Gujarat Road Accident: ବସ୍-କାର ମୁହାଁମୁହିଁ ଧକ୍କା; ୯ ମୃତ, ୩୨ ଆହତ, ଶୋକ ପ୍ରକାଶ କଲେ ଗୃହମନ୍ତ୍ରୀ
Advertisement
Article Detail0/zeeodisha/odisha1508596

Gujarat Road Accident: ବସ୍-କାର ମୁହାଁମୁହିଁ ଧକ୍କା; ୯ ମୃତ, ୩୨ ଆହତ, ଶୋକ ପ୍ରକାଶ କଲେ ଗୃହମନ୍ତ୍ରୀ

Gujarat Road Accident: ନଭସାରିର ଅହମ୍ମଦାବାଦ-ମୁମ୍ବାଇ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ନଭସାରୀ, ଡେପୁଟି ଏସପି ଭି.ଏନ୍ ପଟେଲ କହିଛନ୍ତି ଯେ, ଅହମ୍ମଦାବାଦ-ମୁମ୍ବାଇ ରାଜପଥରେ ଏକ ବସ୍ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଆହତ ହୋଇଛନ୍ତି । ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ସୁରତକୁ ପଠାଯାଇଛି ।

Gujarat Road Accident: ବସ୍-କାର ମୁହାଁମୁହିଁ ଧକ୍କା; ୯ ମୃତ, ୩୨ ଆହତ, ଶୋକ ପ୍ରକାଶ କଲେ ଗୃହମନ୍ତ୍ରୀ

Gujarat Road Accident: ଆଜି (ଶନିବାର) ଅର୍ଥାତ ଡିସେମ୍ୱର ୩୧ ସକାଳେ ଗୁଜୁରାଟର ନଭସାରି ଜିଲ୍ଲାରେ ଭୀଷଣ ସଡ଼କ ଦୁର୍ଘଟଣା  (Gujarat Accident) ଘଟିଛି । ଏଠାରେ ଏକ ବସ୍ ଓ କାର ମଧ୍ୟରେ ମୁହାଁମୁହାଁ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩୨ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନଭସାରିର ଅହମ୍ମଦାବାଦ-ମୁମ୍ବାଇ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ନଭସାରୀ, ଡେପୁଟି ଏସପି ଭି.ଏନ୍ ପଟେଲ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ, "ଅହମ୍ମଦାବାଦ-ମୁମ୍ବାଇ ରାଜପଥରେ ଏକ ବସ୍ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଆହତ ହୋଇଛନ୍ତି । ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ସୁରତକୁ ପଠାଯାଇଛି ।"

ଏହି ଦୁର୍ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିଛନ୍ତି । ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି ଯେ, ନଭସାରୀରେ ସଡ଼କ ଦୁର୍ଘଟଣା ଦୁଃଖଦାୟକ ଅଟେ । ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପରିଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା । ଭଗବାନ ସେମାନଙ୍କୁ ଏହି ପୀଡ଼ାରୁ ବାହାରିବାକୁ ଶକ୍ତି ଦିଅନ୍ତୁ । ସ୍ଥାନୀୟ ପ୍ରଶାସନ ଆହତମାନଙ୍କୁ ଶୀଘ୍ର ଚିକିତ୍ସା କରୁଛି । ସେମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।"

ଏଠାରେ କହି ରଖୁଛୁ ଯେ, ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୨ ଜଣ ଆହତ ହୋଇଛନ୍ତି । ଯେଉଁ କାର ସହ ଧକ୍କା ହୋଇଛି, ସେଥିରେ ୮ ଜଣ ଲୋକ ଥିଲେ ଓ ସମସ୍ତେ ମୃତ୍ୟୁବରଣ କରିଛନ୍ତି । କିଛି ବସ୍ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେତେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଗତକାଲି ରାତିରେ ଜାତୀୟ ରାଜପଥ ନମ୍ବର ୪୮ରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପାଇବା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ନେଉଛନ୍ତି । କିଛି ସମୟ ପାଇଁ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଥିଲା ।

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୨୩୯ ଟ୍ରେନ୍, ଜାଣନ୍ତୁ ତାଲିକାରେ ଓଡ଼ିଶା କେଉଁ କେଉଁ ଟ୍ରେନ ରହିଛି ସାମିଲ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଅଧିକ ପଢ଼ନ୍ତୁ:-ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ବର୍ତ୍ତମାନ କେତେ ଦିନ ପର୍ଯ୍ୟନ୍ତ କ୍ରିକେଟ୍ ଠାରୁ ଦୂରେଇ ରହିବେ ସେ

ଅଧିକ ପଢ଼ନ୍ତୁ:-ଏହି କ୍ରିକେଟରଙ୍କ କଥା ମାନିଥାନ୍ତେ ତ ଋଷଭ ପନ୍ତଙ୍କ ସହ ହୋଇ ନଥାନ୍ତା ଦୁର୍ଘଟଣା, ବର୍ତ୍ତମାନ ନିଶ୍ଚିତ ଭାବରେ କରୁଥିବେ ଅନୁତାପ

ବସ୍ ସୁରତରୁ ଭଲସାଦ ଯାଉଥିଲା । ସମସ୍ତ ମୃତ ବ୍ୟକ୍ତି କାର୍ ଯାତ୍ରୀ ଥିଲେ । ମୃତକମାନେ କେଉଁଠାରୁ ଆସୁଥିଲେ ଓ କେଉଁଆଡ଼େ ଯାଉଥିଲେ ତାହା ଜଣା ପଡ଼ି ନାହିଁ । ଏହା ସହ ମୁହାଁମୁହିଁ ହୋଇଥିବା ଏସୟୁଭି କାର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ବସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ହୃଦଘାତ ପରେ ଡ୍ରାଇଭର ଜୀବିତ ଅଛନ୍ତି ଓ ଚିକିତ୍ସା ଚାଲିଛି ।