IMD Predicts Rainfall: ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
Advertisement

IMD Predicts Rainfall: ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

 imd prediction for rain: ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। 

 

IMD Predicts Rainfall: ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

imd forecast heavy rainfall in india: ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଇଏମଡି ସଦ୍ୟତମ ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇ ଦିନ ମଧ୍ୟରେ କୋଙ୍କଣ ଉପକୂଳ ଏବଂ ଗୋଆ, ମଧ୍ୟ ମହାରାଷ୍ଟ୍ର, ଉପକୂଳ କର୍ଣ୍ଣାଟକ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବ୍ୟୁରୋ ଆହୁରି ମଧ୍ୟ କହିଛି ଯେ ଆସନ୍ତା ୩ ଦିନ ମଧ୍ୟରେ ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତର ହରିୟାଣା ଏବଂ ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ବିଭିନ୍ନ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ସୂଚନା

  • ଉତ୍ତର ପଶ୍ଚିମ ଭାରତ: ୨୬ ଜୁଲାଇରୁ ୨୯ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶ (Himachal Pradesh), ଉତ୍ତରାଖଣ୍ଡ (Uttarakhand), ପଞ୍ଜାବ (Punjab), ହରିୟାଣା (Haryana), ଚଣ୍ଡିଗଡ଼ (Chandigarh) ଦିଲ୍ଲୀ (Delhi) ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବ୍ୟାପକ ବୃଷ୍ଟିପାତ (Light to Moderate Rainfall) ହୋଇପାରେ।
  • କେନ୍ଦ୍ରୀୟ ଭାରତ: ୨୬ ଜୁଲାଇରୁ ୨୯ ତାରିଖ ମଧ୍ୟରେ ଏହି ଅଞ୍ଚଳରେ ଅଧିକ ମାତ୍ରାରେ ହାଲୁକାରୁ ମଧ୍ୟମ ଧରଣର ବ୍ୟାପକ ଭାବରେ ବୃଷ୍ଟିପାତ ହୋଇପାରେ। ଆସନ୍ତା ୨୬ ତାରିଖରୁ ୨୮ ତାରିଖ ମଧ୍ୟରେ ଛତିଶଗଡରେ (Delhi ) ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
  • ପଶ୍ଚିମ ଭାରତ: ଜୁଲାଇ ୨୬-୨୯ ତାରିଖ ମଧ୍ୟରେ ମଧ୍ୟ ପ୍ରଦେଶ ଘାଟ ଅଞ୍ଚଳ (Ghat Area Madhya Maharashtra), ଗୋଆ (Goa), କୋଙ୍କଣ ଉପକୂଳରେ (Konkan Coast) ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ୨୬-୨୭ ତାରିଖରେ ଗୁଜୁରାଟ (Konkan) ଅଞ୍ଚଳ ଏବଂ ମହାରାଷ୍ଟ୍ର ମରାଠୱାଡା କ୍ଷେତ୍ରରେ (Maharashtra Marathwada Region) ପ୍ରବଳ ବର୍ଷା ହୋଇପାରେ।
  • ଦକ୍ଷିଣ ଭାରତ: ୨୬ ଜୁଲାଇରୁ ୨୮ ତାରିଖ ମଧ୍ୟରେ ଉପକୂଳ ଆନ୍ଧ୍ରପ୍ରଦେଶ (Coastal Andhra Pradesh) ଏବଂ ୟାନାମ (Yanam), ତେଲେଙ୍ଗାନା (Telangana), ଉପକୂଳ କର୍ଣ୍ଣାଟକରେ (Coastal Karnataka) ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଜୁଲାଇ ୨୬-୨୭ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ (South Interior Karnataka), ରାୟଲସୀମା (Rayalaseema Andhra Pradesh), ଆଭ୍ୟନ୍ତରୀଣ କର୍ଣ୍ଣାଟକରେ (Interior Karnataka) ପ୍ରବଳ ବର୍ଷା ହୋଇପାରେ।
  • ପୂର୍ବ ଭାରତ: ଆସନ୍ତା ୨୬ ଜୁଲାଇରୁ ୩୦ ତାରିଖରେ ଓଡ଼ିଶାରେ (Odisha) ହାଲୁକାରୁ ମଧ୍ୟମ ଧରଣର ବ୍ୟାପକ ବୃଷ୍ଟିପାତ ହୋଇପାରେ। ସବ୍ ହିମାଳୟ (Sub-Himalayan Area) ପଶ୍ଚିମବଙ୍ଗ (West Bengal) ଏବଂ ସିକ୍କିମ୍ (Sikkim) ଠାରେ ୨୬ ତାରିଖରୁ ୨୮ ମଧ୍ୟରେ ଏବଂ ୨୯-୩୦ ତାରିଖରେ ଝାଡଖଣ୍ଡ (Jharkhand) ଏବଂ ବିହାରରେ (Bihar) ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।