Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି ଖସିଲା ସୁନା ରେଟ୍
Advertisement
Article Detail0/zeeodisha/odisha2141427

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି ଖସିଲା ସୁନା ରେଟ୍

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା। ବିବାହ ସିଜିନରେ ଖସିଲା ସୁନା ଦର। ଯାହା ଗ୍ରାହକଙ୍କୁ ଏକ ବଡ଼ ଆଶ୍ବସ୍ତି ଦେଇଛି ।  ଯଦି ଆପଣ ଆଜି ସୁନା-ରୂପା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି  ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍। 

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍? 

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୭୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୪,୦୮୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ଘଟିଛି । ସେହିପରି, ରୂପା ରେଟ୍  କେଜି ପିଛା ୧୦୦ ଟଙ୍କା ଖସି (୧ କେଜି) ର ଦାମ୍ ୭୩,୫୦୦ ରହିଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୮୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୪,୨୩୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ହୋଇଛି। 

ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୭୪୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୪,୦୮୦ ଟଙ୍କା ରହିଛି। ଏବଂ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ, ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୯,୨୯୦ ଟଙ୍କା ରହିଛି । ଏବଂ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪,୬୮୦ ରହିଛି। 

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ସୁନା ଦର ହ୍ରାସ ଘଟିଛି।  ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୭୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୪,୦୮୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୪୮,୦୬୦ ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨,୨୪ ଓ ୧୮ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି। ଏବଂ ରୂପା ଦର କେଜି ପିଛା ୧୦୦ ଟଙ୍କା ଖସି କେଜି ୭୬,୯୦୦ ଟଙ୍କାରେ ପହଞ୍ଚିଛି।