ORS Benefits: ଶରୀରର ଏହି ସବୁ ସମସ୍ୟାକୁ ଦୂର କରିଥାଏ ORS ।ପଢ଼ନ୍ତୁ ପୂରା ଷ୍ଟୋରୀ..
Advertisement

ORS Benefits: ଶରୀରର ଏହି ସବୁ ସମସ୍ୟାକୁ ଦୂର କରିଥାଏ ORS ।ପଢ଼ନ୍ତୁ ପୂରା ଷ୍ଟୋରୀ..

ORS Benefits: ଓଆରଏସ(ORS) ଯାହା ସାଧାରଣତ ପତଳା ଝାଡ଼ା ହେଲେ ଏବଂ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଗଲେ ଆମେ ପିଇଥାଉ। ଆଜିକାଲି ଲୋକଙ୍କଠାରେ ଡିହାଇଡ୍ରେସନ୍, ବାନ୍ତି, ଝାଡ଼ା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏହି ସମସ୍ତ ସମସ୍ୟା ହେତୁ ଶରୀରରେ ଜଳର ଅଭାବକୁ ଦୂର କରିବା ପାଇଁ ORS ବହୁତ ସାହାଯ୍ୟକାରୀ ।

ORS Benefits: ଶରୀରର ଏହି ସବୁ  ସମସ୍ୟାକୁ ଦୂର କରିଥାଏ ORS ।ପଢ଼ନ୍ତୁ ପୂରା ଷ୍ଟୋରୀ..

ORS Benefits: ଓଆରଏସ(ORS) ଯାହା ସାଧାରଣତ ପତଳା ଝାଡ଼ା ହେଲେ ଏବଂ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଗଲେ ଆମେ ପିଇଥାଉ। ଆଜିକାଲି ଲୋକଙ୍କଠାରେ ଡିହାଇଡ୍ରେସନ୍, ବାନ୍ତି, ଝାଡ଼ା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏହି ସମସ୍ତ ସମସ୍ୟା ହେତୁ ଶରୀରରେ ଜଳର ଅଭାବକୁ ଦୂର କରିବା ପାଇଁ ORS ବହୁତ ସାହାଯ୍ୟକାରୀ ।ତେବେ ଅନେକ ସମୟରେ ଆପଣ ଦେଖିଥିବେ ଛୋଟ ଛୁଆଙ୍କୁ ଝାଡ଼ା ବାନ୍ତି ହେଲେ ଆମେ ତାଙ୍କୁ ଡାକ୍ତଙ୍କ ପାଖକୁ ନେଇଯାଇଥାଉ । ସେଠାରେ ମଧ୍ୟ ଡାକ୍ତର ଓଆରଏସ ପିଆଇବା ପାଇଁ ପରାମର୍ଶ ଦେଇଥାନ୍ତି ।

ORS ଣ ଏବଂ ଏଥିରେ କଣ ଅଛି?

ORS ର ଫୁଲ୍ ଫର୍ମ ହେଉଛି ଓରାଲ୍ ରିହାଇଡ୍ରେସନ୍ ସଲ୍ଟ । ଏଥିରେ ତିନି ପ୍ରକାରର ଲୁଣ, ଗ୍ଲୁକୋଜ ଏବଂ ଜଳର ମିଶ୍ରଣ ଥାଏ ।ଏହା ଝାଡ଼ା, ବାନ୍ତି ଏବଂ ଅତ୍ୟଧିକ ଝାଳ ହେତୁ ଶରୀରରେ ଇଲେକ୍ଟ୍ରୋଲାଇଟ୍ ନଷ୍ଟ ହୋଇଯାଉଥିଲେ ଓଆରଏସ ପିଇବାକୁ ପରାମର୍ଶ ଦିଆଯାଇଥାଏ ।

ORSରେ ଲୁଣଗୁଡିକ କ, ସେମାନେ କିପରି କାର୍ଯ୍ୟ କରନ୍ତି?

ଏଥିରେ ତିନି ପ୍ରକାରର ଲୁଣ ଅଛି-

-ସୋଡିୟମ୍ କ୍ଲୋରାଇଡ୍ କିମ୍ବା ସାଧାରଣ ଲୁଣ ।

-ଟ୍ରାଇସୋଡିୟମ୍ ସାଇଟ୍ରେଟ୍-ଡିହାଇଡ୍ରେଟ୍ ।

-ପୋଟାସିୟମ୍ କ୍ଲୋରାଇଡ୍ ।

ଏହି ସମସ୍ତ ଲୁଣର ମିଶ୍ରଣ ପେଟରୁ ଶରୀରକୁ ଇଲେକ୍ଟ୍ରୋଲାଇଟ୍ ଏବଂ ଜଳର ଅବଶୋଷଣକୁ ତ୍ୱରାନ୍ୱିତ କରିଥାଏ ।ଯାହା ବାନ୍ତି ଏବଂ ଡାଇରିଆରୁ ଶରୀରକୁ ଆରାମ ଦେଇଥାଏ ।ଏହା ଶରୀରରେ ଜଳ ଏବଂ ଲୁଣର ଅଭାବ ପୂରଣ କରିଥାଏ ।

ORS କେବେ ନିଆଯିବା ଉଚିତ୍?

ଯେତେବେଳେ ଶରୀରରେ ତରଳ ପଦାର୍ଥ ଏବଂ ଇଲେକ୍ଟ୍ରୋଲାଇଟର ଅଭାବ ଦେଖିବାକୁ ମିଳିଥାଏ ଏବଂ ଶରୀର ଡିହାଇଡ୍ରେଟ୍ ହୋଇଯାଏ । ଏହା ପରେ ଡିହାଇଡ୍ରେସନରୁ ଦୂରେଇ ରହିବା ଏବଂ ଶରୀରକୁ ରିହାଇଡ୍ରେଟ୍ କରିବା ପାଇଁ ORS ପିଇବାକୁ ପରାମର୍ଶ ଦିଆଯାଇଛି ।

ଡିହାଇଡ୍ରେସନ୍ ଘଟିଛି କିମ୍ବା ଶରୀରରେ ଜଳର ଅଭାବ ଅଛି, ଏହା କିପରି ଜଣା ପଡିବ?

-ପ୍ରଚୁର ପାଣି ପିଇବା ପରେ ମଧ୍ୟ ବାରମ୍ବାର ଶୋଷ ଲାଗିବା ।

-ଶୀଘ୍ର ନିଶ୍ୱାସ ନେବା

-ଶୁଖିଲା ଓଠ ଏବଂ ଜିଭ

-କମ୍ ପରିସ୍ରା ହେବା

-ମାଂସପେଶୀରେ କଷ୍ଟ ଏବଂ ଯନ୍ତ୍ରଣା

-ମୁଣ୍ଡବିନ୍ଧା ଏବଂ ପ୍ରବଳ ଥକ୍କାପଣ ଅନୁଭବ ହେବା

ଶରୀରରେ ଜଳର ଅଭାବ ଥିବାବେଳେ କେତେ ପରିମାଣର ORS ଦିଆଯିବା ଉଚିତ୍?

ORS ର ପ୍ୟାକେଟରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଯଥା ଜଳ ମିଶ୍ରଣ କରନ୍ତୁ ଏବଂ ନିମ୍ନରେ ଦିଆଯାଇଥିବା ପରିମାଣରେ ORS ଦିଅନ୍ତୁ ।

ORS ପିଇବାର ଲାଭ କ?

ORS ପ୍ରତ୍ୟେକ ଘରେ ଉପଲବ୍ଧ ହେବା ଉଚିତ ।ଏହାର କମ୍ ମୂଲ୍ୟ ଏବଂ ସବୁଠାରେ ସହଜ ଉପଲବ୍ଧତା ହେତୁ କୋଟି କୋଟି ଲୋକଙ୍କ ସମସ୍ୟା ଦୂର ହୋଇଯାଏ ।ଏହା ବ୍ୟତୀତ, ଏହାକୁ ପିଇବା ଦ୍ୱାରା ଶରୀରରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ ।