WhatsAppରେ ମିଳିବେ କ୍ୟାଟ୍ରିନା ଏବଂ ସନି ଲିଓନି ପରି ସୁନ୍ଦରୀ ! ଜାଣନ୍ତୁ କେମିତି
Advertisement
Article Detail0/zeeodisha/odisha1883148

WhatsAppରେ ମିଳିବେ କ୍ୟାଟ୍ରିନା ଏବଂ ସନି ଲିଓନି ପରି ସୁନ୍ଦରୀ ! ଜାଣନ୍ତୁ କେମିତି

Tech News: ନିକଟରେ WhatsApp ଚ୍ୟାନେଲ ଫିଚର ସମ୍ପର୍କରେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହି ଫିଚର ଭାରତର ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବା ଆରମ୍ଭ ହୋଇଛି ।

WhatsAppରେ ମିଳିବେ କ୍ୟାଟ୍ରିନା ଏବଂ ସନି ଲିଓନି ପରି ସୁନ୍ଦରୀ ! ଜାଣନ୍ତୁ କେମିତି

Tech News: ବଦଳୁଛି ଦୁନିଆ ଆଉ ଦୁନିଆ ସହିତ ତାଳ ଦେଇ ବଦଳୁଛି ଟେକନୋଲୋଜୀ (Technology is changing) । ସେହି ଢଙ୍ଗରେ ଆପଣ ବ୍ୟବହାର କରୁଥିବା ପ୍ରତିଟି ଜିନିଷରେ ହେଉଛି ପରିବର୍ତ୍ତନ । ଆପଣଙ୍କ ମୋବାଇଲରେ ବ୍ୟବହାର କରୁଥିବା ଆପ କିଛି ଦିନ ବ୍ୟବଧାନରେ ମାଗିଥାଏ ଅପଡେଟ୍ (Update) । କାରଣ ନୂଆ ଫିଚର ସହିତ ଆପଣଙ୍କୁ ଖାପ ଖୁଆଇବା ପାଇଁ କମ୍ପାନୀ ଗୁଡିକ ଅନେକ ରିସର୍ଚ ଚଳାଇଥାନ୍ତି । ଯାହା ଆପଣଙ୍କ ପାଇଁ ଆହୁରୀ ଶୀଘ୍ର  ଓ ସହଜ (Quick and easy) ହେବ । ବୈଜ୍ଞାନିକଙ୍କ ନୂଆ ଚିନ୍ତାଧାରା ଆମ ପାଇଁ ପରିବର୍ତ୍ତନର ଧାରା ନେଇ ଆସିଥାଏ । ସେହି କ୍ରମରେ ଆଜି ଆମେ ଆପଣଙ୍କୁ ଆପଣ ବ୍ୟବହାର କରୁଥିବା ସୋସିଆଲ ହ୍ୟାଣ୍ଡେଲ ବିଷୟରେ କିଛି ଖାସ୍ କଥା କହୁଛୁ ।

ମେଟା ମାଲିକାନାରେ ଥିବା ଇନଷ୍ଟାଗ୍ରାମ ପ୍ଲାଟଫର୍ମ (Instagram platform)ରେ ଜୁନ୍ ମାସରେ ଏକ ନୂଆ ଫିଚର ବ୍ରଡକାଷ୍ଟ ଚ୍ୟାନେଲ ଲଞ୍ଚ କରାଯାଇଥିଲା । ଅନେକ ସେଲିବ୍ରିଟି, ରାଜନେତା ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏହା ଏକପାଖିଆ ଟିମ୍ । ଯେଉଁଥିରେ ଲୋକମାନେ ଯୋଗ ଦେଇ ପାରିବେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୟୁଜରମାନେ ଏହି ପେଜ୍ ରେ ଯୋଡି ହୋଇ ରହିପାରିବେ । ଏଥିସହ ସମସ୍ତ ତଥ୍ୟ ଖୁବ ସହଜରେ ପାଇପାରିବେ । ହେଲେ ସୋସିଆଲ ମିଡିଆ ୟୁଜର ସିଧାସଳଖ ଏହି ଚ୍ୟାନେଲ ଗୁଡିକରେ ନିଜର ପ୍ରତିକ୍ରିୟା ଦେଇପାରିବେ ନାହିଁ । କେବଳ ଇମୋଜି ମାଧ୍ୟମରେ ଅପରପକ୍ଷରୁ ଆସୁଥିବା କମେଣ୍ଟ ଗୁଡିକରେ ନିଜର ପ୍ରତିକ୍ରିୟା ପ୍ରକାଶ କରିପାରିବେ । ସମାନ ଚ୍ୟାନେଲ ଫିଚର ମେଟାର ଅନ୍ୟ ଆପ୍ ଯଥା ହ୍ୱାଟସଆପ ପାଇଁ ମଧ୍ୟ ଘୋଷଣା କରାଯାଇଥିଲା । ଭାରତୀୟ ୟୁଜର୍ସମାନେ ଆପକୁ ଅପଡେଟ୍ କରିବା ପରେ ଉକ୍ତ ସେବା ପାଇଥିବା ଦେଖିବାକୁ ମିଳିଛି ।

ଚ୍ୟାନେଲରେ ରହିଥିବା ଆଡମିନମାନଙ୍କ ପାଇଁ ହ୍ୱାଟସଆପ ହେଉଛି ଏକପାଖିଆ ପ୍ରସାରଣ ଆପ୍ । ଏଥିରେ ଅନ୍ୟ ପକ୍ଷରୁ ବିଭିନ୍ନ ତଥ୍ୟ, ଫଟୋ, ଭିଡିଓ, ଷ୍ଟିକର ଏବଂ ପୋଲ ପଠାଇ ହେବ । ଚ୍ୟାନେଲ ଗୁଡ଼ିକର ଅପଡେଟ୍ ମଧ୍ୟ ଭାରତରେ ଉପଲବ୍ଧ ହୋଇସାରିଛି । ହ୍ୱାଟସଆପରେ ଏକ ନୂଆ ଟ୍ୟାବ୍ ଅପଡେଟରେ ଚ୍ୟାନେଲ ଗୁଡିକ ଦେଖିବାକୁ ମିଳୁଛି । ଏହି ଟ୍ୟାବରେ, ଆପଣ ବର୍ତ୍ତମାନ ଏକ ଭିନ୍ନ ଡାଞ୍ଚାରେ ଆପଣଙ୍କର ସ୍ଥିତି ଦେଖିପାରିବେ । 

ବଲିଉଡ ହଲିଉଡ ଷ୍ଟାରଙ୍କର ଚ୍ୟାନେଲ ରହିଛି
ହ୍ୱାଟସଆପର ଏହି ନୂଆ ଫିଚର ତଥା ଚ୍ୟାନେଲ ଗୁଡିକରେ ଆପଣ ଅନେକ ବଲିଉଡ ଷ୍ଟାର (Bollywood star)ଙ୍କୁ ମଧ୍ୟ ପାଇପାରିବେ । କେବଳ ସେତିକି ନୁହେଁ ଅନେକ ଲୋକପ୍ରିୟ ରାଜନେତା ତଥା ଟିଭି ଅଭିନେତା ଅଭିନେତ୍ରୀ ମାନଙ୍କ ପୋଷ୍ଟ ମଧ୍ୟ ପାଇପାରିବେ । ବର୍ତ୍ତମାନ ୟୁଜର୍ସମାନେ ଚ୍ୟାନେଲରେ ଫଲୋ କରିବା ପାଇଁ ସନ୍ନି ଲିଓନ୍, କ୍ୟାଟ୍ରିନା କୈଫଙ୍କ ଚ୍ୟାନେଲ ପାଇପାରିବେ । ଏଥି ସହିତ ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ଚ୍ୟାନେଲ ମଧ୍ୟ ରହିଛି । ଏଥିରେ ଆପଣ ଜୀ ଓଡ଼ିଶା ନ୍ୟୁଜ ହ୍ୱାଟସଆପ ଚ୍ୟାନେଲକୁ ମଧ୍ୟ ଫଲୋ କରିପାରିବେ । ଫଳରେ ଖୁବ ସହଜରେ ରାଜ୍ୟ, ତଥା ଦେଶ ବିଦେଶର ଖବର ପାଇପାରିବେ । ହ୍ୱାଟସଆପ ଚ୍ୟାନେଲ ମାଧ୍ୟମରେ ଆପଣ ଇମୋଜି ମାଧ୍ୟମରେ ପ୍ରତିକ୍ରିୟା ଦେଇପାରିବେ । ଆପଣଙ୍କ ସମସ୍ତ ପ୍ରତିକ୍ରିୟା ବିଷୟରେ ବ୍ୟବହାରକାରୀ ଜାଣିପାରିବେ । କିନ୍ତୁ ଆପଣ କେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହାକୁ ଆପଣଙ୍କ ଫଲୋଅର୍ସମାନେ ଜାଣିପାରିବେ ନାହିଁ । 

Also Read- Success Story: ଜିମ୍ ଟ୍ରେନର ବନିଲେ କୋଟିପତି, ଜାଣନ୍ତୁ ଏହି ସହଜ ଟିପ୍ସ

Also Read- Love Story: ୩୫ ବର୍ଷର ଯୁବକଙ୍କୁ ପ୍ରେମ ବିବାହ କଲେ ୭୦ ବର୍ଷିୟା ମହିଳା