Gurugram News: ହାଇ ପ୍ରୋଫାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ
Advertisement

Gurugram News: ହାଇ ପ୍ରୋଫାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

Gurugram Theft Case: ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମ ସହରରେ ଦୀର୍ଘ ଦିନ ଧରି ପ୍ରସ୍ତୁତି ଚାଲିଛି। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ବିଦେଶରୁ ଆସୁଥିବା ଅତିଥିଙ୍କ ଲାଗି ପୁରା ସହରକୁ ସଜାଯାଉଛି। ଏହି କାରଣରୁ ରାସ୍ତାର ଉଭୟ ପାର୍ଶ୍ୱରେ ଫୁଲକୁଣ୍ଡ ଏବଂ ସ୍ୱତନ୍ତ୍ର ପ୍ରକାର ଗଛ ଲଗାଯାଇ ସହରର ସୌନ୍ଦର୍ଯ୍ୟକରଣ କରାଯାଉଛି। ହେଲେ ସହରର ସାଜସଜ୍ଜା କାର୍ଯ୍ୟରେ ବ୍ୟବହୃତ ହେଉଥିବା କିଛି ଫୁଲକୁଣ୍ଡ ଚୋରି ହୋଇଥିବାର ଖବର ଆସିଥିଲା।

Gurugram News: ହାଇ ପ୍ରୋଫାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

Gurugram Flower Pots Theft Case:  ରାଜ୍ୟର ଗୁରୁଗ୍ରାମ ଜିଲ୍ଲାରେ ହୋଇଥିବା ଫୁଲକୁଣ୍ଡ ଚୋରି ମାମଲାରେ ହରିୟାଣ ପୋଲିସ ଏକ ବଡ ଖୁଲାସା କରିଛି। ଗୋଟିଏ ପଟେ ଜି-୨୦ ସମ୍ମିଳନୀ ଲାଗି ଗୁରୁଗ୍ରାମ ସହରକୁ ସଜାଯାଉଛି। ହେଲେ ଅନ୍ୟପଟେ ସହରକୁ ସଜାଇବା କାର୍ଯ୍ୟରେ ବ୍ୟବହୃତ ହେଉଥିବା ଫୁଲକୁଣ୍ଡ ଚୋରି ମାମାଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଚୋରି ଘଟଣାରେ ପୋଲିସ ମଧ୍ୟ ସେହି ଗାଡ଼ିକୁ ଜବତ କରିଛି। ଜି-୨୦ ସମ୍ମିଳନୀ ଲାଗି ସହରକୁ ସଜାଇବା ପାଇଁ ରାସ୍ତାରେ ଫୁଲକୁଣ୍ଡ ରଖାଯାଉଥିଲା। ହେଲେ ଫୁଲକୁଣ୍ଡ ଚୋରି ହେବାର ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପୋଲିସ ପାଖରେ ଅଭିଯୋଗ କରିଥିଲା।

ଜି-୨୦ ସମ୍ମିଳନୀ ପାଇଁ ଅଣାଯାଇଥିବା ଫୁଲ କୁଣ୍ଡ ଚୋରି ହେବାର ଭିଡିଓ ଭାଇରାଲ ହେବା ପରେ ଜଣାପଡିଥିଲା ​​ଯେ ରାସ୍ତାରୁ ଏହାକୁ ଉଠାଇଥିବା ଚୋର ୪୦ ଲକ୍ଷ ଟଙ୍କା ମୂଲ୍ୟର ଗାଡିରେ ଆସିଥିଲେ। ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ରାସ୍ତାରୁ ଫୁଲ କୁଣ୍ଡ ଚୋରି କରିଥିବା ଚୋର କିଆ କାର୍ନିଭାଲ ଗାଡ଼ିରୁ ଆସିଥିଲେ। ସେମାନେ ଖୁଲମଖୁଲା ଫୁଲ କୁଣ୍ଡକୁ ତାଙ୍କ ଗାଡ଼ି ଡିକି ଭିତରେ ରଖିବାରେ ଲାଗିଥିଲେ। ଏହି ଭାଇରାଲ ଭିଡ଼ିଓ ଗୁରୁଗ୍ରାମ ଶଙ୍କର ଚୌକ ଅଞ୍ଚଳର ବୋଲି ଜଣାପଡ଼ିଛି। 

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମ ସହରରେ ଦୀର୍ଘ ଦିନ ଧରି ପ୍ରସ୍ତୁତି ଚାଲିଛି। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ବିଦେଶରୁ ଆସୁଥିବା ଅତିଥିଙ୍କ ଲାଗି ପୁରା ସହରକୁ ସଜାଯାଉଛି। ଏହି କାରଣରୁ ରାସ୍ତାର ଉଭୟ ପାର୍ଶ୍ୱରେ ଫୁଲକୁଣ୍ଡ ଏବଂ ସ୍ୱତନ୍ତ୍ର ପ୍ରକାର ଗଛ ଲଗାଯାଇ ସହରର ସୌନ୍ଦର୍ଯ୍ୟକରଣ କରାଯାଉଛି। ହେଲେ ସହରର ସାଜସଜ୍ଜା କାର୍ଯ୍ୟରେ ବ୍ୟବହୃତ ହେଉଥିବା କିଛି ଫୁଲକୁଣ୍ଡ ଚୋରି ହୋଇଥିବାର ଖବର ଆସିଥିଲା। ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ହରିୟାଣାର ଗୁରୁଗ୍ରାମ ସହରକୁ ପ୍ରସ୍ତୁତ କରାଯାଉଛି। ଯେଉଁଥିପାଇଁ ସହରର ବିଭିନ୍ନ ସ୍ଥାନରେ ରହିଥିବା ରାସ୍ତାକୁ ଫୁଲକୁଣ୍ଡରେ ସଜ୍ଜା ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ସହରରେ ସାଜସଜ୍ଜା ଚାଲିଥିବା ବେଳେ ଏକ ପ୍ରୋଫାଇଲ୍ ଚୋରି ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର କାରରେ ଆସିଥିବା ଜଣେ ବ୍ୟକ୍ତି ସାଜସଜ୍ଜା କାର୍ଯ୍ୟରେ ବ୍ୟବହୃତ ହେଉଥିବା ଫୁଲକୁଣ୍ଡକୁ ରାସ୍ତାରୁ ଉଠାଇ ନେଇଥିଲେ। ଏହି ପୁରା ଘଟଣାକୁ କଏଦ କରି ନେଇଥିଲା କ୍ୟାମେରା।

Also Read: Gurugram News: ଗୁରୁଗ୍ରାମର କୋଟିପତି ଚୋର, କାରରେ ଆସି ଉଠାଇନେଲେ ଫୁଲ କୁଣ୍ଡ

 

ହରିୟାଣାର (Haryana) ଗୁରୁଗ୍ରାମ ଜିଲ୍ଲାରେ (Gurugram District) ଆୟୋଜିତ ହେବାକୁ ଯାଉଛି ଜି-୨୦ ବୈଠକ (G20 Summit 2023)। ଏହି ବୈଠକର ପ୍ରସ୍ତୁତି ଲାଗି ଗୁରୁଗ୍ରାମ ସହରରେ (Gurugram City) ସାଜସଜ୍ଜା କାର୍ଯ୍ୟ ଚାଲିଛି। ରାସ୍ତାରେ ଫୁଲକୁଣ୍ଡ ରଖିବା ସହ ବିଭିନ୍ନ ପ୍ରକାର ଗଛ ଲଗାଇ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଗୁରୁଗ୍ରାମ ଆମ୍ବିଏନ୍ସ ମଲ ସ୍ଥିତ (Gurugram Ambience Mall) ହୋଟେଲ ଲୀଲା (Hotel Leela) ଠାରେ ଜି-୨୦ ବୈଠକ ଆୟୋଜିତ ହେଉଛି। ଏହି ବୈଠକକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରହିଥିବା ରାସ୍ତାରେ ଆକର୍ଷଣୀୟ ଚିତ୍ର ଏବଂ ଫୁଲ ଗଛ ଲଗାଯାଇଛି।

ଏହି ବୈଠକରେ ଯୋଗ ଦେବାକୁ ଆସୁଥିବା ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଗୁରୁଗ୍ରାମ ପ୍ରଶାସନ (Gurugram Administration) ପକ୍ଷରୁ ସହରରେ ସାଜସଜ୍ଜା ପାଇଁ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଉଥିଲା। ହେଲେ କିନ୍ତୁ କିଆ କାର୍ନିଭାଲ ଗାଡ଼ିରେ ଆସିଥିବା ଜଣେ ବ୍ୟକ୍ତି ରାସ୍ତାରେ ରଖାଯାଇଥିବା ଫୁଲକୁଣ୍ଡକୁ ଉଠାଇବା ଆରମ୍ଭ କରିଥିଲେ। ସ୍ଥାନୀୟ ଡିଏଲ୍ଏଫ୍ ଫେଜ-୧ ଥାନା ଅଞ୍ଚଳରେ (DLF Phase 1 Police Station) ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଗୁରୁଗ୍ରାମ ମହାନଗର ନିଗମ ପ୍ରାଧିକରଣ (Gurugram Metropolitan Development Authority) ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଛି।