Gurugram News: ଗୁରୁଗ୍ରାମର କୋଟିପତି ଚୋର, କାରରେ ଆସି ଉଠାଇନେଲେ ଫୁଲ କୁଣ୍ଡ
Advertisement

Gurugram News: ଗୁରୁଗ୍ରାମର କୋଟିପତି ଚୋର, କାରରେ ଆସି ଉଠାଇନେଲେ ଫୁଲ କୁଣ୍ଡ

Gurugram Viral Video: ଜି-୨୦ କାର୍ଯ୍ୟକ୍ରମର ଆୟୋଜନ ପାଇଁ ହରିୟାଣାର ଗୁରୁଗ୍ରାମ ସହରକୁ ପ୍ରସ୍ତୁତ କରାଯାଉଛି। ଯେଉଁଥିପାଇଁ ସହରର ବିଭିନ୍ନ ସ୍ଥାନରେ ରହିଥିବା ରାସ୍ତାକୁ ଫୁଲକୁଣ୍ଡରେ ସଜ୍ଜା ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ସହରରେ ସାଜସଜ୍ଜା ଚାଲିଥିବା ବେଳେ ଏକ ପ୍ରୋଫାଇଲ୍ ଚୋରି ଘଟଣା ଦେଖିବାକୁ ମିଳିଛି। 

Gurugram News: ଗୁରୁଗ୍ରାମର କୋଟିପତି ଚୋର, କାରରେ ଆସି ଉଠାଇନେଲେ ଫୁଲ କୁଣ୍ଡ

Gurugram Flower Pots Stealing Case: ସଦ୍ୟ ହରିୟାଣାର ଗୁରୁଗ୍ରାମ ଜିଲ୍ଲାରେ ଘଟିଥିବା ଏକ ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଗୁରୁଗ୍ରାମରେ ହୋଇଥିବା ଏହି ପ୍ରୋଫାଇଲ୍ ଚୋରି ଘଟଣାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଜି-୨୦ କାର୍ଯ୍ୟକ୍ରମର ଆୟୋଜନ ପାଇଁ ହରିୟାଣାର ଗୁରୁଗ୍ରାମ ସହରକୁ ପ୍ରସ୍ତୁତ କରାଯାଉଛି। ଯେଉଁଥିପାଇଁ ସହରର ବିଭିନ୍ନ ସ୍ଥାନରେ ରହିଥିବା ରାସ୍ତାକୁ ଫୁଲକୁଣ୍ଡରେ ସଜ୍ଜା ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ସହରରେ ସାଜସଜ୍ଜା ଚାଲିଥିବା ବେଳେ ଏକ ପ୍ରୋଫାଇଲ୍ ଚୋରି ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର କାରରେ ଆସିଥିବା ଜଣେ ବ୍ୟକ୍ତି ସାଜସଜ୍ଜା କାର୍ଯ୍ୟରେ ବ୍ୟବହୃତ ହେଉଥିବା ଫୁଲକୁଣ୍ଡକୁ ରାସ୍ତାରୁ ଉଠାଇ ନେଇଥିଲେ। ଏହି ପୁରା ଘଟଣାକୁ କଏଦ କରି ନେଇଥିଲା କ୍ୟାମେରା।

ଏହି ବୈଠକରେ ଯୋଗ ଦେବାକୁ ଆସୁଥିବା ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଗୁରୁଗ୍ରାମ ପ୍ରଶାସନ (Gurugram Administration) ପକ୍ଷରୁ ସହରରେ ସାଜସଜ୍ଜା ପାଇଁ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଉଥିଲା। ହେଲେ କିନ୍ତୁ କିଆ କାର୍ନିଭାଲ ଗାଡ଼ିରେ ଆସିଥିବା ଜଣେ ବ୍ୟକ୍ତି ରାସ୍ତାରେ ରଖାଯାଇଥିବା ଫୁଲକୁଣ୍ଡକୁ ଉଠାଇବା ଆରମ୍ଭ କରିଥିଲେ। ସ୍ଥାନୀୟ ଡିଏଲ୍ଏଫ୍ ଫେଜ-୧ ଥାନା ଅଞ୍ଚଳରେ (DLF Phase 1 Police Station) ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଗୁରୁଗ୍ରାମ ମହାନଗର ନିଗମ ପ୍ରାଧିକରଣ (Gurugram Metropolitan Development Authority) ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଛି।

ହରିୟାଣାର (Haryana) ଗୁରୁଗ୍ରାମ ଜିଲ୍ଲାରେ (Gurugram District) ଆୟୋଜିତ ହେବାକୁ ଯାଉଛି ଜି-୨୦ ବୈଠକ (G20 Summit 2023)। ଏହି ବୈଠକର ପ୍ରସ୍ତୁତି ଲାଗି ଗୁରୁଗ୍ରାମ ସହରରେ (Gurugram City) ସାଜସଜ୍ଜା କାର୍ଯ୍ୟ ଚାଲିଛି। ରାସ୍ତାରେ ଫୁଲକୁଣ୍ଡ ରଖିବା ସହ ବିଭିନ୍ନ ପ୍ରକାର ଗଛ ଲଗାଇ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଗୁରୁଗ୍ରାମ ଆମ୍ବିଏନ୍ସ ମଲ ସ୍ଥିତ (Gurugram Ambience Mall) ହୋଟେଲ ଲୀଲା (Hotel Leela) ଠାରେ ଜି-୨୦ ବୈଠକ ଆୟୋଜିତ ହେଉଛି। ଏହି ବୈଠକକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରହିଥିବା ରାସ୍ତାରେ ଆକର୍ଷଣୀୟ ଚିତ୍ର ଏବଂ ଫୁଲ ଗଛ ଲଗାଯାଉଛି।

ହେଲେ ଅନ୍ୟପକ୍ଷରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ୪୦ ଲକ୍ଷ ଟଙ୍କା ମୂଲ୍ୟର କାରରେ ଏହି ଫୁଲ କୁଣ୍ଡ ଏବଂ ଗଛକୁ ରାସ୍ତାରୁ ଉଠାଇ ନେଉଛନ୍ତି। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କାରରେ ଆସିଥିବା ଜଣେ ବ୍ୟକ୍ତି ରାସ୍ତାରେ ରଖାଯାଇଥିବା ଫୁଲକୁଣ୍ଡ ଏବଂ ଗଛ ଚୋରି କରୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଏହି ଘଟଣା କ୍ୟାମେରା ଧରିନେବା ପରେ ଜିଏମଡିଏ (GMDA) ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିସାରିଛି।