Agnibaan Rocket: ସଫଳତାର ସହ ଲଞ୍ଚ ହେଲା ଅଗ୍ନିବାଣ ରକେଟ୍, ଜାଣନ୍ତୁ ଏହାର ବିଶେଷତା
Advertisement
Article Detail0/zeeodisha/odisha2270508

Agnibaan Rocket: ସଫଳତାର ସହ ଲଞ୍ଚ ହେଲା ଅଗ୍ନିବାଣ ରକେଟ୍, ଜାଣନ୍ତୁ ଏହାର ବିଶେଷତା

Agnibaan Rocket: ଗୁରୁବାର ଦିନ (୩୦ ମଇ) ରେ ଭାରତର ସ୍ପେସେଟେକ୍ ଷ୍ଟାର୍ଟଅପ୍ 'ଅଗ୍ନିକୁଳ କସ୍ମୋସ୍' ଏକ ବଡ଼ ସଫଳତା ହାସଲ କରିଛି। ଆଗ୍ନିକୁଳ ପ୍ରଥମ ଥର ପାଇଁ ଏହାର 'ଅଗ୍ନିବାଣ' ରକେଟ୍ ଉତକ୍ଷେପଣ କରିଛି।

 

Agnibaan Rocket

Agnibaan Rocket: ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା। ଦେଶରେ ପ୍ରଥମ ଥର ପାଇଁ ସଫଳ ମହାକାଶ ପରୀକ୍ଷଣ କରିଛି ସ୍ବଦେଶୀ ଘରୋଇ ମହାକାଶ ଗବେଷଣା ସଂସ୍ଥା ଅଗ୍ନିକୂଳ କସମସ୍। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଅଗ୍ନିବାଣ ସର୍ଟେଡ-୧ ମିଶନକୁ ଗୁରୁବାର ସଫଳତାର ସହ ପ୍ରକ୍ଷେପଣ କରାଯାଇଛି। ଏନେଇ ଇସ୍ରୋ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି। ଏହାସହ ଲଞ୍ଚକୁ ଏକ ମାଇଲଖୁଣ୍ଟ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଏହି ଅଗ୍ନିବାଣ ଏକ ସେମି-କ୍ରାୟୋଜୋନିକ ଲିକୁଇଡ ଇଞ୍ଜିନ ଦ୍ବାରା ପରିଚାଳିତ ହେବ । ଯାହା ବ୍ୟାବସାୟିକ ଭାବରେ ଉପଲବ୍ଧ ଟର୍ବାଇନ ଇନ୍ଧନ କିମ୍ବା ମେଡିକାଲ ଗ୍ରେଡ୍ ତରଳ ଅମ୍ଳଜାନ ବ୍ୟବହାର କରିଥାଏ। ଏହା ୭୦୦ କିଲୋମିଟର ଉଚ୍ଚତାକୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ନେବାର ସକ୍ଷମତା ରହିଥାଏ । ଏହି ଇଞ୍ଜିନ୍ ପରୀକ୍ଷା ଅଗ୍ନିକୁଲର ନିଜସ୍ୱ ଡାଟା ଅଧିଗ୍ରହଣ ପ୍ରଣାଳୀ ଏବଂ ଫ୍ଲାଇଟ୍ କମ୍ପ୍ୟୁଟର ଦ୍ୱାରା ଚାଳିତ । ଅଗ୍ନିବାଣ ଉଭୟ ନିମ୍ନ ଏବଂ ଉଚ୍ଚ କକ୍ଷପଥରେ ପହଞ୍ଚିପାରେ। ଏହା ୧୦ରୁ ଅଧିକ ଲଞ୍ଚ ପୋର୍ଟରେ ପହଞ୍ଚିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଅଗ୍ନିବାଣ ସରଟେଡ ଭୂଲମ୍ବ ଭାବେ ଉଡାଣ ଭରିବ ଏବଂ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରିବ। ଏହି ରକେଟର ଓଜନ ୫୭୫ କେଜି ଓ ଏହା ୬.୨ ମିଟର ଲମ୍ବ । ଶ୍ରୀହରିକୋଟାରରୁ ଉତକ୍ଷେଣ ପରେ ଏହାକୁ ବଙ୍ଗୋପସାଗରରେ ପକାଯାଇଥିଲା । ଏହି ଘରୋଇ ମହାକାଶ ଗବେଷଣ ସଂସ୍ଥାର ସଫଳତା ପରେ ବିଶ୍ବ ମହାକାଶ ଅର୍ଥନୀତିରେ ଭାରତ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।

(Written By-Tapasa Gyanadarshini)