Gold Silver Price: ପୁଣି ଖସିଲା ରୁପା ଦର, ରୁପା ୩,୪୮୦ ଟଙ୍କା ମିଳୁଛି ଶସ୍ତା!
Advertisement
Article Detail0/zeeodisha/odisha1669107

Gold Silver Price: ପୁଣି ଖସିଲା ରୁପା ଦର, ରୁପା ୩,୪୮୦ ଟଙ୍କା ମିଳୁଛି ଶସ୍ତା!

Gold-Silver Price: ଏଠାରେ କହି ରଖୁଛୁ ଯେ, IBJA ଦ୍ୱାରା ଜାରି କରାଯାଇଥିବା ରେଟ୍ ସାରା ଦେଶରେ ସର୍ବମାନ୍ୟ ହୋଇଥାଏ । ସୁନା-ରୁପାର ଯେଉଁ ଦାମ କୁହାଯାଇଛି, ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ ।

Gold Silver Price: ପୁଣି ଖସିଲା ରୁପା ଦର, ରୁପା ୩,୪୮୦ ଟଙ୍କା ମିଳୁଛି ଶସ୍ତା!

Gold-Silver Price: ଦେଶରେ ବିଗତ ୨ ଦିନ ଧରି ସୁନା ଓ ରୁପା ପରି ମୂଲ୍ୟବାନ ଧାତୁ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି (ବୁଧବାର) ଅର୍ଥାତ ଏପ୍ରିଲ ୨୬ରେ ଲଗାତର ଦ୍ୱିତୀୟ ଦିନ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି (ମଙ୍ଗଳବାର) ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୨୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୧୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୧,୦୪୦ ଟଙ୍କାକୁ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୬୦,୯୩୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୫,୯୫୦ ଟଙ୍କାକୁ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୫,୮୫୦ ଟଙ୍କା ଥିଲା । 
 
ସେହିପରି ଆଜି ରୁପା ମୂଲ୍ୟ (Silver Price) ରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ଗତକାଲି ରୁପା ଦରରେ ୩୦୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୫୦୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୭୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୬୫୦ ଟଙ୍କା ରହିଛି । ଯାହା ଗତକାଲି ୭,୬୭୦ ଟଙ୍କା ଥିଲା ।

fallback

ଅଲଟାଇମ୍ ହାଇରୁ ସୁନା ୭୦୦ ଟଙ୍କା ଓ ରୁପା ୩,୪୮୦ ଟଙ୍କା ଶସ୍ତା ମିଳୁଛି

ଏପ୍ରିଲ ୨୦୨୩ ମାସରେ ସୁନା (Gold Price) ସର୍ବକାଳୀନ ଉଚ୍ଚ ଦରରେ ପହଞ୍ଚିଥିଲା ।​ ୧୪ ଏପ୍ରିଲ ୨୦୨୩ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୬,୬୫୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା । ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୭୦୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ସେହି​ ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୩,୪୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨ ଦିନ ପରେ ଆସିବ ବଡ଼ ଖୁସି ଖବର; ପୁଣି ଏତେ ବଢ଼ିଯିବ ଦରମା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆର ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର! ଚୟନକର୍ତ୍ତା ଦଳରୁ କଲେ ବାହାର

ଅଧିକ ପଢ଼ନ୍ତୁ-WTC ଫାଇନାଲ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଶ୍ରେୟସ ଆୟରଙ୍କ ସ୍ଥାନରେ ଦଳକୁ ଫେରିଲେ ଏହି ଖତରନାକ୍ ଖେଳାଳି

ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।