'ସେକ୍ସରେ ହିଁ ଅସଲି ମଜା ଅଛି'
Advertisement
Article Detail0/zeeodisha/odisha1200599

'ସେକ୍ସରେ ହିଁ ଅସଲି ମଜା ଅଛି'

ଚେରି ଦିନେ ଆମେରିକାର ରାଷ୍ଟ୍ରପତି ହେବାକୁ ସ୍ୱପ୍ନ ଦେଖିଥିଲେ। ଏଥିପାଇଁ ସେ ଏକ ମୋଟା ଅଙ୍କର ଦରମା ମିଳୁଥିବା ଚାକିରିକୁ ମଧ୍ୟ ଛାଡିଥିଲେ। ପରିସ୍ଥିତି ଏମିତି ହେଲା ଯେ, ସେ ଆମେରିକାର ରାଷ୍ଟ୍ରପତି ବଦଳରେ ଜଣେ ପର୍ଣ୍ଣଷ୍ଟାର ପାଲଟିଗଲେ। ଏକ ସାକ୍ଷାତକାରରେ ଚେରି ତାଙ୍କ ଜୀବନର ଅନୁଭୂତି ବିଷୟରେ ଖୁଲାସା କରିଛନ୍ତି।

ଡିଜାଇନ୍ ଫଟୋ

ୱାଶିଂଟନ: ପର୍ଣ୍ଣ ଇଣ୍ଡଷ୍ଟ୍ରୀରେ 'ଚେରି ଡେୱିଲ' ଏକ ଚର୍ଚ୍ଚିତ ନାମ। ଚେରି ଦିନେ ଆମେରିକାର ରାଷ୍ଟ୍ରପତି ହେବାକୁ ସ୍ୱପ୍ନ ଦେଖିଥିଲେ। ଏଥିପାଇଁ ସେ ଏକ ମୋଟା ଅଙ୍କର ଦରମା ମିଳୁଥିବା ଚାକିରିକୁ ମଧ୍ୟ ଛାଡିଥିଲେ। ପରିସ୍ଥିତି ଏମିତି ହେଲା ଯେ, ସେ ଆମେରିକାର ରାଷ୍ଟ୍ରପତି ବଦଳରେ ଜଣେ ପର୍ଣ୍ଣଷ୍ଟାର ପାଲଟିଗଲେ। ଏକ ସାକ୍ଷାତକାରରେ ଚେରି ତାଙ୍କ ଜୀବନର ଅନୁଭୂତି ବିଷୟରେ ଖୁଲାସା କରିଛନ୍ତି।

ଦୀର୍ଘ ସମୟ ଧରି ପର୍ଣ୍ଣ ଇଣ୍ଡଷ୍ଟ୍ରୀରେ କାମ କରୁଥିବା ଅଭିନେତ୍ରୀ ଚେରି ଡେୱିଲ ନିଜର ପୁରୁଣା ଦିନକୁ ମନେ ପକାଉଛନ୍ତି। ଦିନେ ୯ରୁ ୫ଟା ଚାକିରି କରୁଥିବା ଚେରି ଏବେ ପର୍ଣ୍ଣ ଇଣ୍ଡଷ୍ଟ୍ରୀର ଜଣେ ଚର୍ଚ୍ଚିତ ଚେହେରା। ନର୍ଥ କୋରୋଲିନାରେ ଜନ୍ମିତ ଚେରି ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ ଗ୍ରହଣ କରିଥିଲେ। ରାପର କୁଲି ସହ ମେଣ୍ଟ କରବା ସହ ଏକ ୱେବସାଇଟ୍ ଖୋଲି ପ୍ରଚାର ମଧ୍ୟ କରୁଥିଲେ। କିନ୍ତୁ ପ୍ରଚାରର ୧୭ ମାସ ପରେ ନିର୍ବାଚନ ପ୍ରକ୍ରିୟାରୁ ହଟିଗଲେ। ସେ ଡେମୋକ୍ରାଟିକ ଟିକଟ ପାଇଁ ଦାବିଦାର ଥିଲେ।

Also Read: ଦିନରେ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖି ସ୍ମୃତିଶକ୍ତି ହରାଇଲେ ବ୍ୟକ୍ତି

ରାଜନୀତି ଓ ପର୍ଣ୍ଣ ବ୍ୟତୀତ ଚେରି ଅନ୍ୟ ଏକ ନିଆରା ପେଶାରେ ନିଜ ନାମ କରିଥିଲେ। ସେ ଫିଜିକାଲ ଥେରାପିଷ୍ଟ ଭାବେ କାର୍ଯ୍ୟ କରିସାରିଛନ୍ତି। ଏଥିରୁ ସେ ଭଲ ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ ଅଧିକ ଅର୍ଥ ଲୋଭରେ ଚେରି ଅନ୍ଧ ହୋଇ ପର୍ଣ୍ଣ ଦୁନିଆରେ ପାଦ ଥାପିଲେ। ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ସେ ଏଡଲଟ୍ ଦୁନିଆରେ ପ୍ରବେଶ କରିଥିଲେ। ପ୍ରଥମେ ପ୍ରଥମେ ଭୟ ଲାଗୁଥିଲା କିନ୍ତୁ ପରବର୍ତ୍ତି ସମୟରେ ମଜା ଲାଗିଲା ବୋଲି ଚେରି ଡେୱିଲ ଏକ ସାକ୍ଷାତକାରରେ କହିଛନ୍ତି।

୪୩ ବର୍ଷିୟା ଚେରିଙ୍କୁ ଫିଜିକାଲ ଥେରାପିଷ୍ଟର କାମ ଛାଡି ୨୦ ବର୍ଷ ହେଇଗଲାଣି। ଏବେ ସେ ନିଜର ପର୍ଣ୍ଣ ଇଣ୍ତଷ୍ଟ୍ରୀରେ ଖୁସିରେ ଅଛନ୍ତି। ସେ ପର୍ଣ୍ଣ ଫିଲ୍ମରେ ଅଭିନୟ କରନ୍ତି, କିନ୍ତୁ ଦେଖନ୍ତି ନାହିଁ। ସେକ୍ସରେ ହିଁ ଅସଲି ମଜା ଅଛି ବୋଲି ଚେରି କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଚେରି ୨୦୦ରୁ ଊର୍ଦ୍ଧ୍ୱ ଆଟଲ୍ଟ ଫିଲ୍ମରେ କାମ କରିସାରିଛନ୍ତି। ନିଜର ଫ୍ୟାନ୍ସଙ୍କ ଭରସାରେ ଚେରି, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ। କିନ୍ତୁ ସେଥିରେ ସେ ସଫଳ ହୋଇ ପାରିଲେ ନାହିଁ।