Offline UPI Payment: ଇଣ୍ଟରନେଟ୍ ବିନା ଆପଣ କିପରି କରିପାରିବେ UPI ପେମେଣ୍ଟ, ଏଠାରେ ଜାଣନ୍ତୁ ଅତି ସହଜ ଉପାୟ
Advertisement
Article Detail0/zeeodisha/odisha2325796

Offline UPI Payment: ଇଣ୍ଟରନେଟ୍ ବିନା ଆପଣ କିପରି କରିପାରିବେ UPI ପେମେଣ୍ଟ, ଏଠାରେ ଜାଣନ୍ତୁ ଅତି ସହଜ ଉପାୟ

UPI Payment: ଖରାପ ନେଟୱାର୍କ କଭରେଜ ଥିବା କ୍ଷେତ୍ରରେ ଅଫଲାଇନ୍ UPI ପେମେଣ୍ଟ ଉପଯୋଗୀ ହୋଇପାରେ। ବାସ୍ତବରେ ଅଫଲାଇନ୍ UPI ପେମେଣ୍ଟ ହେଉଛି USSD କୋଡ୍ ଆଧାରିତ ସେବା। UPI ଅଫଲାଇନ୍ ପେମେଣ୍ଟ ନମ୍ବର ହେଉଛି ଷ୍ଟାର୍ 99 ହ୍ୟାସ୍। ଏହି ନମ୍ବର ସହିତ ଆପଣ ଇଣ୍ଟରନେଟ୍ ବିନା ମଧ୍ୟ UPI ସେବା ପାଇପାରିବେ। 

 

Offline UPI Payment

Offline UPI Payment: ଆପଣ ଜାଣନ୍ତି କି ଇଣ୍ଟରନେଟ ବିନା ଫୋନ୍ ମାଧ୍ୟମରେ ଆପଣ ନିଜ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିପାରିବେ। ହଁ ଆଜ୍ଞା ଅଫଲାଇନ୍ UPI ପେମେଣ୍ଟ ବିଶେଷ ଭାବରେ ଦୁର୍ବଳ ନେଟୱାର୍କ କଭରେଜ୍ ଥିବା କ୍ଷେତ୍ରରେ ଉପଯୋଗୀ ହୋଇପାରେ। ବାସ୍ତବରେ ଅଫଲାଇନ୍ UPI ପେମେଣ୍ଟ ହେଉଛି USSD କୋଡ୍ ଆଧାରିତ ସର୍ଭିସ୍। ଦୁର୍ବଳ ନେଟୱାର୍କ କଭରେଜ ଥିବା କ୍ଷେତ୍ରରେ ଅଫଲାଇନ୍ UPI ପେମେଣ୍ଟ ଉପଯୋଗୀ ହୋଇପାରେ। ବାସ୍ତବରେ ଅଫଲାଇନ୍ UPI ପେମେଣ୍ଟ ହେଉଛି USSD କୋଡ୍ ଆଧାରିତ ସେବା। UPI ଅଫଲାଇନ୍ ପେମେଣ୍ଟ ନମ୍ବର ହେଉଛି ଷ୍ଟାର୍ 99 ହ୍ୟାସ୍ । ଏହି ନମ୍ବର ସହିତ ଆପଣ ଇଣ୍ଟରନେଟ୍ ବିନା ମଧ୍ୟ UPI ସେବା ପାଇପାରିବେ। ତେବେ ଆସନ୍ତୁ କହୁଛି ଯେ ଏହି ସେବା ଦେଶର ବିଭିନ୍ନ ରାଜ୍ୟ ଏବଂ ସହରରେ ରହୁଥିବା ଲୋକଙ୍କ ପାଇଁ କାମ କରେ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଏହି ସେବା ଆରମ୍ଭ ହୋଇଛି। ଏହି ସେବା ବ୍ୟବହାର କରିବାକୁ ଆପଣଙ୍କୁ କେବଳ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ USSD ନମ୍ବର ଡାଏଲ୍ କରିବାକୁ ପଡିବ। ଉପଭୋକ୍ତାମାନଙ୍କ ପାଇଁ ଅଫଲାଇନ୍ UPI ପେମେଣ୍ଟ ପାଇଁ ଏକ ସୀମା ମଧ୍ୟ ସ୍ଥିର କରାଯାଇଛି। ଏହି ସେବା ବ୍ୟବହାର କରି ଉପଭୋକ୍ତାମାନେ ୫୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ। ଯଦିଓ ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ଏହି ଦେୟ ପଦ୍ଧତିରେ ପ୍ରତ୍ୟେକ କାରବାର ଉପରେ ୫୦ ପଇସା ଶୁଳ୍କ ମଧ୍ୟ ଆଦାୟ କରାଯାଏ। ବିନା ଇଣ୍ଟରନେଟରେ ପେମେଣ୍ଟ କରିବା ପାଇଁ ପ୍ରଥମେ ଆପଣଙ୍କୁ ଅଫଲାଇନ୍ UPI ପେମେଣ୍ଟ ସେଟ୍ ଅପ୍ କରିବାକୁ ପଡିବ। ଏହି ସେଟ୍ ଅପ୍ ପ୍ରକ୍ରିୟା କିଛି ମିନିଟ୍ ସମୟ ଲାଗିଥାଏ ।

ଏହିପରି କରନ୍ତୁ ଅଫଲାଇନ୍ UPI ପେମେଣ୍ଟ ସେଟଅପ୍ 

  • ସର୍ବପ୍ରଥମେ ଆପଣଙ୍କୁ ଫୋନର ଡାଏଲର୍ ରୁ *99# କୋଡ୍ ଏଣ୍ଟ୍ରି କରିବାକୁ ପଡିବ
  • ଏହାପରେ ଆପଣ ନିଜ ଭାଷା ବାଛିବାକୁ ପଡିବ
  • ଏହାପରେ ବ୍ୟାଙ୍କର IFSC କୋଡ୍ ଏଣ୍ଟ୍ରି କରିବାକୁ ପଡିବ 
  • ଏହାପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଲେକ୍ଟ କରିବାକୁ ପଡିବ
  • ବର୍ତ୍ତମାନ ଆପଣ ଡେବିଟ୍ କାର୍ଡର ଶେଷ ୬ ଅଙ୍କ ଓ ଏକ୍ସପାଇରି ତାରିଖ ଏଣ୍ଟ୍ରି କରିବାକୁ ପଡିବ
  • ଯେତେବେଳେ ସମସ୍ତ ବିବରଣୀ ସଠିକ୍ ମିଳିବ ସେତେବେଳଏ UPI ଅଫଲାଇନ୍ ଫିଚର ସକ୍ରିୟ ହୋଇଯିବ।

ଇଣ୍ଟରନେଟ୍ ବିନା କିପରି କରିପାରିବେ UPI ପେମେଣ୍ଟ

  • ସର୍ବପ୍ରଥମେ ଆପଣଙ୍କୁ ଫୋନର ଡାଏଲର୍ ରୁ *99# କୋଡ୍ ଏଣ୍ଟ୍ରି କରିବାକୁ ପଡିବ।
  • ଏହାପରେ ଟଙ୍କା ପଠାଇବାକୁ ଆପଣଙ୍କୁ ୧ ଚୟନ କରିବାକୁ ପଡିବ ।
  • ବର୍ତ୍ତମାନ ଆପଣଙ୍କୁ UPI ID ଓ ମୋବାଇଲ୍ ନମ୍ବର ବିଷୟରେ ସୂଚନା ଦେବାକୁ ପଡିବ ଯାହାକୁ ଆପଣ ଟଙ୍କା ପଠାଇବାକୁ ଚାହୁଁଛନ୍ତି ।
  • ଏହାପରେ ଆପଣଙ୍କୁ ପଠାଇବାକୁ ଚାହୁଁଥିବା ରାଶି ଏଣ୍ଟ୍ରି କରିବାକୁ ପଡିବ।
  • ଏହାପରେ ଟ୍ରାନ୍ଜେକ୍ସନକୁ କନଫର୍ମ କରିବାକୁ ପଡିବ ।
  • ଏହାପରେ ଆପଣଙ୍କୁ UPI PIN ଏଣ୍ଟ୍ରି କରିବାକୁ ପଡିବ।
  • ପିନ୍ ଏଣ୍ଟ୍ରି କରିବା ପରେ ପେମେଣ୍ଟ ସଫଳତାର ସହ ହୋଇଯିବ।