IIMC Alumni Association: ଓଡ଼ିଶା ଚାପ୍ଟର ନିର୍ବାଚନରେ ଜିତିଲେ ସନ୍ଦୀପ ସେଠୀ
Advertisement
Article Detail0/zeeodisha/odisha2354251

IIMC Alumni Association: ଓଡ଼ିଶା ଚାପ୍ଟର ନିର୍ବାଚନରେ ଜିତିଲେ ସନ୍ଦୀପ ସେଠୀ

ଭୁବନେଶ୍ୱର: ଢେଙ୍କାନାଳ ଠାରେ ଥିବା ଭାରତୀୟ ଗଣଯୋଗାଯୋଗ ଅନୁଷ୍ଠାନର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ। ଏହି ନିର୍ବାଚନକୁ ଅନଲାଇନରେ ପରିଚାଳନା କରିଥିଲେ ନୀତିନ ପ୍ରଧାନ। ଏଥିରେ ସନ୍ଦୀପ ସେଠୀ ବିଜୟ ହାସଲ କରିଥିବା ବେଳେ ଓଡ଼ିଶା ଚାପ୍ଟରର ଦାୟିତ୍ୱ ସମ୍ଭାଳିବେ।  ମିଳିଥିବା ସୂଚନା ଅନୁଯାୟୀ ଅନୁଷ୍ଠିତ ନିର୍ବାଚନ

IIMC Alumni Association: ଓଡ଼ିଶା ଚାପ୍ଟର ନିର୍ବାଚନରେ ଜିତିଲେ ସନ୍ଦୀପ ସେଠୀ

IIMC Alumni Association: ଭୁବନେଶ୍ୱର: ଢେଙ୍କାନାଳ ଠାରେ ଥିବା ଭାରତୀୟ ଗଣଯୋଗାଯୋଗ ଅନୁଷ୍ଠାନର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ। ଏହି ନିର୍ବାଚନକୁ ଅନଲାଇନରେ ପରିଚାଳନା କରିଥିଲେ ନୀତିନ ପ୍ରଧାନ। ଏଥିରେ ସନ୍ଦୀପ ସେଠୀ ବିଜୟ ହାସଲ କରିଥିବା ବେଳେ ଓଡ଼ିଶା ଚାପ୍ଟରର ଦାୟିତ୍ୱ ସମ୍ଭାଳିବେ। 

ମିଳିଥିବା ସୂଚନା ଅନୁଯାୟୀ ଅନୁଷ୍ଠିତ ନିର୍ବାଚନରେ ଓଡ଼ିଶା ଚାପ୍ଟର ପାଇଁ ଦୁଇ ଜଣ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିଜୟୀ ସନ୍ଦୀପ କୁମାର ସେଠୀଙ୍କ ବିପକ୍ଷରେ ଅଶୋକ ପ୍ରଧାନ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ମୋଟ ୭୯ ଖଣ୍ଡ ଭୋଟ ପଡ଼ିଥିଲା। ଏଥିରୁ ୮ ଖଣ୍ଡ ଭୋଟ ନାକଚ ହୋଇଯାଇଥିବା ନେଇ ନିର୍ବାଚନ ପରିଚାଳନା କରିଥିବା ଶ୍ରୀ ନୀତିନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ସେହିପରି ବୈଧ ଥିବା ୭୧ ଖଣ୍ଡ ଭୋଟ ମଧ୍ୟରୁ ସନ୍ଦୀପ ସେଠୀଙ୍କ ଖାତାରେ ୪୬ ଖଣ୍ଡ ଭୋଟ ପଡ଼ିଥିଲା। ସେହିପରି ୨୫ ଖଣ୍ଡ ଭୋଟ ପାଇଁ ଅଶୋକ ପ୍ରଧାନ ପରାଜିତ ହୋଇଥିଲେ। ଆସନ୍ତା କାଲି ଅର୍ଥାତ ଜୁଲାଇ ୨୭ ତାରିଖରେ ଶପଥ ନେବା ସହିତ ଓଡ଼ିଶା ଚାପ୍ଟରର ଦାୟିତ୍ୱ ଗ୍ରହଣ କରିବେ ଶ୍ରୀ ସନ୍ଦୀପ ସେଠୀ। 

ଏଠାରେ କହି ରଖୁ କି ଏହି ନିର୍ବାଚନ ଗତକାଲି ଜୁଲାଇ ୨୫ ତାରିଖରେ ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୪ଟା ପର୍ଯ୍ୟନ୍ତ ଚାଲିଥିଲା।