Cold,Cough treatment in winter: ଋତୁ ପରିବର୍ତ୍ତନ ସହ ଥଣ୍ଡା କାଶ ହେଉଛି କି ? ଆପଣାନ୍ତୁ ଘରୋଇ ଉପଚାର
Advertisement

Cold,Cough treatment in winter: ଋତୁ ପରିବର୍ତ୍ତନ ସହ ଥଣ୍ଡା କାଶ ହେଉଛି କି ? ଆପଣାନ୍ତୁ ଘରୋଇ ଉପଚାର

ସାରା ଦେଶରେ ବର୍ତ୍ତମାନ ତାପମାତ୍ରା କମି ଚାଲିଛି । ଶୀତ ଆରମ୍ଭ ହୋଇଗଲାଣି କିଛି ସ୍ଥାନରେ ଥଣ୍ଡା ମଧ୍ୟ ଅନୁଭବ ହେଉଛି । ଆଉ ଏହି ସମୟରେ ଋତୁ ପରିବର୍ତ୍ତନ ହେଉଥିବାରୁ ଅଧିକାଂଶ ଲୋକ ଥଣ୍ଡା କାଶରେ ଆକ୍ରାନ୍ତ ହୁଅନ୍ତି । ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରତ୍ୟେକ ଲୋକ ଏହି ସମୟରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ

SOCIAL MEDIA

Cold,Cough treatment in winter: ସାରା ଦେଶରେ ବର୍ତ୍ତମାନ ତାପମାତ୍ରା କମି ଚାଲିଛି । ଶୀତ ଆରମ୍ଭ ହୋଇଗଲାଣି କିଛି ସ୍ଥାନରେ ଥଣ୍ଡା ମଧ୍ୟ ଅନୁଭବ ହେଉଛି । ଆଉ ଏହି ସମୟରେ ଋତୁ ପରିବର୍ତ୍ତନ ହେଉଥିବାରୁ ଅଧିକାଂଶ ଲୋକ ଥଣ୍ଡା କାଶରେ ଆକ୍ରାନ୍ତ ହୁଅନ୍ତି । ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରତ୍ୟେକ ଲୋକ ଏହି ସମୟରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଦିନରେ ଗରମ ଏବଂ ସକାଳ ସଂଧ୍ୟାରେ ଥଣ୍ଡା ହେବା କାରଣରୁ ଜ୍ବର, ଥଣ୍ଡା, ଛିଙ୍କ, ଗଳାରେ ଦରଜ ହେବା ଭଳି ସମସ୍ୟା ଦେଖାଦେଇଥାଏ ।

ପବନର ଶୁଷ୍କ ଏବଂ ଥଣ୍ଡା କାରଣରୁ ଗଳାରେ ସମସ୍ୟା ହୁଏ  । ଏହାଛଡ଼ା ଏହି ସମୟରେ ଇନଫ୍ଲୁଏନଜା ଭଳି ଭାଇରସ କାରଣରୁ ସଂକ୍ରମଣ ହେବାର ଭୟ ଥାଏ । ତେଣୁ ଗଳାରେ ସମସ୍ୟା ଦେଖା ଦିଏ । କିନ୍ତୁ ଏଥିପାଇଁ ଔଷଧ ନେବାର ମଧ୍ୟ ଆବଶ୍ୟକତା ନାହିଁ । ଘରୋଇ ଉପଚାର ଦ୍ବାରା ମଧ୍ୟ ଠିକ୍ ହୋଇ ପାରିବ ।

ଗଳା ପାଇଁ ମହୁ ଲାଭ ଦାୟକ

ମହୁରେ ଏମିତି କିଛି ଔଷଧୀୟ ଗୁଣ ରହିଛି ଯାହା ଗଳା ଦରଜ ଏବଂ କାଶ ପାଇଁ ଲାଭଦାୟକ ହୋଇଥାଏ । ଆୟୁର୍ବେଦରେ ଘରୋଇ ଉପଚାର ପାଇଁ କାହିଁ କେଉଁ କାଳରୁ ମହୁର ବ୍ୟବହାର ହୋଇ ଆସୁଛି । ଆୟୁର୍ବେଦ ସହ ମେଡ଼ିକାଲ ସାଇନ୍ସ ମଧ୍ୟ ଏକଥାକୁ ସ୍ବିକାର କରେ । ମହୁରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଇନଫ୍ଲୋମେଟୋରି ଗୁଣ ଏସବୁ ସମସ୍ୟାକୁ ଦୂର କରିଥାଏ ।

ଲୁଣ ପାଣି ଗାର୍ଗିଲିଂ କରିବା

ଉଷୁମ ପାଣିରେ ଅଳ୍ପ ଲୁଣ ପକାଇ ଗାର୍ଗିଲିଂ କରିବା ଦ୍ବାରା କାଶ ଏବଂ ଗଳା ଦରଜ ହୋଇଥାଏ । ଲୁଣ ପାଣି ଗଳାରେ ଥିବା ବ୍ୟାକ୍ଟେରିଆକୁ ମାରିବାରେ ସାହାଯ୍ୟ କରେ । ଆମେରିକୀୟ ବିଶେଷଜ୍ଞଙ୍କ ମତ ଅନୁସାରେ କାଶ ହେବା ସମୟରେ ଦିନରେ ଦୁଇରୁ ତିନି ଥର ଗାର୍ଗିଲିଂ କରିବା ଦ୍ବାରା କାଶ କମ୍ ହୋଇଥାଏ ।

ଅଦା ଚା

ସାମାନ୍ୟ ସର୍ଦ୍ଦି-କାଶ, ଫ୍ଲୁ ସଂକ୍ରମଣ କାରଣରୁ ମୁଣ୍ଡ ବିନ୍ଧା, ଗଳା ଦରଜ ଭଳି ସମସ୍ୟା ଥିଲେ ଅଦା ଯୁକ୍ତ ଚା ପିଇବା ଦ୍ବାରା ଆରାମ ମିଳେ । ପ୍ରୟୋଗଶାଳା ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଦା ରସ ଶ୍ବାସ ସମ୍ବନ୍ଧୀୟ କିଛି ବ୍ୟାକ୍ଟେରିଆ ଭାଇରସକୁ ମାରିଥାଏ । ଖାଲି ଏତିକି ନୁହେଁ ଟିବିରେ ବା ଯକ୍ଷ୍ମା ରୋଗରେ ପିଡ଼ୀତ ଥିବା ବ୍ୟକ୍ତିଙ୍କର ଯଦି ଗଳା ଫୁଲେ ତାହା ଅଦା ଯୁକ୍ତ ଚା ପିଇବା ଦ୍ବାରା ମଧ୍ୟ କିଛି ମାତ୍ରାରେ ଲାଭ ମିଳେ ।

ଡ଼ାଲଚିନି

ଡ଼ାଲଚିନିରେ ଆଣ୍ଟିଅକ୍ସିଡ଼େଣ୍ଟ ଗୁଣ ଥିବା କାରଣରୁ ଏହା ଅନେକ ରୋଗର ରାମବାଣ ଅଟେ । ଏଥିରେ ଜୀବାଣୁରୋଧୀ ଗୁଣ ରହିଛି ଯାହା ସଂକ୍ରମଣ ବା ଅଧିକନ୍ତୁ ଗଳାର ସଂକ୍ରମଣ ଭଳି ସମସ୍ୟା ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଗଳାରେ ସମସ୍ୟା, ଫ୍ଲୁ, ଏବଂ ଥଣ୍ଡା ପାଇଁ ଡ଼ାଲଚିନିକୁ ପାରମ୍ପରିକ ଔଷଧ ଭାବେ ଗ୍ରହଣ କରାଯାଏ । ଏଥିରେ ପ୍ରସ୍ତୁତ ଚା ପିଇବା ଦ୍ବାରା ଅନେକ ଫାଇଦା ମିଳେ ।