କେମିତି ପାଣି ଟାଙ୍କି କରିବେ ସଫା ? ଆସନ୍ତୁ ଜାଣିବା ସହଜ ଉପାୟ
Advertisement
Article Detail0/zeeodisha/odisha1914671

କେମିତି ପାଣି ଟାଙ୍କି କରିବେ ସଫା ? ଆସନ୍ତୁ ଜାଣିବା ସହଜ ଉପାୟ

ଛାତରେ ପାଣି ଟାଙ୍କି ବହୁତ ଦିନ ପର୍ଯ୍ୟନ୍ତ ସଫା ନକରିବା ଫଳରେ ସେଥିରେ ଶିଉଳି ଲାଗିଯାଏ । ଯଦି ଆପଣଙ୍କ ଟାଙ୍କି ଶିଉଳି ଲାଗି ସବୁଜ ଦେଖାଯାଉଛି, ତାହେଲେ ତୁରନ୍ତ ଯାଆନ୍ତୁ ଏବଂ ତଳେ ଦିଆଯାଇଥିବା ଉପାୟରେ ଟାଙ୍କି ସଫା କରନ୍ତୁ ।  ନହେଲେ ଏହି ପାଣି ବ୍ୟବହାର କରିବା ଦ୍ବାରା ଏଲର୍ଜି କିମ୍ବା ଇନଫେକ୍ସନ ହୋଇପାରେ । ପାଣିକୁ ଷ୍ଟୋର କରିବା ପାଇଁ ବର୍ତ୍ତମ

SOCIAL MEDIA

ଛାତରେ ପାଣି ଟାଙ୍କି ବହୁତ ଦିନ ପର୍ଯ୍ୟନ୍ତ ସଫା ନକରିବା ଫଳରେ ସେଥିରେ ଶିଉଳି ଲାଗିଯାଏ । ଯଦି ଆପଣଙ୍କ ଟାଙ୍କି ଶିଉଳି ଲାଗି ସବୁଜ ଦେଖାଯାଉଛି, ତାହେଲେ ତୁରନ୍ତ ଯାଆନ୍ତୁ ଏବଂ ତଳେ ଦିଆଯାଇଥିବା ଉପାୟରେ ଟାଙ୍କି ସଫା କରନ୍ତୁ ।  ନହେଲେ ଏହି ପାଣି ବ୍ୟବହାର କରିବା ଦ୍ବାରା ଏଲର୍ଜି କିମ୍ବା ଇନଫେକ୍ସନ ହୋଇପାରେ ।

ପାଣିକୁ ଷ୍ଟୋର କରିବା ପାଇଁ ବର୍ତ୍ତମାନ ସମସ୍ତେ ନିଜ ଘରେ ପାଣି ଟାଙ୍କିର ବ୍ୟବହାର କରୁଛନ୍ତି । ଫଳରେ ଅନେକ ଗୁଡ଼ିଏ କାମ ସହଜ ହୋଇଥାଏ । କିନ୍ତୁ ପାଣି ଟାଙ୍କି ସଫା କରିବା କାଠିକର ପାଠ ହୋଇପଡ଼େ । କାରଣ ଏହା ନିର୍ଦ୍ଦିଷ୍ଟ ସ୍ଥାନରୁ ଉଠେ ନାହିଁ । ଫଳରେ ଅନେକ ଦିନ ପର୍ଯ୍ୟନ୍ତ ଏହା ସଫା ହୋଇପାରେନା । ତେଣୁ ଆମେ ଏମିତି କିଛି ଉପାୟ କହିବୁ ଯେଉଁଥିରେ ଆପଣ ସହଜରେ ଟାଙ୍କି ସଫା କରିପାରିବେ ।

ସମୟ ଦେଖି ଟାଙ୍କିର ସମସ୍ତ ପାଣି ବ୍ୟବହାର କରି ସାରି ଦିଅନ୍ତୁ । ଏବେ ବେକିଙ୍ଗ୍ ପାଉଡ଼ର ଓ ଭିନ୍ନେଗାର ଓ ପାଣିକୁ ମିଶାଇ ପେଷ୍ଟ ତିଆରି କରନ୍ତୁ । ତାପରେ ଏହାକୁ ଟାଙ୍କିରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଗୋଟିଏ ଘଣ୍ଟା ରଖିବା ପରେ ଏହାକୁ ବ୍ରସରେ ସଫା କରି ନିଅନ୍ତୁ ।

ଏହାଛଡ଼ା ବାସନ ବଜା ସାବୁନ,ଲୁଣ ଏବଂ ପାଣିରେ ମଧ୍ୟ ଏକ ପେଷ୍ଯ ତିଆରି କରି ଟାଙ୍କିରେ ଲଗାଇ ପାରିବେ । ଏବଂ ୧୫ମିନିଟ୍ ପରେ ଟାଙ୍କିକୁ ଘସି ସଫା କରି ଦିଅନ୍ତୁ । ତାପରେ ହାଲକା ଗରମ ପାଣିରେ ପୁରେ ଟାଙ୍କିକୁ ଧୋଇ ଦିଅନ୍ତୁ ।

ଟାଙ୍କି ସଫା କରିବା ସମୟରେ ଏ ଦିଗ ପ୍ରତି ସବୁ ଧ୍ୟାନ ଦିଅନ୍ତୁ ।

  • ଛୋଟ ପିଲାଙ୍କ ଦ୍ବାରା ଟାଙ୍କି ସଫା କରନ୍ତୁ
  • କେବେହେଲେ ଚପଲ ପିନ୍ଧି ଟାଙ୍କି ଭିତରକୁ ଯାଆନ୍ତୁ ନାହିଁ
  • ପାଦରେ ପ୍ଲାଷ୍ଟିକ ବାନ୍ଧି ଟାଙ୍କରେ ପସନ୍ତୁ
  • ହାତରେ ଗ୍ଲୋଭସ ପିନ୍ଧନ୍ତୁ
  • ଟାଙ୍କି ସଫା କରିବା ପାଇଁ ବାଉଁଶରେ କପଡ଼ା ବାନ୍ଧି କିମ୍ବା ପ୍ରସ ବାନ୍ଧି ସଫା କରନ୍ତୁ
  • ସଫା କରିଥିବା ଟାଙ୍କିର ପାଣିକୁ ବ୍ୟବହାର କରନ୍ତୁ ନାହିଁ