UP Cabinet Decision: ଉର୍ଦ୍ଦୁ-ପାର୍ସୀ ଭାଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲେ ଉତ୍ତର ପ୍ରଦେଶ ସରକାର
Advertisement
Article Detail0/zeeodisha/odisha1997423

UP Cabinet Decision: ଉର୍ଦ୍ଦୁ-ପାର୍ସୀ ଭାଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲେ ଉତ୍ତର ପ୍ରଦେଶ ସରକାର

Stamp And Registration in Uttar Pradesh: ଜମିଜମା ପଞ୍ଜୀକରଣ ସମ୍ପର୍କିତ ୧୧୫ ବର୍ଷର ପୁରୁଣା ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। 

UP Cabinet Decision: ଉର୍ଦ୍ଦୁ-ପାର୍ସୀ ଭାଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲେ ଉତ୍ତର ପ୍ରଦେଶ ସରକାର

Uttar Pradesh Stamp and Registration Department: ରାଜ୍ୟରେ ଜମିଜମା ପଞ୍ଜୀକରଣ ସମ୍ପର୍କିତ ନିୟମ ଯାହା ବ୍ରିଟିଶ ଶାସନ କାଳରୁ ଚାଲିଆସୁଛି ତାହାକୁ ବଦଲାଇବାକୁ ଯାଉଛନ୍ତି ଉତ୍ତର ପ୍ରଦେଶ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର ୧୧୫ ବର୍ଷର ପୁରୁଣା ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପଞ୍ଜୀକରଣ ସମ୍ପର୍କିତ ଭାଷା ବର୍ତ୍ତମାନ ସହଜ ହେବାକୁ ଯାଉଛି। ଯେଉଁଥିରେ ବର୍ତ୍ତମାନ ଉର୍ଦ୍ଦୁ ଏବଂ ଆରବୀ ଭାଷାର ଶବ୍ଦ ବଦଳରେ ହିନ୍ଦୀ ଭାଷାର ସରଳ ଶବ୍ଦ ବ୍ୟବହାର କରାଯିବ। ଉତ୍ତର ପ୍ରଦେଶ ସରକାରଙ୍କୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ଷ୍ଟାମ୍ପ ଏବଂ ରେଜିଷ୍ଟ୍ରେସନ ବିଭାଗରେ 115 ବର୍ଷ ପୁରୁଣା ନିୟମକୁ ରଦ୍ଦ କରାଯିବ।

କ୍ୟାବିନେଟ୍ ରେ ଆଗତ ହେବ ପ୍ରସ୍ତାବ; ସହଜ ହେବ ପଞ୍ଜୀକରଣ 
ପଞ୍ଜୀକରଣରେ ପ୍ରକ୍ରିୟାରେ କଠିନ ଏବଂ ଜଟିଳ ଉର୍ଦ୍ଦୁ-ପାର୍ସୀ ଭାଷା ହିନ୍ଦୀର ସହଜ ଭାଷା ଦ୍ୱାରା ସ୍ଥାନିତ ହେବ। ଯାହା ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଠାରୁ ଆରମ୍ଭ ହେବ। ଏହା ଅଧିନରେ ସବ୍ ରେଜିଷ୍ଟ୍ରାର ପଦ ପାଇଁ ଉର୍ଦ୍ଦୁ-ପାର୍ସୀ ଭାଷାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଆବଶ୍ୟକତା ରଦ୍ଦ କରାଯିବ। ସମ୍ପୃକ୍ତ ପ୍ରସ୍ତାବ ଖୁବ ଶୀଘ୍ର କ୍ୟାବିନେଟ ଠାରେ ଉପସ୍ଥାପିତ ହେବ। ଷ୍ଟାମ୍ପ ଏବଂ ପଞ୍ଜୀକରଣ ବିଭାଗର କାର୍ଯ୍ୟ ବର୍ତ୍ତମାନ ସମୟରେ ମଧ୍ୟ ୧୯୦୮ ମସିହାର ପଞ୍ଜୀକରଣ ଅଧିନିୟମ ଅନୁଯାୟୀ ଜାରି ରହିଛି। ପରିସ୍ଥିତି ଏପରି ଯେ ଆଜି ମଧ୍ୟ ଜନସେବା ଆୟୋଗ ଦ୍ୱାରା ମନୋନୀତ ହେବା ପରେ ସବ୍ ରେଜିଷ୍ଟ୍ରାର ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କ ପାଇଁ ଉର୍ଦ୍ଦୁ ଟାଇପିଂ ପରୀକ୍ଷା ଦେବା ବାଧ୍ୟତାମୂଳକ ହୋଇ ରହିଛି। ଯେଉଁଥିରେ ଉର୍ଦ୍ଦୁ ଶବ୍ଦକୁ ସଠିକ୍ ଅନୁବାଦ ଏବଂ ସଠିକ ବ୍ୟାକରଣ ସହିତ ଲେଖିବା ଏବଂ ବ୍ୟାଖ୍ୟା କରିବାକୁ ହୋଇଥାଏ। ସବ୍ ରେଜିଷ୍ଟ୍ରାର ପରୀକ୍ଷା ଅବଧି ୨ ବର୍ଷ ହୋଇଥାଏ। ଉର୍ଦ୍ଦୁ ଟାଇପିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେଲେ ସବ୍ ରେଜିଷ୍ଟ୍ରାର ପଦରେ ରହୁଥିବା ଅଧିକାରୀଙ୍କ ଚାକିରି ସ୍ଥାୟୀ ହୋଇନଥାଏ।

ଅନେକ ଲୋକ ଜାଣନ୍ତି ନାହିଁ ଉର୍ଦ୍ଦୁ-ପାର୍ସୀ ଭାଷା ଶବ୍ଦର ଅର୍ଥ
ଜମିଜମା ପଞ୍ଜୀକରଣରେ ବହୁଳ ମାତ୍ରରେ ଉର୍ଦ୍ଦୁ-ପାର୍ସୀ ଭାଷାର ଶବ୍ଦ ବ୍ୟବହୃତ ହୋଇଥାଏ। ଏହା ବ୍ୟତୀତ, ଯେକୌଣସି ପଞ୍ଜୀକରଣରେ ବ୍ୟବହୃତ ଏପରି ଶବ୍ଦର ସଂଖ୍ୟା ଏତେ ଅଧିକ ସେ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

  • ରକବା-କ୍ଷେତ୍ରଫଳ 
  • ବୈନାମା-ବିକ୍ରୟ ପତ୍ର 
  • ବୟଶୁଦି-କ୍ରୟ
  • ବାରିସାନ୍-ଉତ୍ତରାଧିକାରୀ 
  • ଶ୍ୟାମଲାତ- ସାଧାରଣ ଜମି
  • ସକୁନତ-ନିବାସ
  • ରହନ-ବନ୍ଧକ
  • ଶଜରା/କିସ୍ତୱାର- ଅନୁସନ୍ଧାନ କାଗଜରେ ନିର୍ମିତ କୌଣସି ଅଞ୍ଚଳର ମାନଚିତ୍ର
  • ବାୟା-ଜମି ବିକ୍ରେତା
  • ୱାହିବ- ଉପହାର ପ୍ରଦାନକାରୀ 
  • ମୋହବଇଲା- ଉପହାର ନେଉଥିବା ବ୍ୟକ୍ତି
  • ରାହିନ୍-ବନ୍ଧକ ପ୍ରଦାନକାରୀ

ଏହି ପରିବର୍ତ୍ତନ ପରେ, ସମ୍ପତ୍ତି ପଞ୍ଜିକୃତ ହୋଇଥିବା ଲୋକେ ବର୍ତ୍ତମାନ ଏହାର ଭାଷାକୁ ସହଜରେ ବୁଝିପାରିବେ। ଏହାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପଞ୍ଜୀକରଣ ଦସ୍ତାବିଜ୍ରୁ ଉର୍ଦ୍ଦୁ ଏବଂ ପାର୍ସୀ ଭାଷାର ଶବ୍ଦ ହଟାଇବେ ଏବଂ ସାଧାରଣ ହିନ୍ଦୀ ଭାଷାର ସରଳ ଶବ୍ଦକୁ ଅନ୍ତର୍ଭୂକ୍ତ କରିବେ। ପଞ୍ଜୀକରଣରେ ଅନ୍ତର୍ଭୁକ୍ତ ବିକ୍ରେତା, କ୍ରେତା, ସାକ୍ଷୀ ଏବଂ ଅଧିକାରୀଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସ୍ପଷ୍ଟ ଶବ୍ଦରେ ହେବ। ଯାହା ଦ୍ୱାରା ଯଦି କୌଣସି ତ୍ରୁଟି ପରେ ସାମ୍ନାକୁ ଆସେ, ତାହେଲେ ଏହାକୁ ସହଜରେ ସଂଶୋଧନ କରାଯାଇ ପାରିବ। ଏନେଇ କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ପ୍ରସଙ୍ଗରେ ଅତ୍ୟନ୍ତ ଗମ୍ଭୀର ଅଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ ଏହା ସାଧାରଣ ଲୋକଙ୍କୁ ଏହା ଦ୍ୱାରା ଲାଭ ମିଳିବ।