G20 Summit: ରାଜଧାନୀରେ ୧୬୦ ଉଡ଼ାଣ ରଦ୍ଦ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1843804

G20 Summit: ରାଜଧାନୀରେ ୧୬୦ ଉଡ଼ାଣ ରଦ୍ଦ, ଜାଣନ୍ତୁ କାରଣ

G20 Summit 2023: ଜି-୨୦ ଶିଖର ସମ୍ମିଳନୀ ପାଇଁ ୧୬୦ ଘରୋଇ ଉଡ଼ାଣ ରଦ୍ଦ କରାଯାଇଛି। ଏ ସମ୍ପର୍କରେ ବିମାନ ବନ୍ଦର ପକ୍ଷରୁ ଜଣାଇ ଦିଆଯାଇଛି। 

G20 Summit: ରାଜଧାନୀରେ ୧୬୦ ଉଡ଼ାଣ ରଦ୍ଦ, ଜାଣନ୍ତୁ କାରଣ

2023 G20 New Delhi summit: ଆସନ୍ତା ସେପ୍ଟମ୍ବର ୯-୧୦ ତାରିଖରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ। ଏନେଇ ଜୋରସୋରରେ ଜାରି ରହିଛି ପ୍ରସ୍ତୁତି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଦିଲ୍ଲୀ ଅଭିମୁଖେ ଗସ୍ତ କରୁଛନ୍ତି ସଦସ୍ୟ ଦେଶର ମୁଖ୍ୟ। ବିଦେଶୀ ଅତିଥିଙ୍କ ଦିଲ୍ଲୀ ଗସ୍ତକୁ ନଜରରେ ରଖି ରାଷ୍ଟ୍ରୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଉଛି। ଅଗଷ୍ଟ ୨୭ ତାରିଖ ରବିବାର ଦିଲ୍ଲୀ ପୋଲିସ ଏକ ମକଡ୍ରିଲ ଆରମ୍ଭ ହୋଇଯାଇଛି। ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଅତିଥିଙ୍କୁ ବିମାନ ବନ୍ଦରରୁ ଆଣିବା ନେଇ ଯାଉଥିବା କାର କନଭୟ ସୁରକ୍ଷା କିପରି କରାଯିବ ସେ ପୋଲିସ ପକ୍ଷରୁ ଅଭ୍ୟାସ କରାଯାଉଛି।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi) ସ୍ଥିତ ପ୍ରଗତି ମଇଦାନ ପରିସରରେ ନିର୍ମିତ ନୂତନ କନଭେସନ କମ୍ପ୍ଲେକ୍ସ (Delhi Pragati Maidan Convention Complex) ଠାରେ ଆସନ୍ତା ସେପ୍ଟମ୍ବର 
୯-୧୦ ତାରିଖରେ ଜି-୨୦ ଶିଖର ସମ୍ମିଳନୀ (G20 Summit 2023) ଅନୁଷ୍ଠିତ ହେବ। ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ମଧ୍ୟ ଉପସ୍ଥିତ ରହିବେ। ସେହିପରି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (China President Xi Jinping) ମଧ୍ୟ ଯୋଗ ଦେବେ। ଯାହାକୁ ଦୃଷ୍ଟିରେ ରଖି ମଜବୁତ ସୁରକ୍ଷା ବ୍ୟବସ୍ଥା (Security Arrangements for G20 Summit 2023) ଗ୍ରହଣ କରାଯାଉଛି।

ଜି-୨୦ ଶିଖର ସମ୍ମିଳନୀ ପାଇଁ ୧୬୦ ଉଡ଼ାଣ ରଦ୍ଦ
ଆସନ୍ତା ୯-୧୦ ସେପ୍ଟମ୍ବରରେ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ୧୬୦ ଘରୋଇ ଉଡ଼ାଣ ରଦ୍ଦ କରାଯାଇଛି (Cancellation of Domestic Flights at Delhi Airport)। ଏ ସମ୍ପର୍କରେ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ଜଣାଇ ଦିଆଯାଇଛି। ଏନେଇ ବିମାନ ବନ୍ଦର ପରିଚାଳନା କରୁଥିବା DIAL Company ପକ୍ଷରୁ କୁହାଯାଇଛି ଯେ ବିମାନ ବନ୍ଦର ପାର୍କିଂ ହେତୁ ବିମାନ ଚଳାଚଳ ବାତିଲ ହୋଇନାହିଁ। ଅନ୍ୟ କମ୍ପାନୀ ପାଇଁ ଆବଶ୍ୟକ ପାର୍କିଂ ଉପଲବ୍ଧ କରାଯାଇଛି। DIAL ପକ୍ଷରୁ ଆହୁରି କୁହାଯାଇଛି ଯେ ଆମକୁ ୩ ଦିନ ମଧ୍ୟରେ ପ୍ରାୟ ୧୬୦ ଉଡ଼ାଣ ବାତିଲ ପାଇଁ ଅନୁରୋଧ ମିଳିଛି। ଜି-୨୦ ଶିଖର ସମ୍ମିଳନୀ ବୈଠକ ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରଭାବ ପକାଇବ ନାହିଁ।

୧୦୦୦ ରକ୍ଷକଙ୍କୁ ନେଇ ଗଠିତ ହୋଇଛି ସ୍ୱତନ୍ତ୍ର ୫୦ ଟିମ୍ 
ଜି-୨୦ ବୈଠକରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସୁଥିବା ବିଦେଶୀ ଅତିଥିଙ୍କ ସୁରକ୍ଷା ପାଇଁ ଗ୍ରେଟର ନୋଏଡା ସ୍ଥିତ ସିଆରପିଏଫ ଭିଆଇପି ସୁରକ୍ଷା ତାଲିମ କେନ୍ଦ୍ରରେ (CRPF VIP Security Training Center Greater Noida) ୧୦୦୦ ରକ୍ଷକଙ୍କୁ ନେଇ ଗଠିତ ହୋଇଛି ସ୍ୱତନ୍ତ୍ର ୫୦ ଟିମ୍। ବିଦେଶୀ ଅତିଥିଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ଯବାନ କୌଣସି ସାଧାରଣ ସୈନିକ ହେବେ ନାହିଁ। ଏହି କମାଣ୍ଡୋ (CRPF Commando) ଏସପିଜି (SPG) କିମ୍ବା ଏନଏସଜି (NSG) ଭଳି ସୁରକ୍ଷା ୟୁନିଟ୍ ସହିତ କାର୍ଯ୍ୟ କରି ସାରିଛନ୍ତି। ଯେଉଁମାନେ ବିଦେଶୀ ରାଷ୍ଟ୍ର ମୁଖ୍ୟ ତଥା ସରକାରୀ ମୁଖ୍ୟଙ୍କ ଭିଆଇପି ରୁଟ୍ କନଭୟ ସୁରକ୍ଷାରେ (VIP Route Convoy Security) ନିୟୋଜିତ ହେବେ।

ବିଦେଶୀ ଅତିଥିଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛି ୩୦୦ ବୁଲେଟପ୍ରୁଫ୍ ଗାଡ଼ି
ଜି-୨୦ ବୈଠକରେ ଯୋଗ ଦେବାକୁ ଆସିଥିବା ବିଦେଶୀ ଅତିଥିଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛି ୩୦୦ ବୁଲେଟ ପ୍ରୁଫ୍ ଗାଡ଼ି (Bulletproof Vehicle)। କିଛି କମାଣ୍ଡୋ ଡ୍ରାଇଭର ମଧ୍ୟ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ସୁରକ୍ଷାରେ ନିୟୋଜିତ କରିବା ପାଇଁ ତାଲିମ ଦିଆଯାଉଛି। ଜି-୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଏପରି ସୁରକ୍ଷା ବ୍ୟବସ୍ଥା କରାଯାଉଛି ଯେଉଁଥିରେ ପକ୍ଷୀ ମଧ୍ୟ ପ୍ରବେଶ କରିପାରିବ ନାହିଁ। ଏନେଇ ସୌନିକଙ୍କ ତାଲିମ ଏବଂ ରିହର୍ସାଲ ଚାଲିଛି।