Egypt: ପିରାମିଡ୍ ରେ Mummy ଗୁଡ଼ିକୁ ସୁରକ୍ଷିତ ରଖେ କେଉଁ କେମିକାଲ୍ସ ?
Advertisement
Article Detail0/zeeodisha/odisha1559017

Egypt: ପିରାମିଡ୍ ରେ Mummy ଗୁଡ଼ିକୁ ସୁରକ୍ଷିତ ରଖେ କେଉଁ କେମିକାଲ୍ସ ?

Egypt: ‘ମମି’କଥା ମନେ ପଡ଼ିଲେ ଆମ ମାନଙ୍କ ମନକୁ ଆସିଥାଏ ମିଶର୍ ଦେଶ ବା ଆଜିର ଇଜିପ୍ଟ କଥା । ମମି ହେଉଛି ରାଜା, ମହାରାଜା ଓ ସମ୍ଭ୍ରାନ୍ତ ଲୋକଙ୍କ ମୃତଦେହ । ମିଶରରେ ବୃହତାକାୟ ପିରାମିଡ୍ ଭିତରେ ବିଭିନ୍ନ ରାଜା ଓ ସମ୍ଭ୍ରାନ୍ତ ମରଶରୀରକୁ ମମି ଆକାରରେ କବର ଦେବାର ପରମ୍ପରା ଅତି ପ୍ରାଚୀନ। ମୃତ ରାଜା, ମହାରାଜା ଓ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ମର ଶରୀରକୁ ଏକ କେମିକାଲ ଦେଇ କଫିନରେ ସୁନା ରୂପ ଆଦି ମୂଲ୍ୟବାନ ଦ୍ରବ୍ୟ ସହିତ ବନ୍ଦ କରିଦିଆଯାଏ । ଏଭଳି ମୃତଦେହ ରହିଥିବା କଫିନକୁ ‘ମମି’ କୁହାଯାଏ ଏବଂ ତ୍ରିଭୁଜାକାରରେ ନିର୍ମିତ ବିରାଟକାୟ ସୌଧ ପିରାମିଡରେ ଏହାକୁ ରଖାଯାଏ ।

ସୌଜନ୍ୟ- ସୋସିଆଲ ମିଡିଆ

Egypt: ‘ମମି’କଥା ମନେ ପଡ଼ିଲେ ଆମ ମାନଙ୍କ ମନକୁ ଆସିଥାଏ ମିଶର୍ ଦେଶ ବା  ଆଜିର ଇଜିପ୍ଟ କଥା । ମମି ହେଉଛି ରାଜା, ମହାରାଜା ଓ ସମ୍ଭ୍ରାନ୍ତ ଲୋକଙ୍କ ମୃତଦେହ । ମିଶରରେ ବୃହତାକାୟ ପିରାମିଡ୍ ଭିତରେ ବିଭିନ୍ନ ରାଜା ଓ ସମ୍ଭ୍ରାନ୍ତ ମରଶରୀରକୁ ମମି ଆକାରରେ କବର ଦେବାର ପରମ୍ପରା ଅତି ପ୍ରାଚୀନ।   ମୃତ ରାଜା, ମହାରାଜା ଓ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ମର ଶରୀରକୁ ଏକ କେମିକାଲ ଦେଇ କଫିନରେ ସୁନା ରୂପ ଆଦି ମୂଲ୍ୟବାନ ଦ୍ରବ୍ୟ ସହିତ ବନ୍ଦ କରିଦିଆଯାଏ । ଏଭଳି ମୃତଦେହ ରହିଥିବା କଫିନକୁ ‘ମମି’ କୁହାଯାଏ ଏବଂ ତ୍ରିଭୁଜାକାରରେ ନିର୍ମିତ ବିରାଟକାୟ ସୌଧ ପିରାମିଡରେ ଏହାକୁ ରଖାଯାଏ । ଆସନ୍ତୁ ଜାଣିବା  ‘ମମି’ରେ କେଉଁ କେମିକାଲ୍ସ ଲେପନ କରାଯାଏ। ଯେଉଁଥି ପାଉଁ ଏହା ଦିର୍ଘ ସ୍ଥାୟୀ ହୋଇ ରହିଥାଏ । 

ମୃତ ଶରୀରକୁ ସଂରକ୍ଷିତ ରଖିବା ପାଇଁ ଇଜିପ୍ଟରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ବିଷୟରେ ବୌଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ରିପୋର୍ଟ ଅନୁଯାୟୀ,୨୫୦୦ ବର୍ଷ ପୁରୁଣା ମମିଫିକେସନ୍ ଲ୍ୟାବ(mummification lab) ରୁ ଜର୍ମାନୀର ଟୁବିଙ୍ଗେନ୍ ଏବଂ ମ୍ୟୁନିଚ୍ ବିଶ୍ୱବିଦ୍ୟାଳୟର(Germany's Tübingen and Munich University) ଏକ ରିସର୍ଚ୍ଚ ଟିମ୍ ଆବିଷ୍କାର କରିଛନ୍ତି ଯେ, ପ୍ରାଚୀନ ଇଜିପ୍ଟରେ ଲୋକମାନେ କିପରି ମୃତ ଦେହକୁ ସଂରକ୍ଷଣ କରି ରଖୁଥିଲେ । ୨୦୧୬ ମସିହାରେ,ମିଶରର ରାଜଧାନୀ କାଇରୋ,ସାକ୍କାରା ନେକ୍ରୋପଲିସରେ ୪୨ ଫୁଟ ଗଭୀର କୂଅରୁ ୩୧ ଟି ପୁରୁଣା ବାସନ ମିଳିଥିଲା ​​। ଏହି ବାସନ ଗୁଡିକ ଖ୍ରୀଷ୍ଟପୂର୍ବ ୬୬୪-୫୨୫ ର ଅଟେ। ଏହି ବାସନ ଗୁଡିକରୁ ସେହି ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର ହୋଇଥିଲା।

ଏହାବି ପଢନ୍ତୁ : Shocking News: ଅସାଧାରଣ ଛେଳି ଛୁଆ ଜନ୍ମ, ମୁଣ୍ତ ନାହିଁ ବେକ ଉପରେ ରହିଛି କାନ

ଏହାବି ପଢନ୍ତୁ : Shocking News: ଅଜବ ପରମ୍ପରା, ଘରେ କାହାର ମୃତ୍ୟୁ ହେଲେ ଏଠାରେ କଟାଯାଏ ମହିଳାଙ୍କ ଆଙ୍ଗୁଳି

ମୃତଦେହ ଗୁଡିକୁ କାହିଁକି ‘ମମି’ କରାଯାଏ ?
ପ୍ରାଚୀନ ଇଜିପ୍ଟରେ ମୃତଦେହ ଗୁଡିକୁ  ସଂରକ୍ଷିତ ରଖିବାର ପରମ୍ପରା ଥିଲା । ଖାସ କରି ପରିବାର ସଦସ୍ୟ ଭିତରେ କିଏ ମରିଗଲେ ପରିବାର ସଦସ୍ୟ ସେହି ମୃତଦେହକୁ ଏକ ଲେପ ଦେଇ ଦିର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖୁଥିଲେ। ଏହି ପ୍ରକ୍ରିୟାକୁ ମମିକରଣ କୁହାଯାଏ । ସେତେବେଳେ, ଲୋକମାନେ ବିଶ୍ୱାସ କରୁଥିଲେ ଯେ ,ଯଦି ମୃତ ଶରୀରକୁ ଲେପ ଦିଆଯାଇ ସୁରକ୍ଷିତ ରଖାଯାଏ । ସେ ପୁନଃ ଜନ୍ମ ପାଆନ୍ତି।  ଏକ ପ୍ରାକୃତିକ ଲେପ ଦେଇ ମୃତଦେହ ଗୁଡିକୁ ଏକ କଫିନରେ ପିରାମିଡରେ ରଖୁଥିଲେ। ମିଶରବାସୀ ଏହା ବିଶ୍ବାସ କରୁଥିଲେ ଯେ, ମୃତବ୍ୟକ୍ତି କଫିନରୁ ପ୍ରଜାପତି ଭଳି ଉଡି ନୂଆ ଜୀବନ ଆରମ୍ଭ କରିବ । 

ଏହି ରାସାୟନିକ ପଦାର୍ଥଗୁଡ଼ିକ କ’ଣ?
ଅନୁସନ୍ଧାନକାରୀମାନେ ବହୁ ବର୍ଷ ଧରି ଏହି ବାସନଗୁଡିକ ଉପରେ ରିସର୍ଚ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ, ଅନେକ ବାସନକୁସନ ମଧ୍ୟରେ ଏକ ଲେୟର ଅଛି , ଯାହା ଭିନ୍ନ । ଅଠା ଭଳି ଗଛରୁ ଏହି ବାସନ ତିଆରି ହୋଇଥିଲା । ଏହା ବ୍ୟତୀତ କେମିକାଲେରେ ଏକ ଏରସ ତେଲ ମଧ୍ୟ ବ୍ୟବହାର କରାଯାଇଛି।

ଅଧ୍ୟୟନର ମୁଖ୍ୟ ଲେଖକ ମ୍ୟାକ୍ସାଇମ୍ ରେଜୋଟଙ୍କ ଅନୁଯାୟୀ,ମୃତ ଶରୀରକୁ ମମି କରିବା ପାଇଁ ବ୍ୟବହୃତ ହେଉଥିବା ପଦାର୍ଥରେ ଆଣ୍ଟିଫଙ୍ଗାଲ୍, ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥିଲା ​​ଯାହା ମାନବ ଟିସୁ ସଂରକ୍ଷଣ ତଥା ଦୁର୍ଗନ୍ଧ ହ୍ରାସ କରିବାରେ ସହାୟକ ହୋଇଥିଲା। ସେ କହିଛନ୍ତି ଯେ,ମିଳିଥିବା ବାସନ ଗୁଡିକ ଉପରେ ମଧ୍ୟ ଏପରି କିଛି ଲେପ ରହିଛି।  ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ମିଳିଥିବା  ପୁରୁଣା ପାତ୍ରରେ ଲେଖାଯାଇଥିବା 'ଆଣ୍ଟି' ଶବ୍ଦର ଅର୍ଥ ବିଭିନ୍ନ ରାସାୟନିକ ପଦାର୍ଥର ମିଶ୍ରଣ ହୋଇପାରେ। ସାକ୍କାରାରେ ମିଳୁଥିବା ଆଣ୍ଟିୟୁ ନାମକ ହାଣ୍ଡି ଏରସ ତେଲ, ଜୁନିପର କିମ୍ବା ସାଇପ୍ରସ ତେଲ ଏବଂ ପଶୁ ଚର୍ବିର ମିଶ୍ରଣ ବୋଲି କହିଛନ୍ତି ଏହି ଟିମ୍ । 

ମମି ପ୍ରସ୍ତତି ପାଇଁ ୭୦ ଦିନ ଲାଗିଥିଲା ଏହି ରିସର୍ଚ୍ଚ ଟିମକୁ :
ଅନୁସନ୍ଧାନକାରୀମାନେ  ରିସର୍ଚ୍ଚ ସମୟରେ ମମି ପ୍ରସ୍ତୁତି ମଧ୍ୟ କରିଥିଲେ। ଯେଉଁଥିପାଇଁ ସେମାନଙ୍କୁ ୭୦ ଦିନ ସମୟ ଲାଗିଥିଲା।   ସେମାନେ ମୃତଦେହକୁ ପ୍ରଥମେ ନାଟ୍ରନ୍ ଲୁଣରେ ମିଶାଇ ଶୁଖାଇ ଦେଇଥିଲେ,ତା’ପରେ ଏହାର ଭିତର ଅଂଶ ବାହାର କରିଥିଲେ।  ତା’ପରେ ଫୁସଫୁସ, ଯକୃତ, ଅନ୍ତନଳୀ ଏବଂ ମୃତ ଶରୀରର ମସ୍ତିଷ୍କ ମଧ୍ୟ ଅଲଗା କରିଥିଲେ। ଏହା ପରେ ପୁରୋହିତଙ୍କ ଉପସ୍ଥିତିରେ ମୃତ ଶରୀରକୁ ଧୋଇ ସେହି ରାସାୟନିକ ପଦାର୍ଥ ପ୍ରୟୋଗ ମଧ୍ୟ କରିଥିଲେ। ତଥାପି, ଅନୁସନ୍ଧାନକାରୀମାନେ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ନୁହଁନ୍ତି ଯେ ପ୍ରାଚୀନ ଇଜିପ୍ଟରେ ମଧ୍ୟ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଥିଲା କି ନାହିଁ।