Indian Railway: ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା
Advertisement
Article Detail0/zeeodisha/odisha1890317

Indian Railway: ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା

Indian Railway: ପୂର୍ବତଟ ରେଳପଥର କୋଟ୍ଟଭଲସା - କୋରାପୁଟ-କିରନ୍ଦୁଲ ରେଳ ମାର୍ଗରେ ମାନବାର ଓ ଜରତି ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଜନିତ ପୁନଃରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହୋଇଅଛି …

Indian Railway: ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା

ପୂର୍ବତଟ ରେଳପଥର କୋଟ୍ଟଭଲସା - କୋରାପୁଟ-କିରନ୍ଦୁଲ ରେଳ ମାର୍ଗରେ ମାନବାର ଓ ଜରତି ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଜନିତ ପୁନଃରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହୋଇଅଛି …

01. ରାଉରକେଲା ଠାରୁ 27 & 28.09.2023 ରେ ଛାଡିବାକୁ ଥିବା 18107 ରାଉରକେଲା-ଜଗଦଳପୁର ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ ।

02. ଜଗଦଳପୁରରୁ 28 ଏବଂ 29.09.2023 ରେ ଛାଡ଼ିବାକୁଥିବା 18108 ଜଗଦଳପୁର-ରାଉରକେଲା ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଜଗଦଳପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ ।

03. ଭୁବନେଶ୍ୱରରୁ 27 ଏବଂ 28.09.2023 ରେ ଛାଡ଼ିବାକୁଥିବା ଭୁବନେଶ୍ୱର-ଜଗଦଳପୁର ହିରାଖଣ୍ଡ ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଳପୁର ପର୍ଯ୍ୟନ୍ତ ବାତିଲ ରହିବ ।

04. ଜଗଦଲପୁରରୁ 28 ଏବଂ 29.09.2023 ରେ ଛାଡିବାକୁ ଥିବା 18448 ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଜଗଦଲପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ ।

05. କିରଣ୍ଡୁଲ ଠାରୁ 28 ଏବଂ 29.09.2023 ରେ ଛାଡ଼ିବାକୁଥିବା କିରାଣ୍ଡୁଲ-ବିଶାଖାପାଟନମ୍ ସ୍ପେଶାଲ୍ କିରାଣ୍ଡୁଲ୍ ପରିବର୍ତ୍ତେ ଆରାକୁ ଠାରୁ ଯାତ୍ରା ପ୍ରାରମ୍ଭ କରିବ । କିରାଣ୍ଡୁଲରୁ ଆରାକୁ ପର୍ଯ୍ୟନ୍ତ ଏହା ବାତିଲ ରହିବ ।

06. 08551 ବିଶାଖାପାଟନମ୍-କିରାଣ୍ଡୁଲ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 28 ଏବଂ 29.09.2023 ରେ ଆରାକୁ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଆରାକୁରୁ କିରାଣ୍ଡୁଲ୍ ପର୍ଯ୍ୟନ୍ତ ବାତିଲ୍ ହୋଇ ରହିବ ।

07. ହାଓଡ଼ା ଠାରୁ 27 ଏବଂ 28.09.2023 ରେ ଛାଡୁଥିବା 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ଟିଟିଲାଗଡ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଟିଟିଲାଗଡରୁ ଜଗଦଳପୁର ପର୍ଯ୍ୟନ୍ତ ବାତିଲ ରହିବ ।

08. ଜଗଦଲପୁରରୁ 28 ଏବଂ 29.09.2023 ରେ ଛାଡ଼ିବାକୁଥିବା 18006 ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ ଟିଟିଲାଗଡରୁ ଯାତ୍ରା ପ୍ରାରମ୍ଭ କରିବ । ଜଗଦଳପୁରରୁ ଟିଟିଲାଗଡ ପର୍ଯ୍ୟନ୍ତ ଏହି ଟ୍ରେନ ବାତିଲ ରହିବ ।

09. ବିଶାଖାପାଟନମ୍ ରୁ 27 ଏବଂ 28.09.2023 ରେ ଛାଡିବାକୁ ଥିବା 18514 ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ୍ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ କିରାଣ୍ଡୁଲ ପର୍ଯ୍ୟନ୍ତ ବାତିଲ ରହିବ ।

10. କିରାଣ୍ଡୁଲରୁ 28 ଏବଂ 29.09.2023 ରେ ଛାଡିବାକୁ ଥିବା 18513 କିରାଣ୍ଡୁଲ-ବିଶାଖାପାଟନମ୍ ଏକ୍ସପ୍ରେସ କିରାଣ୍ଡୁଲ ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ । କିରାଣ୍ଡୁଲରୁ କୋରାପୁଟ ପର୍ଯ୍ୟନ୍ତ ଏହି ଟ୍ରେନ ବାତିଲ ରହିବ ।

Also Read- ୯୨ ବର୍ଷ ବୟସରେ ପାଠ ପଢିଲେ ଖାନ ଚାଚି, ଅନ୍ୟ ପାଇଁ ସାଜିଲେ ପ୍ରେରଣା

Also Read- ବାପା କିଣିଲେ ସେକେଣ୍ଡ ହ୍ୟାଣ୍ଡ୍ ସାଇକେଲ୍, ଖୁସିରେ ନାଚିଲା ପୁଅ, ଦେଖନ୍ତୁ ଭିଡିଓ