Chandrayaan 3 Landing: ଭାରତର ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ପୋଲରେ ଲ୍ୟାଣ୍ଡିଂ କରିଛି । ସମଗ୍ର ଦେଶରେ ଉତ୍ସବ ଆରମ୍ଭ ହୋଇଛି ।
Trending Photos
Chandrayaan 3 Landing: ଚନ୍ଦ୍ର ପୃଷ୍ଟରେ ପହଞ୍ଚିଛି ଭାରତ । ଭାରତ ଏହି ସଫଳତା ୪୧ ଦିନ ପରେ ହାସଲ ହୋଇପାରିଛି । ଏହା ଦ୍ୱାରା ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏକ ଉଲ୍ଲେଖନୀୟ ସଫଳତା ପାଇ ପାରିଛି । ଏକ ମାତ୍ର ଦେଶ ଭାବରେ ଭାରତ ଚନ୍ଦ୍ରରେ ଦକ୍ଷିଣ ମେରୁରେ ପହଞ୍ଚି ପ୍ରତ୍ୟକ୍ଷ ଚିତ୍ର ଉଠାଇବାରେ ସଫଳ ହୋଇପାରିଛି । ଏହା ପୂର୍ବରୁ ଆମେରିକା, ଚୀନ୍, ଋଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ଥିଲେ ମଧ୍ୟ ସେମାନଙ୍କ ଅବତରଣ କେବଳ ଉତ୍ତର ମେରୁରେ ସୀମିତ ଥିଲା ।
ମିଶନର ସଫଳତା ପରେ ଇସ୍ରୋ ମୁଖ୍ୟ ଏସ ସୋମନାଥ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି । ନଜ ଅବିଭାଷଣରେ ଏସ ସୋମନାଥନ କହିଛନ୍ତି, " ଆଦରଣୀୟ ପ୍ରଧାନମନ୍ତ୍ରୀ, ଆମେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିପାରିଛୁ । ଭାରତ ବର୍ତ୍ତମାନ ଚନ୍ଦ୍ରରେ ପହଞ୍ଚି ସାରିଛି ।
ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଇତିହାସ ସୃଷ୍ଟି କରିଛି । ଚନ୍ଦ୍ରଯାନ ନିର୍ଦ୍ଧାରିତ ସମୟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ । ଚନ୍ଦ୍ରଯାନର ଏହି ସଫଳ ଅବତରଣ ପରେ ସମଗ୍ର ଦେଶରେ ଖୁସିର ବାତାବରଣ ସୃଷ୍ଟି ହୋଇଛି ଓ ଏହି ମିଶନ ବିଶ୍ୱରେ ଭାରତର ପ୍ରତିଷ୍ଠାକୁ ଆହୁରି ବଢାଇ ଦେଇଛି । ମିଶନର ସଫଳତା ପାଇଁ ସବୁଆଡେ ଅଭିନନ୍ଦନ ଦିଆଯାଉଛି । ବିକ୍ରମ ଚନ୍ଦ୍ର ପୃଷ୍ଠରେ ଲ୍ଯାଣ୍ଡିଂ କରିବା ପରେ ଏବେ ପ୍ରଶ୍ନ ହେଉଛି ଚନ୍ଦ୍ରଯାନ ମିଶନରେ ପରବର୍ତ୍ତୀ ପଦକ୍ଷେପ କଣ ହେବ? ଏବେ ବିକ୍ରମ ଏହାର ପରବର୍ତ୍ତୀ କାର୍ଯ୍ୟ କିପରି କରିବେ ଓ ଭାରତ କେଉଁ ପ୍ରକାର ତଥ୍ୟ ପାଇପାରିବ?
ଲ୍ୟାଣ୍ଡିଂ ପରେ କ’ଣ ରହିଛି କାର୍ଯ୍ୟକ୍ରମ?
ବାସ୍ତବରେ, ଚନ୍ଦ୍ରଯାନ-୩ ର ତିନୋଟି ଅଂଶ ଅଛି । ଗୋଟିଏ ହେଉଛି ପ୍ରୋପ୍ଲଶନ ମଡ୍ୟୁଲ୍, ଯାହା ଲ୍ୟାଣ୍ଡରକୁ ଚନ୍ଦ୍ର କକ୍ଷପଥକୁ ନେଇଛି । ସମ୍ପ୍ରତି ବିକ୍ରମ ଏଥିରୁ ଅଲଗା ହୋଇଯାଇଛି ଓ ପ୍ରପୁଲସନ୍ ମଡ୍ୟୁଲ୍ ଚନ୍ଦ୍ର ପୃଷ୍ଠରେ ଗତି କରୁଛି । ଏଥିରୁ ଦୁଇଟି ଜିନିଷ ଅଲଗା ହୋଇଛି, ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ୍ । ଏଥିରେ ବିକ୍ରମ ଏକ ଲ୍ୟାଣ୍ଡର, ଯାହା ଚନ୍ଦ୍ରରେ ଲ୍ଯାଣ୍ଡିଂ କରିଛି ଓ ଏଥିରୁ ଏକ ରୋଭର ଅଲଗା ହୋଇଯାଇଛି, ଯାହା ଚନ୍ଦ୍ର ପୃଷ୍ଠରେ ବୁଲିବ ଓ ସେଠାରୁ ତଥ୍ୟ ପଠାଇବ । ଏପରି ପରିସ୍ଥିତିରେ, ସଫଳ ଲ୍ୟାଣ୍ଡିଂ ପରେ ରୋଭର କାମ ଆରମ୍ଭ କରିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚନ୍ଦ୍ରଯାନ-୩ ମିଶନର ସଫଳତାକୁ ନେଇ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ।
A historic day for #India as #Chandrayaan3 became the first-ever spacecraft to successfully land near the South Pole of #Moon. Landing on the uncharted part of our celestial neighbour is remarkable achievement for Indian science and a giant leap for mankind. Congratulate the… pic.twitter.com/kDLDyFKsyk
— Naveen Patnaik (@Naveen_Odisha)
ରାହୁଲ ଗାନ୍ଧି ମଧ୍ୟ ଚନ୍ଦ୍ରଯାନ-୩ ମିଶନର ସଫଳତାକୁ ନେଇ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ।
Congratulations to Team ISRO for today's pioneering feat.#Chandrayaan3’s soft landing on the uncharted lunar South Pole is the result of decades of tremendous ingenuity and hard work by our scientific community.
Since 1962, India’s space program has continued to scale new…
— Rahul Gandhi (@RahulGandhi) August 23, 2023