ଭାରତୀୟ ସେନାବାହିନୀରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha2081878

ଭାରତୀୟ ସେନାବାହିନୀରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

Indian Army SSC Recruitment: ଭାରତୀୟ ସେନାରେ ନିଯୁକ୍ତି ପାଇବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ସର୍ଟ ସର୍ଭିସ କମିଶନ ପାଠ୍ୟକ୍ରମ ପାଇଁ ଭାରତୀୟ ସେନା ଦରଖାସ୍ତ ଆହ୍ୱାନ କରିଛି। କଣ ରହିଛି ଯୋଗ୍ୟତା ଏବଂ କିପରି ରହିଛି ଚୟନ ପ୍ରକ୍ରିୟା ସମସ୍ତ ବିବରଣୀ ଆସନ୍ତୁ ଜାଣିବା ।

ଭାରତୀୟ ସେନାବାହିନୀରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

Indian Army SSC Recruitment: ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର ଆସିଛି । ସର୍ଟ ସର୍ଭିସ କମିଶନ ପାଠ୍ୟକ୍ରମ ପାଇଁ ଭାରତୀୟ ସେନା ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ ୱେବସାଇଟ୍ Indianarmy.nic.in ରେ ଲଗଇନ କରି ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ ଏଥି ନିମନ୍ତେ ପାଇଁ ୨୧ ଫେବୃଆରୀ ୨୦୨୪ ସୁଦ୍ଧା ଆବେଦନ କରିବା ଉଚିତ୍।

ଖାଲି ପଦବୀ
ଏହି ନିଯୁକ୍ତି ମାଧ୍ୟମରେ ବିଭିନ୍ନ ପଦବୀକୁ ମିଶାଇ ସମୁଦାୟ ୩୮୧ଟି ପଦବୀ ପୂରଣ ହେବ ।
SSC (ଟେକ୍) ପୁରୁଷ: ୩୫୦ଟି ପୋଷ୍ଟ ।
SSC (ଟେକ୍) ମହିଳା: ୨୯ ଟି ପୋଷ୍ଟ ।
ଅନ୍ୟାନ୍ୟ (ପ୍ରତିରକ୍ଷା କର୍ମଚାରୀଙ୍କ ବିଧବା) : ୨ ଟି ପୋଷ୍ଟ ।

ଯୋଗ୍ୟତା ମାନଦଣ୍ଡ
SSC (ଟେକ୍): ଆବଶ୍ୟକ ଇଞ୍ଜିନିୟରିଂ ଡିଗ୍ରୀ ପାଠ୍ୟକ୍ରମ ପାସ କରିଥିବା କିମ୍ବା ଇଞ୍ଜିନିୟରିଂ ଡିଗ୍ରୀ ପାଠ୍ୟକ୍ରମର ଶେଷ ବର୍ଷରେ ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ । ଇଞ୍ଜିନିୟରିଂ ଡିଗ୍ରୀ ପାଠ୍ୟକ୍ରମର ଅନ୍ତିମ ବର୍ଷରେ ପଢୁଥିବା ଛାତ୍ରମାନେ ଅକ୍ଟୋବର ୧, ୨୦୨୪ ସୁଦ୍ଧା ସମସ୍ତ ସେମିଷ୍ଟାର / ବର୍ଷର ମାର୍କସିଟ୍ ସହିତ ଇଞ୍ଜିନିୟରିଂ ଡିଗ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ପ୍ରମାଣ ଦାଖଲ କରିବା ଜରୁରୀ ।

ପ୍ରତିରକ୍ଷା କର୍ମଚାରୀଙ୍କ ବିଧବା: ଯେକୌଣସି ଅଣ-ବୈଷୟିକ ଅନୁଶାସନରେ ସ୍ନାତକ, ଯେକୌଣସି ଇଞ୍ଜିନିୟରିଂ ଷ୍ଟ୍ରିମରେ B.Tech ।

ବୟସସୀମା
୦୧ ଅକ୍ଟୋବର ୨୦୨୪ ସୁଦ୍ଧା ୨୦ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅଥବା ୦୨ ଅକ୍ଟୋବର ୧୯୯୭ରୁ ୦୧ ଅକ୍ଟୋବର ୨୦୦୪ ମଧ୍ୟରେ ଜନ୍ମହୋଇଥିବା ଆବଶ୍ୟକ । ଅଧିକ ସୂଚନା ପାଇଁ ସେନାର ଅଫିସିଆଲ ୱେବସାଇଟ୍ Indianarmy.nic.in ଭିଜିଟ୍ କରନ୍ତୁ ।

Also Read- ବିକାଶର ଆଲୋକ ଦେଖିଲା ବଣମୂଳକ, ଶିମିଳିପାଳର ୪୨ ଗାଁ’ରେ ପହଞ୍ଚିଲା ବିଜୁଳି

Also Read- Shani Gochar 2024: ଶନି ଚଳନ ବଦଳାଇବ ୩ଟି ରାଶିର ଭାଗ୍ୟ