India Sri Lanka Ferry Service: ଏଣିକି ସମୁଦ୍ର ମାର୍ଗରେ ଯାତ୍ରା କରିହେବ ଶ୍ରୀଲଙ୍କା; ୪ ଦଶକ ପରେ ଆରମ୍ଭ ହେଲା ସେବା
Advertisement
Article Detail0/zeeodisha/odisha1918209

India Sri Lanka Ferry Service: ଏଣିକି ସମୁଦ୍ର ମାର୍ଗରେ ଯାତ୍ରା କରିହେବ ଶ୍ରୀଲଙ୍କା; ୪ ଦଶକ ପରେ ଆରମ୍ଭ ହେଲା ସେବା

India Sri Lanka High Speed Passenger Ferry Service: ପ୍ରାୟ ୪୦ ବର୍ଷ ପରେ ଅକ୍ଟୋବର ୧୪ ତାରିଖରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଛି ଦ୍ରୁତଗାମୀ ଯାତ୍ରୀବାହୀ ଡଙ୍ଗା ସେବା। 

India Sri Lanka Ferry Service: ଏଣିକି ସମୁଦ୍ର ମାର୍ଗରେ ଯାତ୍ରା କରିହେବ ଶ୍ରୀଲଙ୍କା; ୪ ଦଶକ ପରେ ଆରମ୍ଭ ହେଲା ସେବା

India Sri Lanka Ferry Service Flag Off: ପ୍ରାୟ ୪ ଦଶକ ପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଛି ଦ୍ରୁତଗାମୀ ଯାତ୍ରୀବାହୀ ଡଙ୍ଗା ସେବା। ତାମିଲନାଡୁ ସ୍ଥିତ ନାଗାପଟ୍ଟିନମ୍ ଠାରୁ ଶ୍ରୀଲଙ୍କା କାନକେସେନ୍ତୁରଇ ମଧ୍ୟରେ ଏହି ଡଙ୍ଗା ସେବା ପ୍ରାୟ ୪୦ ବର୍ଷ ପରେ ଆରମ୍ଭ ହୋଇଛି। ଅକ୍ଟୋବର ୧୪ ତାରିଖ ଶନିବାର ଭାରତ-ଶ୍ରୀଲଙ୍କା ମଧ୍ୟରେ ପୁନର୍ବାର ଡଙ୍ଗା ସେବା ଆରମ୍ଭ ହୋଇଥିଲା। କେନ୍ଦ୍ର ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଏବଂ ତାମିଲନାଡୁ ଲୋକନିର୍ମାଣ ଏବଂ ବନ୍ଦର ମନ୍ତ୍ରୀ ଇଭି ଭେଲୁ ଶନିବାର ନାଗପଟ୍ଟିନମ ବନ୍ଦର ଠାରୁ ସବୁଜ ପତାକା ଦେଖାଇ ଭାରତ-ଶ୍ରୀଲଙ୍କା ମଧ୍ୟରେ  ଦ୍ରୁତଗାମୀ ଯାତ୍ରୀବାହୀ ଡଙ୍ଗା ସେବା ଆରମ୍ଭ କରିଛନ୍ତି।

ଦ୍ରୁତଗାମୀ ଯାତ୍ରୀବାହୀ ଡଙ୍ଗା ସେବା ଦ୍ୱାରା ବୃଦ୍ଧି ପାଇବ ସାଂସ୍କୃତିକ ସମ୍ପର୍କ
ଏହି ଅବସରରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ (Union Shipping Minister Sarbananda Sonowal) କହିଛନ୍ତି ଯେ, ଦ୍ରୁତଗାମୀ ଯାତ୍ରୀବାହୀ ଡଙ୍ଗା ସେବା (India Sri Lanka High Speed Passenger Ferry Services) ଦ୍ୱାରା ତାମିଲନାଡୁ ଏବଂ ଉତ୍ତର ଶ୍ରୀଲଙ୍କା ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ପାଇବ। ନାଗପଟ୍ଟିନମ ଅଞ୍ଚଳର ତିରୁବନଲ୍ଲୁର, ନାଗୌର,ବେଲାନକନ୍ନୀ ଭଳି ତୀର୍ଥସ୍ଥଳର ନିକଟତା ଦ୍ୱାରା ଶ୍ରୀଲଙ୍କା ତୀର୍ଥଯାତ୍ରୀଙ୍କୁ ଏହାର ଲାଭ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଂଘେ (Sri Lanka President Ranil Wickremesinghe) ଭିଡିଓ ବାର୍ତ୍ତା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଡଙ୍ଗା ସେବାକୁ ପ୍ରଶଂସା କରିଛନ୍ତି।

କୂଟନୈତିକ ସମ୍ପର୍କ ହେବ ମଜବୁତ: ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦ୍ରୁତଗାମୀ ଯାତ୍ରୀବାହୀ ଡଙ୍ଗା ସେବା ଭାରତ-ଶ୍ରୀଲଙ୍କା ମଧ୍ୟରେ ସାଂସ୍କୃତିକ, ବାଣିଜ୍ୟିକ ଏବଂ କୂଟନୈତିକ ସମ୍ପର୍କକୁ (India Sri Lanka Bilateral Relations) ମଜବୁତ କରିବାରେ ସହାୟକ ହେବ। ଯୋଗାଯୋଗ ହେଉଛି ଭାରତ-ଶ୍ରୀଲଙ୍କା ଅର୍ଥନୈତିକ ଭାଗିଦାରୀର ମିଳିତ ଦୃଷ୍ଟିକୋଣର କେନ୍ଦ୍ରୀୟ ବିଷୟ। ଆମେ ରାମେଶ୍ୱରମ୍-ତଲାଇମନ୍ନାର ମଧ୍ୟରେ ଡଙ୍ଗା ସେବା ପୁନର୍ବାର ଆରମ୍ଭ କରିବାକୁ ନେଇ ଆଗ୍ରହୀ। ଅନ୍ୟପଟେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଂଘେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସଂଯୋଗକୁ ସୁଦୃଢ କରିବା ପାଇଁ ଡଙ୍ଗା ସେବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗତ ୧୯୯୩ ମସିହାରେ ହୋଇଥିବା ଗୃହଯୁଦ୍ଧ କାରଣରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲୁଥିବା ଡଙ୍ଗା ସ୍ଥଗିତ କରାଯାଇଥିଲା।

ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର (Indian Foreign Minister S Jaishankar) କହିଛନ୍ତି ଯେ ଦ୍ରୁତଗାମୀ ଯାତ୍ରୀବାହୀ ଡଙ୍ଗା ସେବା ଲୋକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ଼ ପଦକ୍ଷେପ। ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ ହେବା ପୂର୍ବରୁ ଏହି ଡଙ୍ଗାସେବା ଅକ୍ଟୋବର ୨୩ ପର୍ଯ୍ୟନ୍ତ ଚାଲିବ। ତାମିଲନାଡୁ ବନ୍ଦର ଅଧିକାରୀ ଅମ୍ବାଝଗନଙ୍କ କହିବା ଅନୁଯାୟୀ ଆସନ୍ତା ଜାନୁଆରୀ ମାସରୁ ଏହି ସେବା ପୁନର୍ବାର ଆରମ୍ଭ ହେବ।