IND vs PAK T20 Asia Cup 2022: ଆଜିର ମ୍ୟାଚ ବିଗାଡ଼ିବ କି ବର୍ଷା, ପାଣିପାଗକୁ ନେଇ ଆସିଲା ନୂଆ ଅପଡେଟ
Advertisement
Article Detail0/zeeodisha/odisha1334564

IND vs PAK T20 Asia Cup 2022: ଆଜିର ମ୍ୟାଚ ବିଗାଡ଼ିବ କି ବର୍ଷା, ପାଣିପାଗକୁ ନେଇ ଆସିଲା ନୂଆ ଅପଡେଟ

ନୂଆଦିଲ୍ଲୀ:  ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦୁବାଇ ଗ୍ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏସିଆ କପ୍‌ର ଲିଗ୍ ପର୍ଯ୍ୟାୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପାଞ୍ଚ ଓ୍ୱିକେଟରେ ପରାସ୍ତ କରିଥିଲା। ଆଜି ଉଭୟ ଦଳ ସୁପର ୪ରେ ପରସ୍ପରକୁ ଭ

IND vs PAK T20 Asia Cup 2022: ଆଜିର ମ୍ୟାଚ ବିଗାଡ଼ିବ କି ବର୍ଷା, ପାଣିପାଗକୁ ନେଇ ଆସିଲା ନୂଆ ଅପଡେଟ

IND vs PAK T20 Asia Cup 2022: ନୂଆଦିଲ୍ଲୀ:  ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦୁବାଇ ଗ୍ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏସିଆ କପ୍‌ର ଲିଗ୍ ପର୍ଯ୍ୟାୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପାଞ୍ଚ ଓ୍ୱିକେଟରେ ପରାସ୍ତ କରିଥିଲା। ଆଜି ଉଭୟ ଦଳ ସୁପର ୪ରେ ପରସ୍ପରକୁ ଭେଟିବେ। ଉଭୟଙ୍କ ମଧ୍ୟରେ ଆଜି ସନ୍ଧ୍ୟା ସାଢେ ୭ଟାରେ (ଭାରତୀୟ ସମୟ) ମ୍ୟାଚ ଖେଳାଯିବ। ଏହି ଗ୍ରାଉଣ୍ଡରେ ଉଭୟ ଦଳର  ଇତିହାସ ଦେଖିଲେ ଏଠାରେ ଭାରତ ସହ ଖେଳାଯାଇଥିବା ୩୦ଟି ମ୍ୟାଚରେ ପାକିସ୍ତାନ ୨୦ଥର ଜିତିଛି। ୟୁଏଇରେ ଗତ ୧୯ଟି ମ୍ୟାଚରେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ ମାତ୍ର ୨ଟି-୨୦ ମ୍ୟାଚ ହାରିଛି।

ତେବେ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ସବୁବେଳେ ପାକିସ୍ତାନ ଉପରେ ଭାରି ରହିଆସିଛି। ଭାରତ ଏବଂ ପାକିସ୍ତାନ ଏପର୍ଯ୍ୟନ୍ତ ଟି-୨୦ କ୍ରିକେଟରେ ୧୦ଥର ସଂଘର୍ଷ କରିଛନ୍ତି। ଏଥିମଧ୍ୟରୁ ଟିମ୍ ଇଣ୍ଡିଆ ୮ ଥର ଜିତିଛି। ଏଥି ସହିତ ପାକିସ୍ତାନ ମାତ୍ର ଦୁଇଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି।

କଣ ରହିଛି ପାଣିପାଗର ସ୍ଥିତି
ଦୁବାଇରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ସନ୍ଧ୍ୟାରେ ଆକାଶ ପରିସ୍କାର ରହିବ। ପାଣିପାଗ ଡଟ୍ କମ୍ ଅନୁଯାୟୀ ରବିବାର ସନ୍ଧ୍ୟାରେ (ସେପ୍ଟେମ୍ବର 4) ତାପମାତ୍ରା ପ୍ରାୟ ୩୦ ଡିଗ୍ରୀ ପାଖାପାଖି ରହିବ। ପବନର ବେଗ ଘଣ୍ଟା ପ୍ରତି ୧୦ ରୁ ୧୫ କିଲୋମିଟର ହେବ ବୋଲି ଆଶା କରାଯାଉଛି। ଆର୍ଦ୍ରତା ପ୍ରାୟ ୬୧ ପ୍ରତିଶତ ରହିବାର ସମ୍ଭାବନା ରହିଛି । ସେପଟେ  ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ପିଚ ମଧ୍ୟ ବୋଲରମାନଙ୍କୁ ସୁହାଉଛି। ବଲ୍ ଟିକେ ପୁରୁଣା ହେବା ପରେ ଏଠାରେ ସ୍ପିନରମାନେ ବେଶ ପ୍ରଭାବଶାଳୀ ହୋଇଥାନ୍ତି। ଏହି ମ୍ୟାଚରେ ପ୍ରାୟ ୧୬୦ରୁ ୧୭୦ ରନ୍ ସ୍କୋର ହେବାର ସମ୍ଭାବନା ଅଛି।

ଦୁବାଇ ଗ୍ରାଉଣ୍ଡରେ ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରୁଥିବା ଦଳକୁ ବେଶ ଲାଭ ଦାୟକ ହୋଇଥାଏ। ଦ୍ୱିତୀୟ ଇନିଂସ ରାତିରେ ଖେଳାଯାଉଥିବାରୁ କାକର ପଡ଼ିଥାଏ। କାକର ଏବଂ ଆର୍ଦ୍ରତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଟସ୍ ଜିତିବା ପରେ ଉଭୟ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ଏକ ପ୍ରକାର ସ୍ପଷ୍ଟ। ଏହି ପିଚ୍‌ରେ ବାଂଲାଦେଶ  ୧୮୪ ରନ୍‌ର ଟାର୍ଗେଟକୁ ପିଛା କରିଥିଲା। ସେହିପରି ଭାରତ ଗତ ସପ୍ତାହରେ ପାକିସ୍ତାନ ବିପକ୍ଷରେ ୧୪୮ ରନ୍ ଲକ୍ଷ୍ୟ ହାସଲ କରିଛି।

ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), କେଏନ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ଥ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଶ୍ନୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ଅଭେଶ ଖାନ

ପାକିସ୍ତାନ: ବାବର ଆଜମ(ଅଧିନାୟକ), ଶାଦାବ ଖାନ(ଉପ ଅଧିନାୟକ), ଆସିଫ ଅଲ୍ଲୀ, ଫଖର ଜମା, ହାଇଦର ଅଲ୍ଲୀ, ହାରିସ ରାଉଫ, ଇଫତଖାର ଅହମ୍ମଦ, ଖୁସଦିଲ ଶାହ, ମହମ୍ମଦ ହସନୈନ, ମହମ୍ମଦ ନଓ୍ୱାଜ, ମହମ୍ମଦ ରିଜଓ୍ୱାନ, ନସୀମ ଶାହ, ହସନ ଅଲ୍ଲୀ ଓ ଉସମାନ କାଦିର

ଅଧିକ ପଢନ୍ତୁ: ଆଜି ପୁଣି ପାକ-ଇଣ୍ଡିଆ ଟକ୍କର: କଣ କହୁଛି ଇତିହାସ କାହାର ରହିବ