Gold Price Today: ଗହଣା କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha2032403

Gold Price Today: ଗହଣା କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରେଟ୍

Gold Price Today: ଆଗକୁ ଆସୁଛି ନୂଆବର୍ଷ । ଆଉ ତା ପୂର୍ବରୁ ହୁ ହୁ ହୋଇ ବଢିଚାଲିଛି ସୁନାଦର (Gold Price Today)।  ସପ୍ତାହ ଆରମ୍ଭରୁ ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ମଧ୍ୟ ସୁନା ରେଟରେ ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ସୁନା -ଗହଣା କିଣିବା ପାଇଁ ଯୋଜାନ ରଖିଛନ୍ତି । ତେବେ, ଏଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ସୁନା ଦର।

ALSO READ: Puri News: ନୂଆବର୍ଷରୁ ପୁରୀବାସୀ ପାଇବେ ଏହି ବିଶେଷ ସୁବିଧା, ଜାଣନ୍ତୁ କ'ଣ?

ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୯୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୨୨୦ ଟଙ୍କା ରହିଛି (Gold rate in India today is ₹ 63,220 per 10 grams for 24 Carat and ₹ 57,910 for 22 Carat)।  ସେହିରି ଭାରତର ରାଜଧାନୀ ଦିଲ୍ଲୀରେ  ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପିଛା ୫୯,୦୫୦ ଟଙ୍କା ଥିବା ବେଳେ  ୨୪ କ୍ୟାରେଟର ଦାମ୍ ୬୪,୪୦୦ ଟଙ୍କା ରହିଛି ।  ୨୨ ଓ ୨୪ କ୍ୟାରେଟରେ ୪୦୦ ଓ ୪୪୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ରୁପା କେଜି ପିଛା ୩୦୦ ଟଙ୍କା ବଢିଛି। 

ସେହିପରି ମାୟା ନଗରୀ ମୁମ୍ବାଇରେ ମଧ୍ୟ ସୁନାଓ ରୂପା ଦରରେ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପିଛା ୫୮,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍  ୬୪,୨୫୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୪୦୦ ଓ ୨୪ କ୍ୟାରେଟରେ ୪୩୦ ଟଙ୍କା ବୃଦ୍ଧି ପାଇଛି।  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପିଛା  ୫୯,୪୫୦ ଟଙ୍କା ରହିଛି। ଏବଂ ୨୪ କ୍ୟାରେଟର ଦାମ୍ ୬୪,୮୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୪୫୦ ଓ ୪୯୦ ଟଙ୍କା ବୃଦ୍ଧି ପାଇଛି। 

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ବି ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଛି।  ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପିଛା  ୫୮,୯୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୪,୨୫୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ୨୨ ଓ ୨୪ କ୍ୟାରେଟରେ ୪୦୦ ଓ ୪୩୦ ଟଙ୍କା ବୃଦ୍ଧି ପାଇଛି। ଏବଂ ରୂପା କେଜି ପିଛା ୩୦୦ ଟଙ୍କା ବଢିଛି।  ରୂପା କେଜି ବର୍ତ୍ତମାନ ରାଜଧାନୀରେ ୮୧,୦୦୦ ରହିଛି । ସିଲଭର ସିଟି କଟକରେ ବି ସୁନା ଓ ରୂପା ଦରରେ ପରିବର୍ତ୍ତନ ହୋଇଛି।