Road Accident: ଓଲଟିଲା ବରଯାତ୍ରୀ ବସ୍, ଘଟଣାସ୍ଥଳରେ ୫ ମୃତ ଏକାଧିକ ଆହତ
Advertisement

Road Accident: ଓଲଟିଲା ବରଯାତ୍ରୀ ବସ୍, ଘଟଣାସ୍ଥଳରେ ୫ ମୃତ ଏକାଧିକ ଆହତ

Road Accident News In Odia: ଓଲଟିଲା ବରଯାତ୍ରୀ ବସ୍ । ଏଥିରେ ୫ ଜଣ ଲୋକଙ୍କ (five killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏ-ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ, ବସରେ ୬୦ ବରଯାତ୍ରୀ ଥିବା ଜଣାପଡିଛି । ତେବେ, ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଜିଲ୍ଲା ଏସପି ଡକ୍ଟର ଇରାଜ ରାଜ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।  ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident News In Odia:  ମର୍ମନ୍ତୁଦ ସଡକ ଦୁର୍ଘଟଣା (Road Accident) । ଓଲଟିଲା ବରଯାତ୍ରୀ ବସ୍ । ବାହାଘର ସାରି ଖୁସିରେ ନିଜ ଘରକୁ ଫେରୁଥିଲେ ବରଯାତ୍ରୀ । କିନ୍ତୁ ଜାଣି ନଥିଲେ ରାସ୍ତାରେ ଛକି ବସିଛି ଯମ ।  ବରଯାତ୍ରୀ ବସ୍ ଓଲଟିବାରୁ ଘଟଣାସ୍ଥଳରେ ୫ ଜଣ ଲୋକଙ୍କ (five killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିବ ବୋଲି ଆଶଙ୍କା କରାଯାଉଛି।  ଶନିବାର ବିଳମ୍ବିତ ରାତି ସମୟରେ ଏହି ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶ ଭିଣ୍ତ ଜିଲ୍ଲାର (Bhind District)ମୋହୋଇ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକ ମାନେ ହେଲେ  ରାମବରନର କୁଲୁ, ବିକାଶ , ରଘୁନନ୍ଦନ୍, କୁଲଦୀପ, ସିରୋମଣୀ।  ତେବେ, ବସରେ ୬୦ ବରଯାତ୍ରୀ ଥିବା ଜଣାପଡିଛି । ଏ-ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁସାରେ, ଶନିବାର ଦିନ ରନ୍ଦେରୀ ଥାନା ଅଞ୍ଚଳର ମାଡେଲା ଗାଁର ବାସିନ୍ଦା ମାଲୁ ପାଲଙ୍କ ଦୁଇ ପୁଅ ପପୁ ଏବଂ ସୁନୀଲଙ୍କ ବିବାହ ଉତ୍ସବ(wedding) ଥିଲା । ଏ-ନେଇ ମାଲୁ ନିଜ ନିକଟ ସମ୍ପର୍କୀୟଙ୍କୁ ନିଜ ପୁଅ ବିବାହ କାର୍ଯ୍ୟରେ ସେମାନଙ୍କୁ ସାମିଲ ହେବା ପାଇଁ ଡାକିଥିଲେ। ବିବାହରେ ପହଞ୍ଚି ବରଯାତ୍ରୀରେ ସାମିଲ ହୋଇଥିଲେ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ । ଏବଂ ବିବାହ ଭୋଜି ଖାଇ ଏକ ବସ୍ ଯୋଗେ ସମସ୍ତ ନିଜ ଘରକୁ ବିଳମ୍ବିତ ରାତିରେ ଫେରୁଥିଲେ। କିନ୍ତୁ ସେମାନେ ଜାଣି ନଥିଲେ। ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ସହ ଏତେ ବଡ ଦୁର୍ଘଟଣା ଘଟିବ । ବସଟି ବିଳମ୍ବିତ ରାତିରେ ବରଯାତ୍ରୀଙ୍କୁ ନେଇ ମାଡେଲା ଗାଁରୁ ଭିଣ୍ତ ଜିଲ୍ଲା (Bhind  District) ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ  ବସଟି ମୋହୋଇ ଗାଁ ନିକଟରେ ପହଞ୍ଚିଲା ବେଳେକୁ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ -ବରଯାତ୍ରୀ ବସକୁ ଧକ୍କା ଦେଇଥିଲା । ଫଳରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ବସଟି ରାସ୍ତା କଡକୁ ଖସି ପଡିଥିଲା। ଘଟଣାସ୍ଥଳରେ ବସ୍ ଡ୍ରାଇଭର , କଣ୍ତକ୍ଟରଙ୍କ ସମତେ ତିନି ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା(five killed) । 

Also Read: Berhampur Crime News: ବସ୍ ହକରଙ୍କୁ ଗୋଡ଼ାଇ ଗୋଡା଼ଇ ହାଣିଲେ ଦୁର୍ବୃତ୍ତ, କାରଣ ଜାଣିଲେ ଟାଙ୍କୁରି ଉଠିବ ଲୋମ

Also Read: Sunday Upay: ରବିବାର କରନ୍ତୁ ବାସ୍ ଏହି ୫ଟି କାମ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ

ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ପୋଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ  ଭର୍ତ୍ତି କରିଛନ୍ତି । ଆହତଙ୍କ ମଧ୍ୟରୁ କିଛି ବରଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି। ତେବେ, ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଜିଲ୍ଲା ଏସପି ଡକ୍ଟର ଇରାଜ ରାଜ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ଘଟଣା କିପରି ଘଟିଲା ତାହାର ଅନୁସନ୍ଧାନ କରାଯାଉଛି। ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସେହିପରି ଆଜି ଉତ୍ତରପ୍ରଦେଶର ଜାଲୌନ ଜିଲ୍ଲାର ମାଧେଗଡ ଥାନା ଅନ୍ତର୍ଗତ ଗୋପାଳପୁରା ପାଖରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଅଜଣା ଗାଡି ଧକ୍କା ଦେବା ପରେ ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସର ସୂଚନାନୁସାରେ, ବସରେ ସମୁଦାୟ ୪୦ ଏବଂ ଜଣ ଲୋକ ଥିଲେ।  ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି।