ଗର୍ଜିଲେ ଶାହା, ଜୁନ୍ ୪ତାରିଖ ପରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ
Advertisement
Article Detail0/zeeodisha/odisha2267564

ଗର୍ଜିଲେ ଶାହା, ଜୁନ୍ ୪ତାରିଖ ପରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ

Amit Shah: ଆମେ ବିଜେପି ବାଲା ପାକିସ୍ତାନ ବୋମାକୁ ଖାତିର କରୁନା। ପିଓକେ ଭାରତର, ଆମେ ତାକୁ ଅକ୍ତିଆର କରିବୁ। ମୋଦି ସରକାର ଚାଉଳ ସରକାର, ନବୀନ ଅଖା ସରକାର। ମୋଦି ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ ବୋଲି ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି ଶାହା।

 

ଗର୍ଜିଲେ ଶାହା, ଜୁନ୍ ୪ତାରିଖ ପରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ

Amit Shah: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚାନ୍ଦବାଲିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ସେ କହିଛନ୍ତି, ନବୀନ ବାବୁଙ୍କର ବୟସ ହୋଇଗଲାଣି। ଏଥର ଓଡ଼ିଶା ଦେଖିବ ଯୁବ ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ସହ୍ୟ କରିଗଲେ, କିନ୍ତୁ ତାଙ୍କ ତାମିଲ ବାବୁଙ୍କୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି। ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ। ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, ଏଠି ପ୍ରଚୁର ପାଣି ବି ରହିଛି। କିନ୍ତୁ ଓଡ଼ିଶା ଏବେ ବି ଗରିବ। ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଶାର ଗରିବୀ ପାଇଁ ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦାୟୀ। ଓଡ଼ିଶାରେ ବିଜେପି ସରକାର ଆସିଲେ ୪ ମାସ ଭିତରେ ଭଦ୍ରକରେ ମେଡିକାଲ୍ କଲେଜ୍ ହେବ ଓ ୬ ମାସରେ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ।

ଶାହା ଆହୁରି କହିଛନ୍ତି ଯେ, ବିଜେପିକୁ ଭୋଟ୍ ଦିଅନ୍ତୁ ଓ ଓଡ଼ିଶାକୁ ସମୃଦ୍ଧ କରନ୍ତୁ। ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆରେ ଲେଖି ପାରୁଥିବା ଓ ଓଡ଼ିଆ ପଢ଼ିପାରୁଥିବା ଜଣେ ମୁଖ୍ୟମନ୍ତ୍ରୀ ମିଳିବ। ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ୱାଭିମାନର ନିର୍ବାଚନ। ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ। ୭୫ରୁ ଅଧିକ ସିଟ୍ ଜିତି ଡବଲ ଇଂଜିନ ସରକାର କରିବ ବିଜେପି। ୪ ଜୁନରେ ନିର୍ବାଚନର ଫଳ ଆସିବ, ନବୀନ ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବନିଯିବେ। 

ଆହୁରି କହିଛନ୍ତି ଯେ, ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୭୫ରୁ ଅଧିକ ଆସନ ହାସଲ କରି ବିଜେପି। ରାଜ୍ୟରେ ପରବର୍ତ୍ତୀ ସରକାର ଗଠନକୁ ନେଇ ଆତ୍ମବିଶ୍ୱାସ ପ୍ରକାଶ କରି ନବୀନ ପଟ୍ଟନାୟକ ଜୁନ୍ ୪ପରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୭ ଟି ଜିତିବାକୁ ଯାଉଛି। ଆମେ ବିଜେପି ବାଲା ପାକିସ୍ତାନ ବୋମାକୁ ଖାତିର କରୁନା। ପିଓକେ ଭାରତର, ଆମେ ତାକୁ ଅକ୍ତିଆର କରିବୁ। ମୋଦି ସରକାର ଚାଉଳ ସରକାର, ନବୀନ ଅଖା ସରକାର। ମୋଦି ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ ବୋଲି ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି ଶାହା।

ଆହୁରି ପ୍ରଶ୍ନ କରିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ସମ୍ମାନ ସହ ଖେଳକୁ ବରଦାସ୍ତ କରିବା ଉଚିତ କି? ନବୀନ ବାବୁଙ୍କୁ ପଚାରୁଛି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା। ଡୁପ୍ଲିକେଟ୍ ଚାବି ହୋଇଛି କି ନାହିଁ ନବୀନ ବାବୁଙ୍କୁ ପଚାରୁଛି। ଯାଞ୍ଚ ରିପୋର୍ଟ କାହିଁକି ଚାପିଛନ୍ତି, ବିଜେଡି କାହାକୁ ବଞ୍ଚାଇବାକୁ ଚାହୁଁଛି? ବିଜେପି ସରକାର ଆସିଲେ ମାସକରେ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ। ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି, କିନ୍ତୁ ନବୀନ ବାବୁଙ୍କ ବାବୁଭାୟା ୭ ଲକ୍ଷ କୋଟି ଖାଇଗଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଉଛନ୍ତି, କିନ୍ତୁ ଏଠିକାର ସରକାର ତା ନାଁ ବଦଳାଇ ବିଜୁ ଆବାସ କରୁଛନ୍ତି। ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଇବୁ  ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦମ୍ଭୋକ୍ତି କରିଛନ୍ତି।