Gyanvapi : ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଜ୍ଞାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା
Advertisement
Article Detail0/zeeodisha/odisha2128787

Gyanvapi : ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଜ୍ଞାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା

Gyanvapi: ଜ୍ଞାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା। ଆଲ୍ଲହାବାଦ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହାକୁ ସ୍ପଷ୍ଟ କରିଛନ୍ତି। ଏହାଦ୍ୱାରା ବାରଣାସୀ  ଜିଲ୍ଲା କୋର୍ଟ ଦେଇଥିବା ରୟ କାଏମ ରହିଛି। ଉତ୍ତର ପ୍ରଦେଶ ଗ୍ୟାନବାପୀ ତେହଖାନାରେ ହିନ୍ଦୁ ପୂଜାର୍ଚ୍ଚନା ଆଦେଶକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇନ୍ତଜାମିଆ ମସ୍‍ଜିଦ୍‍ କମିଟି ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା।

Gyanvapi : ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଜ୍ଞାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା

Gyanvapi: ଜ୍ଞାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା। ଆଲ୍ଲହାବାଦ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହାକୁ ସ୍ପଷ୍ଟ କରିଛନ୍ତି। ଏହାଦ୍ୱାରା ବାରଣାସୀ  ଜିଲ୍ଲା କୋର୍ଟ ଦେଇଥିବା ରୟ କାଏମ ରହିଛି। ଉତ୍ତର ପ୍ରଦେଶ ଜ୍ଞାନବାପୀ ତେହଖାନାରେ ହିନ୍ଦୁ ପୂଜାର୍ଚ୍ଚନା ଆଦେଶକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇନ୍ତଜାମିଆ ମସ୍‍ଜିଦ୍‍ କମିଟି ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ଆଜି କୋର୍ଟ ଏହାର ଶୁଣାଣି କରି  ମୁସଲ୍‍ମ ପକ୍ଷ ମାମଲାକୁ ଖାରଜ କରିଛନ୍ତି। ଜାନୁୟାରୀ ୩୧ ତାରିଖରେ ବ୍ୟସ ତେହଖାନାରେ ପୂଜାର୍ଚ୍ଚନା ଲାଗି ବାରଣାସୀ ହାଇକୋର୍ଟ ଆଦେଶ ଦେବା ପରେ ସେଠାରେ ହିନ୍ଦୁ ପୂଜାର୍ଚ୍ଚନା ଜାରି ରହିଛି। 

ମସ୍‍ଜିଦର ତଳେ ଥିବା ଚାରୋଟି ତେହଖାନା ମଧ୍ୟରୁ ବ୍ୟାସ ତେହଖାନା ଅନ୍ୟତମ। ବାରଣାସୀ ଜିଲ୍ଲା କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ବେଳେ ଶୈଳେନ୍ଦ୍ର ପାଠକ କୋର୍ଟଙ୍କ ଆଗରେ ନିଜର ପିତୃ ପୁରୁଷଙ୍କ ଦ୍ୱାରା ଏଠାରେ ପୂଜାର୍ଚ୍ଚନା ଜାରି ରହିଥିବା ପ୍ରମାଣିତ ହୋଇଥିଲା। ସେ କହିଥିଲେ ଡିସେମ୍ବର ୧୯୯୩ ମସିହା ଯାଏ ତାଙ୍କର ଅଜା ସୋମନାଥ ବ୍ୟାସ ଏଠାରେ ପୂଜାର୍ଚ୍ଚନା କରୁଥିଲେ। 
 

କୋର୍ଟ ତାଙ୍କ ଆବେଦନର ଶୁଣାଣି କରି ପୂଜାର୍ଚ୍ଚନା ପକ୍ଷରେ ରାୟ ଦେଇଥିଲେ। ମୁସ୍‍ଲିମ ସମ୍ପ୍ରଦାୟ ଜିଲ୍ଲା କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜକରି ହାଇକୋର୍ଟରେ ଆବେଦନ କରିଥିଲା। ଫେବୃୟାରୀ ୧୫ ତାରିଖରେ ଶୁଣାଣି ଶେଷ ହୋଇଥିଲା। ଆଜି ରାୟ ପ୍ରକାଶ ପାଇଛି। ବିଚାରପତି ରୋହିତ ରଞ୍ଜନ ଅଗ୍ରଓ୍ୱାଲ୍‍ ମାମଲାକୁ ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି।