Indian Currency Note: ବଦଳିଲା ନିୟମ, ୫୦୦ ଟଙ୍କିଆ ନୋଟ୍ ଉପରେ ଆସିଲା ବଡ ଖବର
Advertisement

Indian Currency Note: ବଦଳିଲା ନିୟମ, ୫୦୦ ଟଙ୍କିଆ ନୋଟ୍ ଉପରେ ଆସିଲା ବଡ ଖବର

Indian Bank Note: ବର୍ତ୍ତମାନ ଭାରତୀୟ ବଜାରରେ ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ୍ ଉପଲବ୍ଧ ହେଉଛି। ଉଭୟ ଧରଣର ୫୦୦ ଟଙ୍କିଆ ନୋଟ୍ ମଧ୍ୟରେ ବହୁତ କମ୍ ପାର୍ଥକ୍ୟ ରହିଛି। ଏହି ଦୁଇ ପ୍ରକାରର ନୋଟ୍ ମଧ୍ୟରୁ ଗୋଟିଏ ପ୍ରକାର ନୋଟ ନକଲି  କୁହାଯାଉଛି। 

Indian Currency Note: ବଦଳିଲା ନିୟମ, ୫୦୦ ଟଙ୍କିଆ ନୋଟ୍ ଉପରେ ଆସିଲା ବଡ ଖବର

Indian Currency Note Latest News: ଗତ ୧ ତାରିଖରୁ ଦେଶରେ ଆରମ୍ଭ ହୋଇଯାଇଛି ନୂତନ ଆର୍ଥିକ ବର୍ଷ। ଅନ୍ୟପଟେ ଦେଶରେ ହୋଇଥିବା ବିମୁଦ୍ରୀକରଣକୁ ୭ ବର୍ଷ ପୂରଣ ହୋଇଯାଇଛି। ବିମୁଦ୍ରୀକରଣ ପରେ ଭାରତୀୟ ମୁଦ୍ରା ସମ୍ବନ୍ଧରେ ଅନେକ ପ୍ରକାରର ଖବର ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ଯଦି ଆପଣଙ୍କ ପାଖରେ ୫୦୦ ଟଙ୍କିଆ ନୋଟ୍ ରହିଛି, ତାହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦୦ ଟଙ୍କିଆ ନୋଟ୍ ସମ୍ପର୍କରେ ବିଷୟରେ ସୂଚନା ଦିଆଯାଇଛି।

ବଜାରରେ ପ୍ରଚଳିତ ହେଉଛି ୨ ପ୍ରକାରର ୫୦୦ ଟଙ୍କିଆ ନୋଟ୍
ବର୍ତ୍ତମାନ ଭାରତୀୟ ବଜାରରେ (Indian Market) ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ୍ (500 Rupee Note) ଉପଲବ୍ଧ ହେଉଛି। ଉଭୟ ଧରଣର ୫୦୦ ଟଙ୍କିଆ ନୋଟ୍ ମଧ୍ୟରେ ବହୁତ କମ୍ ପାର୍ଥକ୍ୟ ରହିଛି। ଏହି ଦୁଇ ପ୍ରକାରର ନୋଟ୍ ମଧ୍ୟରୁ ଗୋଟିଏ ପ୍ରକାର ନୋଟ ନକଲି (duplicate 500 rs note) କୁହାଯାଉଛି। ଏହାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ପ୍ରକାର ନୋଟ୍ ନକଲି ବୋଲି କୁହାଯାଉଛି। ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ପ୍ରକୃତରେ କେଉଁ ନୋଟ୍ ଅସଲି।

Also Read: 500 Rupee Note: ଆପଣଙ୍କ ପାଖରେ ରହିଛି କି ୫୦୦ ଟଙ୍କିଆ ନୋଟ? ଜାଣିନିଅନ୍ତୁ ଆରବିଆଇ ନୂଆ ନିୟମ

ଭାଇରାଲ ଭିଡିଓ ମାଧ୍ୟମରେ କ’ଣ କୁହାଯାଉଛି?

ଭାଇରାଲ ଭିଡିଓ ମାଧ୍ୟମରେ କୁହାଯାଇଛି ଯେ ଆପଣ ସେହି ୫୦୦ ଟଙ୍କିଆ ନୋଣସି ନୋଟ୍ ନେବା ଠିକ୍ ନୁହେଁ, ଯେଉଁଥିରେ ସବୁଜ ଷ୍ଟ୍ରିପ୍ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ (RBI Governor Signature) ଦେଇ ଯାଇଥାଏ କିମ୍ବା ଗାନ୍ଧିଜୀଙ୍କ ଚିତ୍ରର ଅତି ନିକଟରେ ରହିଥାଏ। ଆହୁରି ମଧ୍ୟ କୁହାଯାଉଛି ଯେ ଗୋଟିଏ ପ୍ରକାର ନୋଟ୍ ହେଉଛି ନକଲି। 

ଉଭୟ ପ୍ରକାରର ନୋଟ୍ ଅସଲି 
ନକଲି ନୋଟ ସମ୍ପର୍କରେ ଭାରତ ସରକାରଙ୍କ (Govt of India) ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (Information and Broadcasting Ministry) ଅଧିନସ୍ଥ ପ୍ରେସ ଇଫଫରମେସମନ ବ୍ୟୁରୋ (Press Information Bureau) ପିଆଇବି (PIB) ଏହି ଭିଡିଓ ବିଷୟରେ ଜଡ଼ିତ ତଥ୍ୟର ଯାଞ୍ଚ କରିଛି। ଯାହା ପରେ ଏହାର ସତ୍ୟତା ସାମ୍ନାକୁ ଆସିଛି। ଏହି ଭିଡିଓ ଉପରେ ହୋଇଥିବା ଫ୍ୟାକ୍ଟ ଯାଞ୍ଚ ପରେ ଏହା ଜଣାପଡିଛି ଯେ ଏହି ଭିଡିଓ ସମ୍ପୂର୍ଣ୍ଣ ନକଲି। ବଜାରରେ ଚାଲୁଥିବା ଉଭୟ ପ୍ରକାରର ନୋଟ୍ ହେଉଛି ଅସଲି।  ଯଦି ଆପଣଙ୍କ ପାଖରେ କୌଣସି ପ୍ରକାରର ୫୦୦ ଟଙ୍କିଆ ନୋଟ ରହିଛି, ତାହେଲେ ଆଦୌ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଉଭୟ ପ୍ରକାରର ବ୍ୟାଙ୍କ ନୋଟ୍ ବୈଧ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Also Read: Union Budget 2023: କେନ୍ଦ୍ରୀୟ ବଜେଟ୍ ୨୦୨୩ ପୂର୍ବରୁ ୫୦୦ ଟଙ୍କିଆ ନୋଟ୍ ଉପରେ ଆସିଲା ବଡ ଖବର, କ'ଣ କହିଲା ଆରବିଆଇ?

ଭାଇରାଲ୍ ବାର୍ତ୍ତାର ସତ୍ୟତା ଯାଞ୍ଚ 

ଯଦି ଆପଣଙ୍କ ପାଖକୁ ଏଭଳି ଧରଣର କୌଣସି ବାର୍ତ୍ତା ଆସେ, ତାହେଲେ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ। ଏପରି ନକଲି ବାର୍ତ୍ତା କାହା ସହିତ ସେୟାର କରନ୍ତୁ ନାହିଁ। ଏହା ବ୍ୟତୀତ ଆପଣ ଯେ କୌଣସି ଖବରର ସତ୍ୟତା ମଧ୍ୟ ଯାଞ୍ଚ କରିପାରିବେ। ଏନେଇଈ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ପରିଦର୍ଶନ କରିବାକୁ ହେବ। ଏହା ବ୍ୟତୀତ ଆପଣ ଭିଡିଓ ହ୍ୱାଟସ୍ ଆପ୍ ନମ୍ବର +୯୧୮୭୯୯୭୧୧୨୫୯ କିମ୍ବା ଇମେଲ୍ ଆଇଡି pibfactcheck@gmail.com ମାଧ୍ୟମରେ ପଠାଇ ପାରିବେ।