Gold-Silver Price: ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ନୂଆ ରେଟ୍
Advertisement
Article Detail0/zeeodisha/odisha1665626

Gold-Silver Price: ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ନୂଆ ରେଟ୍

Gold-Silver Price: ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । 

Gold-Silver Price: ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ନୂଆ ରେଟ୍

Gold-Silver Price: ବିଗତ କିଛି ଦିନ ଧରି ସୁନା ଓ ରୁପା ପରି ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଉଛି । ଏହି କ୍ରମରେ ସପ୍ତାହର ପ୍ରଥମ ଦିନ (ସୋମବାର) ଅର୍ଥାତ ଏପ୍ରିଲ ୨୪ରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଦେଖାଦେଇଛି । ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି (ରବିବାର) ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୮୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୦,୭୧୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଏହାର ମୂଲ୍ୟ ୬୦,୭୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୫,୬୫୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଏହାର ମୂଲ୍ୟ ୫୫,୭୨୦ ଟଙ୍କା ଥିଲା । 
 
ଏହି କ୍ରମରେ ଆଜି ଆର୍ଥାତ ସୋମବାର ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ରୁପା ଦରରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ଆଜି ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୪୦୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୬୪୦ ଟଙ୍କା ରହିଛି । ଯାହା ଗତକାଲି ୭,୬୯୦ ଟଙ୍କା ଥିଲା ।

ଅଲଟାଇମ୍ ହାଇରୁ ସୁନା ୧୦୦୦ ଟଙ୍କା ଓ ରୁପା ୩,୫୮୦ ଟଙ୍କା ଶସ୍ତା ମିଳୁଛି

ଏପ୍ରିଲ ୨୦୨୩ ମାସରେ ସୁନା (Gold Price) ସର୍ବକାଳୀନ ଉଚ୍ଚ ଦରରେ ପହଞ୍ଚିଥିଲା ।​ ୧୪ ଏପ୍ରିଲ ୨୦୨୩ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୬,୬୫୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା । ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୧୦୦୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ସେହି​ ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୩,୫୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 

ଅଧିକ ପଢ଼ନ୍ତୁ-ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ

ଅଧିକ ପଢ଼ନ୍ତୁ-ପାକିସ୍ତାନର ଖତରନାକ୍ ଚାଲ୍, ଭାରତରେ ବିଶ୍ୱକପ ଜିତିବା ପାଇଁ ଏହି ଖେଳାଳିଙ୍କୁ କରିବ ନିଜର ଅଧିନାୟକ

ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା!

ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।