Gold-Silver Price: ଶୀଘ୍ର କରନ୍ତୁ, ସୁନା ୭୦୦ ଟଙ୍କା ଓ ରୁପା ୩,୨୮୦ ଟଙ୍କା ମିଳୁଛି ଶସ୍ତା!
Advertisement
Article Detail0/zeeodisha/odisha1667292

Gold-Silver Price: ଶୀଘ୍ର କରନ୍ତୁ, ସୁନା ୭୦୦ ଟଙ୍କା ଓ ରୁପା ୩,୨୮୦ ଟଙ୍କା ମିଳୁଛି ଶସ୍ତା!

Gold-Silver Price: ଗତକାଲି ସୁନା ଓ ରୁପା ମୂଲ୍ୟରେ ହ୍ରାସ ଦେଖାଦେଇଥିଲା । କିନ୍ତୁ ଆଜି ବଜାରରେ ଆରମ୍ଭରେ ମୂଲ୍ୟବାନ ଧାତୁ ଦର ଖସିବା ପରେ ଏଥିରେ ବୃଦ୍ଧି ରେକର୍ଡ କରାଯାଇଛି । ସୁନା-ରୁପାର ଯେଉଁ ଦାମ କୁହାଯାଇଛି, ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ ।

Gold-Silver Price: ଶୀଘ୍ର କରନ୍ତୁ, ସୁନା ୭୦୦ ଟଙ୍କା ଓ ରୁପା ୩,୨୮୦ ଟଙ୍କା ମିଳୁଛି ଶସ୍ତା!

Gold-Silver Price: ଆଜି (ମଙ୍ଗଳବାର) ଅର୍ଥାତ ଏପ୍ରିଲ ୨୫ରେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ବଜାରରେ ଆରମ୍ଭରରେ ସୁନା ମୂଲ୍ୟରେ ହ୍ରାସ ଦେଖାଦେଇଥିଲା, କିନ୍ତୁ ପରେ ଏଥିରେ ବୃଦ୍ଧି ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି (ସୋମବାର) ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୮୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୨୨୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୦,୯୩୦ ଟଙ୍କାକୁ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୬୦,୭୧୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୫,୮୫୦ ଟଙ୍କାକୁ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୫,୬୫୦ ଟଙ୍କା ଥିଲା । 
 
ସେହିପରି ଆଜି (ମଙ୍ଗଳବାର) ରୁପା ମୂଲ୍ୟ (Silver Price) ରେ ମଧ୍ୟ ବୃଦ୍ଧି ଘଟିଛି । ଗତକାଲି ରୁପା ଦରରେ ୫୦୦ ଟଙ୍କାର ହ୍ରାସ ଘଟିଥିଲା । ସେପଟେ ଆଜି ରୁପା ମୂଲ୍ୟରେ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୭୦୦ ଟଙ୍କାକୁ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୬୭୦ ଟଙ୍କା ରହିଛି । ଯାହା ଗତକାଲି ୭,୬୪୦ ଟଙ୍କା ଥିଲା ।

ଅଲଟାଇମ୍ ହାଇରୁ ସୁନା ୭୦୦ ଟଙ୍କା ଓ ରୁପା ୩,୨୮୦ ଟଙ୍କା ଶସ୍ତା ମିଳୁଛି

ଏପ୍ରିଲ ୨୦୨୩ ମାସରେ ସୁନା (Gold Price) ସର୍ବକାଳୀନ ଉଚ୍ଚ ଦରରେ ପହଞ୍ଚିଥିଲା ।​ ୧୪ ଏପ୍ରିଲ ୨୦୨୩ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୬,୬୫୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା । ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୭୦୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ସେହି​ ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୩,୨୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 

ଅଧିକ ପଢ଼ନ୍ତୁ-WTC ଫାଇନାଲ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଶ୍ରେୟସ ଆୟରଙ୍କ ସ୍ଥାନରେ ଦଳକୁ ଫେରିଲେ ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ-ଶନି ସୃଷ୍ଟି କଲେ 'ଶଶ ରାଜ ଯୋଗ', ୩୦ ମାସ ପର୍ଯ୍ୟନ୍ତ ୫ଟି ରାଶି ଉପରେ ବର୍ଷିବ ବମ୍ପର ଧନ!

ଅଧିକ ପଢ଼ନ୍ତୁ-୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାର ଦେଲେ ଖୁସି ଖବର: ତାରିଖ ହେଲା ନିଶ୍ଚିତ, ଜାଣନ୍ତୁ କେବେ ମିଳିବ ଟଙ୍କା?

ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।