ADR Report 2023: ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ହେଉଛନ୍ତି କୋଟିପତି, ଦେଶର ସବୁଠାରୁ ଧନୀ ସିଏମ କିଏ? ଜାଣନ୍ତୁ
Advertisement
Article Detail0/zeeodisha/odisha1649836

ADR Report 2023: ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ହେଉଛନ୍ତି କୋଟିପତି, ଦେଶର ସବୁଠାରୁ ଧନୀ ସିଏମ କିଏ? ଜାଣନ୍ତୁ

Chief Ministers Of India: ଦେଶର ମୋଟ ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଆକଳନ କରିବା ପରେ ଜଣାପଡ଼ିଛି ଯେ, ୨୯ ଜଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି କୋଟିପତି। ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ପରିମାଣ ହେଉଛି ୩୩.୯୬ କୋଟି। 

ADR Report 2023: ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ହେଉଛନ୍ତି କୋଟିପତି, ଦେଶର ସବୁଠାରୁ ଧନୀ ସିଏମ କିଏ? ଜାଣନ୍ତୁ

Richest Chief Minister Of India: ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ ସେ ସମ୍ପର୍କିତ ଏକ ରିପୋର୍ଟ ଏଡିଆର ଦ୍ୱାରା ପ୍ରକାଶିତ ହୋଇଛି। ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ ମୁଖ୍ୟମନ୍ତ୍ରୀ କୋଟିପତି ରହିଥିବା ଏଡିଆର ରିପୋର୍ଟ ଦର୍ଶାଇଛି। 
 
ଦେଶର ୩୦ ମୁଖ୍ୟମନ୍ତ୍ରୀଙ୍କ (Chief Ministers of India) ସମ୍ପର୍କରେ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (Association for Democratic Reforms) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଆନ୍ଧ୍ର ପ୍ରଦେଶ ପ୍ରଦେଶ ଜଗନ୍ ମୋହନ ରେଡ୍ଡୀ (AP CM YS Jagan Mohan Reddy) ହେଉଛନ୍ତି ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ (Richest Chief Minister of India)। ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୧୦ କୋଟି ଟଙ୍କା। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal CM Mamata Banerjee) ହେଉଛନ୍ତି ସବୁଠାରୁ କମ ସମ୍ପତ୍ତି ରହିଥିବା ମୁଖ୍ୟମନ୍ତ୍ରୀ (Poorest Chief Minister of India)। ତାଙ୍କର ସର୍ବମୋଟ ସମ୍ପତ୍ତି ହେଉଛି ପ୍ରାୟ ୧୫ ଲକ୍ଷ ଟଙ୍କା। 

ଏଡ଼ିଆର (ADR) ଏବଂ ଇଲେକସନ୍ ୱାଚ୍ (Election Watch) ପକ୍ଷରୁ କୁହାଯାଇଛି ଯେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସତ୍ୟପାଠ (Election Affidavit of Chief Minister of India) ରିପୋର୍ଟ ବିଶ୍ଳେଷଣ କରିବା ପରେ ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏଠାରେ ଦେଶର ୨୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଏବଂ ପୁଦୁଚେରୀ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ଜାମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ କେହି ମୁଖ୍ୟମନ୍ତ୍ରୀ ନାହାଁନ୍ତି।

ଦେଶର ମୋଟ ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଆକଳନ କରିବା ପରେ ଜଣାପଡ଼ିଛି ଯେ, ୨୯ ଜଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି କୋଟିପତି (Crorepati Chief Minister of India)। ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ପରିମାଣ ହେଉଛି ୩୩.୯୬ କୋଟି। ଏଡ଼ିଆର ରିପୋର୍ଟ ଅନୁସାରେ ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ଏହି ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଏବଂ ଧମକ ଦେବା ଭଳି ମାମଲା ରହିଛି। ଏହି ରିପୋର୍ଟ ଦର୍ଶାଇଛି ଯେ ଗୁରୁତର ଅପରାଧିକ ମାମଲାରେ ବିନା ଜାମିନ ସହିତ ୫ ବର୍ଷରୁ ଅଧିକ ଜେଲଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି। 

ସମ୍ପତ୍ତି ଦୃଷ୍ଟିକୋଣରୁ ତାଲିକାର ଶୀର୍ଷରେ ରହିଥିବା ୩ ଜଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ପ୍ରଥମ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ (Arunachal Pradesh Chief Minister Pema Khandu) ଦ୍ୱିତୀୟ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ତୃତୀୟ ସ୍ଥାନରେ ଅଛନ୍ତି। ଏହି ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ ଯଥାକ୍ରମେ ୫୧୦, ୧୬୩ ଏବଂ ୬୩ କୋଟି ଟଙ୍କା ରହିଛି। 

ସେହିପରି କମ ସମ୍ପତ୍ତି ରହିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ (Kerala Chief Minister Pinarayi Vijayan) ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ  ମନୋହର ଲାଲ ଖଚ୍ଚର (Haryana Chief Minister Manohar Lal Khattar)। ଏହି ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ ଯଥାକ୍ରମେ ୧୫ ଲକ୍ଷ, ୧ କୋଟି ଏବଂ ୧ କୋଟି ରହିଥିବା ଏଡିଆର ରିପୋର୍ଟ ଦର୍ଶାଇଛି। ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପତ୍ତି ପରିମାଣ ୩ କୋଟିରୁ ଅଧିକ ରହିଛି।