Gold Silver Price: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ରେକର୍ଡ ଦରରୁ ୩,୭୫୦ ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍
Advertisement
Article Detail0/zeeodisha/odisha1599313

Gold Silver Price: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ରେକର୍ଡ ଦରରୁ ୩,୭୫୦ ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍

Gold Silver Price: ଆଜି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଆଜି ଘରୋଇ ବଜାରରେ ଦେଖିବାକୁ ମିଳିଛି । ସୁନା-ରୁପାର ଯେଉଁ ଦାମ କୁହାଯାଇଛି, ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । 

Gold Silver Price: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ରେକର୍ଡ ଦରରୁ ୩,୭୫୦ ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍

Today Gold-Silver Rate, Gold Silver Price: ମାର୍ଚ୍ଚ ୭ (ମଙ୍ଗଳବାର) ରେ ଦେଶରେ ସୁନା ମୂଲ୍ୟ (Gold Price) ରେ ହ୍ରାସ ଘଟିଥିବାବେଳେ ରୁପା ମୂଲ୍ୟ (Silver Price) ସ୍ଥିର ରହିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଆଜି ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗତକାଲି ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ସ୍ଥିର ରହିଥିଲା । ଅନ୍ୟପଟେ ଆଜି (ମଙ୍ଗଳବାର) ୨୪ କ୍ୟାରେଟ ୧୦ ସୁନା ଦରରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୬,୩୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୬,୫୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୧,୬୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୧,୮୫୦ ଟଙ୍କା ଥିଲା । 
 
ଆଜି ଦେଶରେ ରୁପା ମୂଲ୍ୟ (Silver Price) ସ୍ଥିର ରହିଛି । ଗତକାଲି (ସୋମବାର) ଅର୍ଥାତ ମାର୍ଚ୍ଚ ୬ରେ ରୁପା ଦରରେ ୧୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଆଜି ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୦୦୦ ଟଙ୍କା ଅଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୦୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୦୦ ଟଙ୍କା ଅଛି । ଯାହା ଗତକାଲି ୬,୭୦୦ ଟଙ୍କା ଥିଲା ।

ଅଲଟାଇମ୍ ହାଇରୁ ସୁନା ପ୍ରାୟ ୩,୭୫୦ ଟଙ୍କା ଓ ରୁପା ୧୨,୯୮୦ ଟଙ୍କା ମିଳୁଛି ଶସ୍ତା 

ଅଗଷ୍ଟ ୨୦୨୦ ମାସରେ  ସୁନା (Gold Price) ସର୍ବକାଳୀନ ଉଚ୍ଚ ରେଟରେ ପହଞ୍ଚିଥିଲା ।​ ୧୦ ଅଗଷ୍ଟ ୨୦୨୦ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୫,୪୦୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା ।​ ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୩,୭୫୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୧୨,୯୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 

ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।

ଅଧିକ ପଢ଼ନ୍ତୁ:-ଜିଓର ଧମାକାଦାର ଅଫର୍, ୯୧ ଟଙ୍କାର ରିଚାର୍ଜରେ ପୂରା ମାସ ପାଇଁ ମିଳିବ ଅସୀମିତ କଲିଂ, ଡାଟା

ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ୍ ମଝିରେ ନୂଆ ଟି-20 ଅଧିନାୟକଙ୍କ ନାମର ହେଲା ଘୋଷଣା, ଏହି ଖେଳାଳିଙ୍କୁ ହଠାତ୍ ମିଳିଲା ବଡ଼ ଦାୟିତ୍ୱ

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ଏୟାରଟେଲର ବଡ଼ ଧମାକା! ଏକାସାଙ୍ଗରେ ୧୨୫ଟି ସହରରେ ଆରମ୍ଭ ହେଲା 5G ସେବା, ଏଠାରେ ଚେକ୍ କରନ୍ତୁ ନିଜ ସହରର ନାମ

ଗହଣା ବଜାରର ଗଣିତକୁ ବୁଝନ୍ତୁ 

ସୁନା-ରୁପାର ଯେଉଁ ଦାମ କୁହାଯାଇଛି, ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । ଏଠାରେ କହି ରଖୁଛୁ ଯେ, IBJA ଦ୍ୱାରା ଜାରି କରାଯାଇଥିବା ରେଟ୍ ସାରା ଦେଶରେ ସର୍ବମାନ୍ୟ ହୋଇଥାଏ ।