ?

General Coach In Train: ଜେନେରାଲ୍ କୋଚ୍ ଟ୍ରେନର ଆରମ୍ଭ ଓ ଶେଷରେ ରଖିବା ପାଇଁ ଅନେକ କାରଣ ରହିଛି ଓ ଏହି ବ୍ୟବସ୍ଥା ଅନେକ ଉପାୟରେ ପ୍ରଭାବଶାଳୀ ପ୍ରମାଣିତ ହୁଏ । ଆସନ୍ତୁ ଜାଣିବା ଏପରି କରିବା ପଛରେ ପ୍ରକୃତ କାରଣ କ’ଣ ରହିଛି?

ସାଙ୍କେତିକ ଛବି

Indian Railway: General Coach, ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ନେଟୱାର୍କ । ଏହା ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ନେଇଥାଏ । ଆପଣ ମଧ୍ୟ କେବେ ନା କେବେ ଟ୍ରେନରେ (Train) ଯାତ୍ରା କରିଥିବେ ନିଶ୍ଚୟ । କହିରଖୁଛୁ ଯେ ଏତେ ବଡ ନେଟୱାର୍କ ଚଳାଇବା ପାଇଁ ଏକ ସିଷ୍ଟମ ଆବଶ୍ୟକ ହୁଏ, ତେଣୁ ରେଳବାଇରେ (Indian Railway) ମଧ୍ୟ ସିଷ୍ଟମ ଅନୁସାରେ କାମ କରେ । ଟ୍ରେନ୍ ଅପରେଟିଂ ପାଇଁ ଏକ ବ୍ୟବସ୍ଥା ଅଛି ଓ କେବଳ ସେହି ସିଷ୍ଟମ ମାଧ୍ୟମରେ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଉଛି । ସେହିଭଳି ଯାତ୍ରାକୁ ସୁବିଧାଜନକ ସେବା ଦେବା ପାଇଁ ଟ୍ରେନରେ କୋଚ୍ ଲଗାଯିବାର ମଧ୍ୟ ଏକ ସିଷ୍ଟମ ମଧ୍ୟ ଅଛି ।

ଆପଣ ନିଶ୍ଚୟ ଦେଖିଥିବେ ଯେ ପ୍ରତ୍ୟେକ ଟ୍ରେନର ଗଠନ ମଧ୍ୟ ପ୍ରାୟ ସମାନ, ଅର୍ଥାତ୍ ଇଞ୍ଜିନ୍ ପରେ କିମ୍ବା ସବା ଶେଷରେ ଜେନେରାଲ୍ କୋଚ୍ ଓ ମଝିରେ ଏସି କିମ୍ବା ସ୍ଲିପର କୋଚ୍ ଲଗାଯାଇଥାଏ । କିନ୍ତୁ, ଆପଣ କେବେ ଚିନ୍ତା କରିଛନ୍ତି କି ପ୍ରତ୍ୟେକ ଟ୍ରେନରେ ଜେନେରାଲ କୋଚ୍ ସବୁବେଳେ ଆରମ୍ଭ ଓ କିମ୍ୱା ଶେଷରେ କାହିଁକି ରହିଥାଏ?

ବାସ୍ତବରେ, ପ୍ରତ୍ୟେକ ଟ୍ରେନର ଆରମ୍ଭ ଓ ଶେଷରେ ଜେନେରାଲ୍ କୋଚ୍ ରହିଥାଏ ଓ ଏହା ପଛର କାରଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଥରେ ଜଣେ ବ୍ୟକ୍ତି ଟ୍ୱିଟ୍ କରି ପଚାରିଥିଲେ, କାହିଁକି କେବଳ ଦୁଇଟି ଜେନେରାଲ କୋଚ୍ ୨୪ଟି ଟ୍ରେନ୍ ଡବାର ଆଗ କିମ୍ବା ପଛରେ ରଖାଯାଏ? ଯଦିଓ ୟୁଜର ଜଣକ ଏହି ପ୍ରଶ୍ନକୁ ଭିନ୍ନ ଢଙ୍ଗରେ ପଚାରି ଅଭିଯୋଗ କରିଥିଲେ ଯେ ଦୁର୍ଘଟଣା ଘଟିଲେ, କେବଳ ଜେନେରାଲ କୋଚର ଗରିବ ଲୋକ ପ୍ରଥମେ ହିଁ ମରିବେ । ତା’ପରେ ଏହି ପ୍ରଶ୍ନର ଉତ୍ତର ଦେବାବେଳେ ଜଣେ ରେଳ ଅଧିକାରୀ ଏହାର କାରଣ ଦର୍ଶାଇଥିଲେ । ତେବେ ରେଳ ଅଧିକାରୀ ଏହି ଦୁର୍ଘଟଣା କଥାକୁ ଅସ୍ୱୀକାର କରିଥିଲେ । କୋଚ୍ ରଖିବାର ଏହି କ୍ରମ ପଛରେ ରେଳ ଅଧିକାରୀ ଦେଇଥିବା କାରଣ ବିଷୟରେ ଆସନ୍ତୁ ଜାଣିବା…

ରେଳ ଅଧିକାରୀ କହିଛନ୍ତି ଯେ କେବଳ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନର କୋଚଗୁଡିକ ଏହି କ୍ରମରେ ବ୍ୟବସ୍ଥା କରାଯାଇଛି । ସେ ଯୁକ୍ତି ବାଢ଼ିଥିଲେ ଯେ ଜେନେରାଲ କୋଚରେ ଅଧିକ ଭିଡ ଥାଏ, ଏଭଳି ପରିସ୍ଥିତିରେ ଯଦି ଜେନେରାଲ କୋଚକୁ ମଝିରେ ରଖାଯାଏ, ତେବେ ସମଗ୍ର ସିଷ୍ଟମ ଖରାପ ହୋଇଯିବ । ଏହା ସହିତ ବୋର୍ଡ-ଡିବୋର୍ଡର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେବ । ଏଭଳି ପରିସ୍ଥିତିରେ ଜିନିଷ କିମ୍ବା ଯାତ୍ରୀମାନେ ମଧ୍ୟ ଉଭୟ ଦିଗକୁ ଯାଇପାରିବେ ନାହିଁ ଓ ସମଗ୍ର ସିଷ୍ଟମ ଖରାପ ହୋଇଯିବ । ସେଥିପାଇଁ ଯାତ୍ରୀମାନଙ୍କ ସୁବିଧା ପାଇଁ ଜେନେରାଲ କୋଚ୍ ଏପରି ରଖାଯାଇଥାଏ ।

ଏହା ବ୍ୟତୀତ ଜେନେରାଲ କୋଚରେ ବସିଥିବା ଭିଡ଼କୁ ଦୂରତା ସହିତ ଦୁଇଟି ସ୍ଥାନରେ ବିଭକ୍ତ କରାଯାଇଛି । ଏହି କାରଣରୁ, ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଲୋକଙ୍କୁ ବଞ୍ଚାଇବା, ସେମାନଙ୍କୁ ଟ୍ରେନରୁ ବାହାର କରିବା ଓ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ମେନେଜମେଣ୍ଟ । ବାସ୍ତବରେ, ଉଭୟ ମୁଣ୍ଡରେ ଜେନେରାଲ୍ କୋଚ୍ ରହିବା ପାଇଁ ଅନେକ କାରଣ ଅଛି ଓ ଅନେକ ଉପାୟରେ ଏହି ବ୍ୟବସ୍ଥା ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ।

ଏହା ବି ପଢ଼ନ୍ତୁ: Marriage: ବିବାହ ପୂର୍ବରୁ ଏଠାରେ ପ୍ରଥମେ ଜନ୍ମ କରିବାକୁ ପଡେ ପିଲା, ଜାଣନ୍ତୁ ଭାରତର କିଛି ଅଦ୍ଭୁତ ଓ ନିଆରା ପ୍ରଥା ବିଷୟରେ...